ଲାଇଫ୍ ଷ୍ଟାଇଲ୍

ଗାଧୋଇବା ପାଣିରେ ପକାନ୍ତୁ ନିମ୍ବ ପତ୍ର, ଅଦ୍ଭୁତ ଫାଇଦା ଦେଖିଲେ ଆପଣ ବି ଚମକି ପଡ଼ିବେ; ଏହି ସବୁ ସମସ୍ୟା ଥିଲେ ଚୋବାଇ ଖାଆନ୍ତୁ କଅଁଳ ପତ୍ର

ନିମ୍ବ ପାଣିରେ ଗାଧୋଇଲେ ଆପଣଙ୍କୁ ଅନେକ ଫାଇଦା ମିଳିବ। କାହିଁକିନା, ଏଥିରେ ଫ୍ୟାଟି ଏସିଡ୍‌, ଲିମୋନାଇଡ୍‌ସ, ଭିଟାମିନ-ଇ, ଆଣ୍ଟି ଅକ୍ସିଡେଣ୍ଟସ୍‌ ଏବଂ କ୍ୟାଲସିୟମ୍‌ର ମାତ୍ରା ରହିଥାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଦୂର କରିବାରେ ଏହା ପ୍ରଭାବଶାଳୀ ଚିକିତ୍ସା ହୋଇ ପାରେ। ହାଲୁକା ଗରମ ପାଣିରେ ନିମ୍ବ ପତ୍ର ପକାନ୍ତୁ ଏବଂ ସେହିଥିରେ ହିଁ ସ୍ନାନ କରନ୍ତୁ। ଏହାଦ୍ୱାରା ସ୍କିନ୍‌ ସମସ୍ୟା ଦୂର ହୋଇ ଯାଇଥାଏ। ବ୍ରଣ ସମସ୍ୟାରେ ଏହା ରାମବାଣ ଔଷଧ ରୂପେ କାମ କରିଥାଏ।

ନିମ୍ବ ପତ୍ରର ଫାଇଦା

-ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେଥିରେ ଗାଧୋଇଲେ ତ୍ୱଚାର ରୁକ୍ଷପଣ ଦୂର ହୋଇ ଯାଇଥାଏ। ସାବୁନ ଓ ବଡି ଓ୍ଵାଶ୍‌ର ଆବଶ୍ୟକ କମ୍‌ ପଡ଼ିଥାଏ। ଏହାଦ୍ୱାରା ତ୍ୱଚାରେ ପ୍ରାକୃତିକ ତୈଳର ସନ୍ତୁଳନ ବଜାୟ ରହିଥାଏ। ନିମ୍ବ ପାଣି ମୁଣ୍ଡରେ ରୂପି ସମସ୍ୟାକୁ ଦୂର କରି ଦେଇଥାଏ ଏବଂ ଏହାଦ୍ୱାରା ତ୍ୱଚା ସଂକ୍ରମଣ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ।

-ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଆପଣ ନିମ୍ବ ତୈଳ ମଧ୍ୟ ବ୍ୟବହାର କରି ପାରିବେ। ଏଥିରେ ତ୍ୱଚାର ରୁକ୍ଷପଣ ଦୂର ହେବ। ନିମ୍ବ ପତ୍ରର ଲେପ ମଧ୍ୟ ଆପଣଙ୍କୁ ଫାଇଦା ପହଞ୍ଚାଇବ। ତ୍ୱଚା ଉପରେ ଯଦି କୁଞ୍ଚନ ପଡ଼ିଛି, ତା’ ହେଲେ ନିମ୍ବ ପତ୍ରର ଲେପ ଲଗାନ୍ତୁ। ରିଙ୍କଲ୍ସ ସହିତ ଏଥିରେ ଚିହ୍ନ, ଦାଗ ମଧ୍ୟ ଦୂର ହେବ।

-ଶୀତଦିନେ ଆପଣ ନିମ୍ବ ପତ୍ରର ତୈଳ ବ୍ୟବହାର କରି ପାରିବେ। ଗାଧୋଇବା ପାଣିରେ କିଛି ବୁନ୍ଦା ନିମ୍ବ ତୈଳ ମିଶାନ୍ତୁ। ଗାଧୋଇବା ପୂର୍ବରୁ ଶରୀରରେ ସୋରିଷ ତେଲ ଏବଂ ନିମ୍ବ ତେଲକୁ ମିକ୍ସ କରି ମାଲିସ କରନ୍ତୁ। ଏଥି ସହିତ ଫେସ୍‌ ପ୍ୟାକରେ ମଧ୍ୟ ନିମ୍ବ ତୈଳର କିଛି ବୁନ୍ଦା ମିଶାଇ ଲଗାଇ ପାରିବେ। ଏହାଦ୍ୱାରା ବ୍ରଣ ଏବଂ ବ୍ଲାକ୍‌ହେଡସ ସମସ୍ୟା ଦୂର ହେବ। ନାଇଟ୍‌ ସିରମରେ ମିକ୍ସ କରି ନିମ୍ବ ତୈଳକୁ ବ୍ୟବହାର କରି ପାରିବେ।

-ନିମ୍ବ ପତ୍ରରେ ଡାଇବେଟିସ୍ ଭଲ କରିବାର କ୍ଷମତା ରହିଛି। କଅଁଳ ନିମ୍ବ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ, ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରହିଥାଏ। କଅଁଳ ନିମ୍ବ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ, ପେଟର କୃମି ମଧ୍ୟ ଦୂର ହୁଏ।

-ଯଦି କାଛୁ, କୁଣ୍ଡିଆ ଓ ବଥ ପରି କିଛି ଚର୍ମ ରୋଗ ହୋଇଛି, ତେବେ ନିମ୍ବ ପତ୍ରକୁ ବାଟି ଦେହରେ ଲଗାନ୍ତୁ । ଏହାସହ କଞ୍ଚା ହଳଦୀ ମଧ୍ୟ ବାଟି ଲଗାଇ ପାରିବେ। ଦେଖିବେ, ଏହାଦ୍ୱାରା ସବୁ ପ୍ରକାରର ଚର୍ମ ରୋଗ ଦୂର ହୋଇଯିବ।

-ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ।

Roshni

Recent Posts

୩ ଥାକିଆ ସୁରକ୍ଷା ବଳୟ ଭିତରେ ବିଧାନସଭା, କେବଳ ପାସ୍ ଧାରୀ ଗୃହ ମଧ୍ୟକୁ କରି ପାରିବେ ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

15 mins ago

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ…

30 mins ago

ବରଗଡ଼ରେ ଅଘଟଣ: ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼ (କେନ୍ୟୁଜ): ପୁଣି ହାତୀ ଉପଦ୍ରବ  । ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲେ ୩ଟିକିଆ ହାତୀପଲ ।  ରାତିରେ…

41 mins ago

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

55 mins ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

1 hour ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

1 hour ago