ଘରେ ହିଁ ଫଟାଫଟ ବନାନ୍ତୁ ଏଗଲେସ୍ ମାୟୋନିଜ୍, ଖାଇଲେ ପାଟିରୁ ଛାଡ଼ିବନି

ବର୍ଗର, ସ୍ୟାଣ୍ଡିୱିଚ୍, ସାଲାଡ୍ ଆଦିକୁ ଆହୁରି ସ୍ବାଦିଷ୍ଟ କରିଥାଏ ମାୟୋନିଜ୍। ଆଜିକାଲି ଅନେକଙ୍କ ଘରେ ବହୁତ କିଛି ଜିନିଷ ବନାଇବା ପାଇଁ ମାୟୋନିଜର ଆବଶ୍ୟକତା ପଡ଼ିଥାଏ। ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର‌୍ୟ୍ୟ ହେବ ଯେ ଆପଣ ଚାହିଁଲେ ଏହାକୁ ଘରେ ହିଁ ବନାଇ ପାରିବେ। ଆଉ ତାହା ବି ଏଗଲେସ୍। ଆସନ୍ତୁ ଜାଣିବା ଘରେ ଏଗଲେସ୍ ମାୟୋନିଜ୍ ପ୍ରସ୍ତୁତ କରିବାର ସହଜ ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ
କ୍ରିମ୍: ୧ କପ୍
ତେଲ: ୧/୨ କପ୍
ସିରକା: ୨ ବଡ଼ ଚାମଚ
ଗୋଲମରିଚ: ୧/୨ ଚାମଚ
ସୋରିଷ ଗୁଣ୍ଡ: ୧/୨ ଚାମଚ
ଚିନି: ୧ ବଡ଼ ଚାମଚ
ଲୁଣ: ୧/୨ ଚାମଚ

ଏହାସହ ପଢ଼ନ୍ତୁ: ଶରୀର ପାଇଁ ଆବଶ୍ୟକ ପ୍ରୋଟିନଯୁକ୍ତ ଏଗ୍‌ ସ୍ୟାଣ୍ଡଓ୍ଵିଚ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ ପ୍ରଣାଳୀ
-ଏଗଲେସ୍ ମାୟାନିଜ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଥଣ୍ଡା କ୍ରିମ୍ ନିଅନ୍ତୁ। କ୍ରିମକୁ ମିକ୍ସର ଜାରରେ ପକାନ୍ତୁ ଏବଂ ସେଥିରେ ଚିନି, ତେଲ, ଲୁଣ, ସୋରିଷ ପାଉଡର ଓ ଭଜା ଗୋଲମରିଚ ପକାଇ କିଛି ସମୟ ଚଲାଇ ଦିଅନ୍ତୁ।
-ଯେତେବେଳେ ମାୟୋନିଜ୍ ପ୍ରସ୍ତୁତ ହୋଇଯିବ, ତାହାକୁ ଫେଣ୍ଟିବା ବନ୍ଦ କରିଦିଅନ୍ତୁ। ଏବେ ଜାର ଖୋଲନ୍ତୁ ଏବଂ ମିଶ୍ରଣରେ ସିରକା ପକାଇ ପୁଣିଥରେ ଚଲାନ୍ତୁ। ଆପଣ ଚାହିଁବେ ଯଦି ସିରକା ବଦଳରେ ଲେମ୍ବୁପାଣି ବ୍ୟବହାର କରିପାରିବେ। ମାୟୋନିଜର ସ୍ବାଦ ବଢ଼େଇବା ପାଇଁ ସିରକା ବ୍ୟବହାର କରାଯାଏ।
-ଏବେ ଆପଣଙ୍କ ମାୟୋନିଜ୍ ପ୍ରସ୍ତୁତ ହୋଇଗଲା। ଏହାକୁ ଏକ ଏୟାର ଟାଇଟ୍ ଜାରକୁ ବାହାର କରି ରଖି ଦିଅନ୍ତୁ।

Roshni

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

5 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

23 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

25 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago