ସୋନଭଦ୍ରା ପୀଡିତଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ ,ଯେଉଁଠି ୩୬ଏକର ଜମିପାଇଁ ହୋଇଥିଲା ନରସଂହାର

ଗଣହତ୍ୟାର ଲୋମ ଟାଙ୍କୁରା ଦୃଶ୍ୟ। ୧୦ ଜଣ ନିରିହ ଚାଷୀଙ୍କୁ କିଭଳି ବର୍ବର ହତ୍ୟା କରାଯାଇଥିଲା ତାର ଭିଡିଓ ସାମ୍ନାକୁ ଆସିଛି। ଗତ ୧୭ ତାରିଖରେ ଘଟିଥିଲା ଏହି ବର୍ବର ହତ୍ୟାକାଣ୍ଡ। ୩୬ ଏକର ଜମି ପାଇଁ ନିରିହ ଗାଁ ଲୋକଙ୍କ ରକ୍ତରେ ଭିଜିିଥିଲା ଚାଷ ଜମି । ୩୨ଟି ଟ୍ରାକ୍ଟରରେ ବୋଝେଇ ହୋଇ ଆସିଥିଲେ ଗାଁ ମୁଖିଆ ଯଜ୍ଞ ଦତ୍ତର ୨୦୦ ସଶସ୍ତ୍ର ଗୁଣ୍ଡା । ହାତରେ ଥିଲା ବନ୍ଧୁକ ଆଉ ଲାଠି । ହଠାତ୍‌ ଗାଁ ଲୋକଙ୍କ ଉପରେ ଆରମ୍ଭ କରି ଦେଇଥିଲେ ଆକ୍ରମଣ । ନିଜେ ଯଜ୍ଞ ଦତ୍ତ ନରସଂହାରର ନେତୃତ୍ୱ ନେଇଥିଲା । ନିରସ୍ତ୍ର ଚାଷୀଙ୍କ ଉପରେ ଆରମ୍ଭ ହୋଇଥିଲା ଗୁଳିମାଡ଼ ଆଉ ଲାଠି ପାହର। ଗାଁ ଲୋକ ହଳ କରିଥିବା ୩୬ ଏକର ଜାଗା ଖାଲି କରିବାକୁ କହିଥିଲା ଯଜ୍ଞ ଦତ୍ତ। ଏହି ଜାଗା ୧୦ ବର୍ଷ ତଳେ ସେ କିଣିଥିବା ଦାବି କରିଥିଲା । କିନ୍ତୁ ଲୋକ ଜାଗା ଛାଡିବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ନରସଂହାର। ପାଖାପାଖି ଅଧ ଘଣ୍ଟା ଧରି ଏହି ନରସଂହାର ଚାଲିଥିଲା। ଜମିରୁ ଶୁଭିଥିଲା କେବଳ ଗୁଳି ଶବ୍ଦ ଆଉ ନିରିହ ଆଦିବାସୀଙ୍କ ଆର୍ତ୍ତ ଚିତ୍କାର । ପୋଲିସ ଡାକ … ପୋଲିସ୍‌ କୁ ଡାକ.. ଜଣେ ମହିଳା ଏଭଳି ଚିତ୍କାର କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି। କିନ୍ତୁ ନରସଂହାର ଶେଷ ହେବାର ଅଧ ଘଣ୍ଟା ପରେ ଆସିଥିଲା ପୋଲିସ । ଯାହାକୁ ନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିବା ବେଳକୁ ୧୦ ଜଣଙ୍କର ଜୀବନ ଯାଇ ସାରିଥିଲା। ଆଉ ୨୪ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ମଧ୍ୟ ଜୋର ଧରିଛି । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି। ପୀଡିତଙ୍କୁ ଭେଟିବା ପାଇଁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଘଟଣା ସ୍ଥଳକୁ ଛଡା ଯାଇ ନଥିବା ବେଳେ ରବିବାର ସୋନଭଦ୍ରା ଯାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କଂଗ୍ରେସ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜମି ବିବାଦକୁ ନେଇ କଂଗ୍ରେସକୁ ଦାୟୀ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago