ଲାଇଫ୍ ଷ୍ଟାଇଲ୍

ଘରେ ବନାନ୍ତୁ ହୋଟେଲ ଷ୍ଟାଇଲର “ବଟର ଗାର୍ଲିକ ଚିକେନ” ହାତ ଚାଟି ଚାଟି ଖାଇବେ

ଆମିଷରେ ଚିକେନ ଖାଇବା ପାଇଁ ସମସ୍ତଙ୍କର ପସନ୍ଦ। ଏହାକୁ ଘରେ ଆପଣମାନେ ତରକାରୀ କିମ୍ବା କସା କରି ଖାଇଥିବେ। ବେଳେ ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ପ୍ରସ୍ତୁତ କରିଥିବେ। ତେବେ ଆଜି ଆମେ ଆପଣଙ୍କୁ ଚିକେନକୁ ନେଇ ଏକ ନୂଆ ଆଇଟମ୍‌ କହିବୁ, ବଟର ଗାର୍ଲିକ ଚିକେନ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ବଟର ଗାର୍ଲିକ ଚିକେନ ପାଇଁ ଆବଶ୍ୟକ ସାମଗ୍ରୀ:

ବୋନଲେସ ଚିକେନ
ଗୋଲମରିଚ ଗୁଣ୍ଡ
ଲୁଣ
କର୍ଣ୍ଣଫ୍ଲୋର
ଅଦା
ରସୁଣ
କଞ୍ଚା ଲଙ୍କା
ବଟର, ସୋୟା ସସ୍‌
ଟମାଟୋ ସସ୍‌
ଚିଲି ସସ୍‌
ଭିନେଗାର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବୋନଲେସ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ପେଷ୍ଟ, କିଛି ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ପ୍ରାୟ ଏକ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ରିଫାଇନ ପକାଇ ଚିକେନକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ।

ଏହାପରେ ଅନ୍ୟ ଏକ ପ୍ୟାନ୍‌ରେ ବଟର ପକାନ୍ତୁ। ତାହା ଗରମ ହୋଇଗଲେ ଛୋଟ ଛୋଟ ସ୍ଲାଇସ୍‌ ଭାବେ କଟା ହୋଇଥିବା ରସୁଣ, କଞ୍ଚାଲଙ୍କା ପକାଇ ତାହାକୁ ହାଲକା ଭାଜନ୍ତୁ। ଏବେ ସେଥିରେ ସୋୟାସସ୍‌, ଟମାଟୋ ସସ୍‌, ଚିଲି ସସ୍‌ ପକାନ୍ତୁ। ଏହାପରେ କର୍ଣ୍ଣଫ୍ଲୋରର ଏକ ଘୋଳ ପ୍ରସ୍ତୁତ କରି ଦିଅନ୍ତୁ। ଏହା ଗାଢ଼ା ହୋଇଗଲେ ସେଥିରେ ଚିକେନ ଫ୍ରାଏ ପକାଇ ଦିଅନ୍ତୁ। ତାହା ଉପରେ ଗୋଲମରିଚ ଗୁଣ୍ଡ ପକାଇ କିଛି ଲେମ୍ବ ଚିପୁଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବଟର, ଗାର୍ଲିକ ଚିକେନ ।

Barsha

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

15 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

32 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

35 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago