ରବିବାରରେ ନିଅନ୍ତୁ ଦେଶୀ ରୋହୀ ମାଛ ବିରିୟାନୀ ଖାଇବାର ମଜା, ପାଟିରୁ ଛାଡିବନି ସ୍ବାଦ

ଆପଣ ବିଭିନ୍ନ ପ୍ରକାରର ବିରିୟାନୀ ଖାଇଥିବେ କିନ୍ତୁ କେବେ ରୋହୀ ମାଛ ବିରିୟାନୀ ବିଷୟରେ ଶୁଣିଛନ୍ତି। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। ସେହିପରି ରୋହୀ ମାଛ ବିରିୟାନୀ ଖୁବ ସ୍ବାଦିଷ୍ଟ ଏବଂ ଏହାର ପ୍ରସ୍ତୁତି ମଧ୍ୟ ଖୁବ ସରଳ।  ତେବେ ଆଉ ଡେରି କାହିଁକି ଆଜି ହିଁ ଘରେ ପ୍ରସ୍ତୁତ କରି ନିଅନ୍ତୁ ଏହି ବିରିୟାନୀର ମଜା।

ଆବଶ୍ୟକ ସାମଗ୍ରୀ :

ରୋହୀ ମାଛ, ବାସୁମତି ଚାଉଳ, ତେଲ, ଅଳେଇଚ, ଲବଙ୍ଗ, ଅନାସୀ ଫୁଲ, ଗୋଲମରିଚ, ତେଜପତ୍ର, ଭଜା ପିଆଜ, ଚାଉଳ ଚୂନା, ଟମାଟୋ, ଲୁଣ, ହଳଦୀ, ଅଦା, ପିଆଜ ରସୁଣ ପେଷ୍ଟ, ପୁଦିନା ପତ୍ର, ଡାଲ୍‌ଚିନି, ଗୁଜୁରାତି ଏବଂ ଜିରା।

ପ୍ରସ୍ତୁତି ପ୍ରଣାଳୀ :

-ଆପଣ ରୋଷେଇ ଆରମ୍ଭ କରିବା ପୂର୍ବରୁ ଚାଉଳକୁ ଜଳରେ ଭିଜାଇ ତାକୁ ଏକ ପାତ୍ରକୁ ଛାଣି ରଖିବେ ଏବଂ ମାଛରେ ଲୁଣ ହଳଦୀ ଗୋଳାଇ ରଖିବେ।

– ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଅଳ୍ପ ଲୁଣ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇଥିବା ମାଛଗୁଡ଼ିକୁ ପକାନ୍ତୁ। ଏପରି କରିବା ଦ୍ବାର ସହଜରେ ମାଛରୁ କଣ୍ଟା ବାହାରି ଯିବ। ଏବଂ ଖାଇଲା ବେଳକୁ ତାହା ତଣ୍ଟିରେ ମଧ୍ୟ ଲାଗିବ ନାହିଁ।

-ମାଛ ଥଣ୍ଡା ହେଲେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ତା ପରେ ଏଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କଡେଇରେ ତେଲ ପକାଇ କରି ଚୂନା ଗୋଳା ହୋଇଥିବା ମାଛ ଗୁଡ଼ିକୁ ଛୋଟ ଛୋଟ ବଲ୍‌ ଭଳି କରି ଛାଣନ୍ତୁ।

-ଏବେ ଆଉ ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ତେଜପତ୍ର, ଡାଲ୍‌ଚିନି, ଗୁଜୁରାତି, ଅଳେଇଚ, ଅନାସୀ ଫୁଲ, ଲବଙ୍ଗ ଏବଂ ଗୋଲମରିଚ ଇତ୍ୟାଦି ପକାନ୍ତୁ। ତା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜି ହେଲା ପରେ ଅଦା, ରସୁଣ, ଏବଂ ପିଆଜ ପେଷ୍ଟ ପକାଇ ଭଲରେ କଷନ୍ତୁ।

-ମସଲା ଭଲରେ କଷି ହେଲା ପରେ ସେଥିରେ ପୂର୍ବରୁ ଭିଜା ହୋଇଥିବା ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଏବଂ ପୁଦିନା ପତ୍ର ପକାଇ ସିଝିବାକୁ ଘୋଡ଼ାଇ ଦିଅନ୍ତୁ।

-ବିରିୟାନୀରୁ ପାଣି ସୁଖି ଆସିଲେ ଦେଖିବେ ଭାତ ସିଝି ଯାଇଥିବ। ତା ପରେ ଏହା ଉପରେ ଜିରା, ଧନିଆ ଗୁଣ୍ଡ, ପୂର୍ବରୁ ଭଜା ହୋଇଥିବା ପିଆଜ ଏବଂ ଛଣା ହୋଇଥିବା ମାଛ ବଲ୍‌ ଗୁଡ଼ିକୁ ପକାନ୍ତୁ। ତା’ପରେ ବିରିୟାନୀକୁ ଆଉ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘରଲୋକଙ୍କ ପାଇଁ ପରଷି ସମସ୍ତଙ୍କୁ ଖୁଆନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago