ଲାଇଫ୍ ଷ୍ଟାଇଲ୍

ଚାଇନିଜ୍‌ ଡିସର ସ୍ୱାଦ ବଢ଼ାଇଥାଏ ସେଜଓ୍ଵାନ୍‌ ଚଟଣୀ, ଘରେ ବନାନ୍ତୁ ଅତି ସହଜରେ

ଆବଶ୍ୟକ ସାମଗ୍ରୀ

  • ସୁଖିଲା ଲଙ୍କା ୫୦ ଗ୍ରାମ୍‌
  • ଅଦା ଦୁଇ ଇଞ୍ଚର ଦୁଇଟି ଖଣ୍ଡ
  • ହ୍ଵାଇଟ୍‌ ଭିନେଗାର ତିନି ଚାମଚ
  • ସୋୟା ସସ୍‌ ଏକ ଚାମଚ୍‌
  • ରସୁଣ କୋଲା
  • ଲୁଣ ସ୍ୱାଦାନୁସାରେ
  • ତେଲ (ଆଠରୁ ଦଶ ଚାମଚ)

ପ୍ରସ୍ତୁତି ପ୍ରଣାଳୀ

ସେଜଓ୍ଵାନ୍‌ ଚଟଣୀ ବନାଇବା ପାଇଁ ପ୍ରଥମେ ଲଙ୍କାକୁୁ ରଖନ୍ତୁ। ଲାଲ ଲଙ୍କାର ମଞ୍ଜିକୁ ବାହାର କରିଦିଅନ୍ତୁ। ଯଦି ଆପଣ ସାଧାରଣ ରାଗ ଯୁକ୍ତ ଲାଲ ଲଙ୍କା ବ୍ୟବହାର କରୁଛନ୍ତି ତାହେଲେ ଏହାର ମଞ୍ଜିକୁ ବାହାର କରିଦିଅନ୍ତୁ। ଯଦି କାଶ୍ମୀର ଲାଲ ଲଙ୍କା ନେଇଛନ୍ତି ତାହେଲେ ଏହାକୁ ଏମିତି ହିଁ ବ୍ୟବହାର କରନ୍ତୁ। ଲାଲ ଲଙ୍କାକୁ ପାଣିରେ ଧୋଇ ଭିଜାଇ ଦିଅନ୍ତୁ। ଉଷୁମ ପାଣିରେ ଲାଲ ଲଙ୍କା ଜଲଦି ଫୁଲିଯାଏ। ଅଧା ଘଣ୍ଟାରେ ଏହା ଫୁଲିଯାଏ।

ଯେତେବେଳେ ଲଙ୍କା ଫୁଲିଯାଏ ସେତେବେଳେ ଏହାକୁ ପାଣିରୁ ବାହାର କରି ଗ୍ରାଇଣ୍ଡିଂ କରିଦିଅନ୍ତୁ। ବିନା ପାଣିରେ ଲଙ୍କାକୁ ଗାଢ଼ ପେଷ୍ଟ ବନାଇପାରିବେ। ଏବେ ପ୍ୟାନରେ ତେଲ ଗରମ କରନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଏଥିରେ କଟା ରସୁଣ ଏବଂ ଅଦା ପକାଇ ଦିଅନ୍ତୁ। ଆପଣ ଚାହିଁଲେ ରସୁଣ-ଅଦାର ପେଷ୍ଟ ମଧ୍ୟ ପକାଇ ପାରିବେ। ଯେତେବେଳେ ଏହା ଭଲଭାବେ ହୋଇଯିବ ସେତେବେଳେ ତେଲରେ ଲଙ୍କାକୁ ପକାଇ ଦିଅନ୍ତୁ। ଏହାପରେ ଏହାକୁ ଭାଜି ଦିଅନ୍ତୁ। ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଭାଜିବା ପରେ କିଛି ସମୟ ପର୍ଯ୍ୟନ୍ତ ଘୋଡାଇ ଫ୍ରାଏ କରନ୍ତୁ।

ଯଦି ଲଙ୍କା ପେଷ୍ଟ ଅଧିକ ଗାଢ଼ା ହୋଇଯାଇଛି ତାହେଲେ ଏଥିରେ ପାଣି ପକାଇ ଆଞ୍ଚରେ ବସାନ୍ତୁ। ଆବଶ୍ୟକ ନଥିଲେ ପାଣି ଦିଅନ୍ତୁନାହିଁ। ଏବେ ଏଥିରେ ହ୍ଵାଇଟ୍‌ ଭିନେଗାର ଏବଂ ସୋୟା ସସ୍‌ ପକାନ୍ତୁ। ସୋୟା ସସ୍‌ ପକାଇବା ପରେ ଲୁଣ ପକାନ୍ତୁ। ଯାହାଦ୍ୱାରା ସ୍ୱାଦ ଖରାପ ନହୋଇଯିବ। କାହିଁକିନା ସୋୟା ସସ୍‌ ପକାଇବା ପରେ ଲୁଣ ପକାନ୍ତୁ। ସବୁ ଜିନିଷକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏହାପରେ ଅଳ୍ପ ଟିକେ ଚଲାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ରାଗ, ଚଟପଟି ସେଜଓ୍ଵାନ୍‌ ଚଟଣୀ। ଏହାକୁ କୌଣସି ବି ଡିସରେ ପକାଇ ତାର ସ୍ୱାଦକୁ ବଢ଼ାଇପାରିବେ। ଏହି ଚଟଣୀକୁ ଫ୍ରିଜରେ ରଖି ଏକ ମାସ୍‌ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

23 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

32 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago