ସ୍ପେଶାଲ

ଥରେ ରାଷ୍ଟ୍ରପତି ଭବନ ବୁଲି ଦେଖିବାକୁ ଇଚ୍ଛା ରଖିଛନ୍ତିକି ? ଜାଣନ୍ତୁ କିଛି ତାହା ବିଷୟରେ

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ପଦଭାର ଗ୍ରହଣ କରିବା ପରେ ଦିଲ୍ଲୀର ରାୟସିନା ହିଲ୍ସ ଠାରେ ଅବସ୍ଥିତ ରାଷ୍ଟ୍ରପତି ଭବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୧୦ ବର୍ଷ ପୁରୁଣା ଏହି ରାଷ୍ଟ୍ରପତି ଭବନ ହେଉଛି ବିଶ୍ୱର ସବୁଠାରୁ ବଡ, ସୁନ୍ଦର ତଥା ଐଶ୍ୱର୍ଯ୍ୟପୂର୍ଣ୍ଣ ମହଲ ମାନଙ୍କ ତାଲିକାରେ ରହିଛି । ଏହାର ସୌନ୍ଦର୍ଯ୍ୟ ପ୍ରତିଟି ଲୋକକୁ ଆକର୍ଷିତ କରିଥାଏ । ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ଭାଇ ତାରନିସେନ ଟୁଡୁ ରାଷ୍ଟ୍ରପତି ଭବନ ସମ୍ପୂର୍ଣ୍ଣ ରୂପେ ବୁଲି ଦେଖିବା ପାଇଁ ଇଚ୍ଛା କରିଥିଲେ । ଯଦି ଆପଣଙ୍କ ମନରେ ବି ଏମିତି କିଛି ଇଚ୍ଛା ଅଛି ତେବେ ଆପଣ ବି ମାତ୍ର ୧୫୦ ଟଙ୍କା ଖର୍ଚ୍ଚ କରି ପୁରା ରାଷ୍ଟ୍ରପତି ଭବନକୁ ବୁଲି ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ଆଗୁଆ ଟିକେଟ ବୁକିଙ୍ଗ କରିବାକୁ ହେବ । ତେବେ ଜାଣନ୍ତୁ କଣ ରହିଛି ଏହି ବୁକିଙ୍ଗ ପ୍ରକ୍ରିୟା :

ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରାଷ୍ଟ୍ରପତି ଭବନକୁ ତିନୋଟି ସର୍କିଟରେ ବିଭାଜନ କରାଯାଇଛି । ସର୍କିଟ-୧ ପ୍ରତି ଶନିବାର ଓ ରବିବାର ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ରହିଥାଏ । ସର୍କିଟ-୨ ସୋମବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଖୋଲା ରହିଥାଏ । ଯେବେକି ସର୍କିଟ-୩  ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିଥାଏ । ଏହା ବ୍ୟତୀତ ରାଷ୍ଟ୍ରପତି ଭବନରେ ପ୍ରତି ଶନିବାର ଦିନ ଚେଞ୍ଜ ଅଫ ଗାର୍ଡ ସେରିମନି ଆୟୋଜିତ ହୋଇଥାଏ । ତିନୋଟି ସର୍କିଟ ସରକାରୀ ଛୁଟି ଦିନ ହିଁ ବନ୍ଦ ରହିଥାଏ । ତିନୋଟି ସର୍କିଟ ପାଇଁ ଭିନ୍ନ ଭିନ୍ନ ଅନଲାଇନ ପଞ୍ଜିକରଣ କରିବାକୁ ହୋଇଥାଏ । ପ୍ରତିଟି ସର୍କିଟ ବୁଲି ଦେଖିବା ପାଇଁ ପଞ୍ଜିକରଣ ଶୁଳ୍କ ଜଣକା ୫୦ ଟଙ୍କା ରଖାଯାଇଛି । ୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ରହିଛି । ତେବେ ଜାଣନ୍ତୁ କେଉଁ ସର୍କିଟରେ କଣ ରହିଛି ଖାସ ବ୍ୟବସ୍ଥା ?

ସର୍କିଟ-୧:

ରାଷ୍ଟ୍ରପତି ଭବନର ସର୍କିଟ-୧ ରେ ମୁଖ୍ୟ ଭବନ, ସାମ୍ନାରେ ଗାଲିୟାରା, ସ୍ୱାଗତ କକ୍ଷ, ନବାଚାର, ବ୍ୟାଙ୍କଟ ହଲ, ଏକ ଗ୍ୟାଲେରୀ, ଲୁଟିୟାନ୍ସ ଙ୍କ ଶିଢ଼ି, ଗେଷ୍ଟ ବିଙ୍ଗ, ଅଶୋକ ହଲ, ନର୍ଥ ଡ୍ରଇଂ ରୁମ, ଲଙ୍ଗ ଡ୍ରଇଂ ରୁମ, ପୁସ୍ତକାଳୟ, ଦରବାର ହଲ, ବୁଦ୍ଧଙ୍କ ମୂର୍ତ୍ତି ଆଦି ରହିଛି । ଏହି ସର୍କିଟ ବୁଲି ଦେଖିବା ପାଇଁ ସର୍ବାଧିକ ପାଞ୍ଚ ଜଣ ଏକାସାଥିରେ ବୁକିଙ୍ଗ କରାଇ ପାରିବେ । ଯେମିତିକି ଆମେ କହିରଖିଛୁ ଏହା କେବଳ ମାତ୍ର ଶନିବାର ଓ ରବିବାର ଦିନ ହିଁ ଖୋଲା ହୋଇଥାଏ । ଏଥିପାଇଁ ଘଣ୍ଟେ ଘଣ୍ଟେ ତ ତିନୋଟି ଭିଜିଟିଙ୍ଗ ସ୍ଲଟ ରହିଛି । ପ୍ରଥମଟି ୧୦.୩୦ ରୁ ୧୧.୩୦
ପର୍ଯ୍ୟନ୍ତ, ଦ୍ଵିତୀୟଟି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ଓ ତୃତୀୟଟି ୦୨.୩୦ ରୁ ୦୩ .୩୦ ପର୍ଯ୍ୟନ୍ତ ରହିଛି । ପ୍ରତିଟି ସର୍କିଟରେ ସର୍ବାଧିକ ୨୫ ଜଣଙ୍କୁ ହିଁ ଅନୁମତି ମିଳିଥାଏ । ଏନେଇ ରାଜପଥରେ ଗେଟ ନମ୍ବର ଦୁଇ, ଇଲହେଜି ରୋଡ଼ରେ ଗେଟ ନମ୍ବର -୩୭ ଓ ଚର୍ଚ୍ଚ ରୋଡ-୩୮ ରେ ପ୍ରବେଶର ଅନୁମତି ମିଳିଥାଏ ।

ସର୍କିଟ-୨;

ସର୍କିଟ-୨ରେ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ପରିସର ସାମିଲ ଅଛି । ଏହି ପରିସରରେ ସଂଗ୍ରହାଳୟ ବ୍ୟତୀତ ତିନୋଟି ଆହୁରି କୋଠା ରହିଛି । ସେଗୁଡିକ ହେଉଛି କ୍ଳକ ଟାୱାର, ଅସତବଲ ଓ ଗ୍ୟାରେଜ । ରାଷ୍ଟ୍ରପତି ଭବନର ଗ୍ୟାରେଜ ୨୦୧୬ ମସିହା ଜୁଲାଇ ୨୫ ତାରିଖ ଦିନ ସମସ୍ତଙ୍କ ପାଇଁ ଖୋଲା ରହିଥିଲା । ଏଠିକାର ସଂଗ୍ରହାଳୟରେ ଅଦ୍ଭୁତ କଳା, ସଂସ୍କୃତି, ଇତିହାସ ଆଦି ଲେଖାଯାଇଛି । ଏଠାରେ ଥିବା ଉତ୍କୃଷ୍ଟ କଳାକୃତି ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଠାରେ ରାଷ୍ଟ୍ରପତି ଭବନର ମଡ଼େଲ ଗୁଡିକ ବି ମହଜୂତ ଅଛି । ଯେଉଁଠିକି ପର୍ଯ୍ୟଟକ ମାନଙ୍କୁ ନିଷେଧ ।

ସର୍କିଟ- ୨ ପାଇଁ ସର୍ବାଧିକ ଛ ଜଣ ବୁକିଙ୍ଗ କରିପାରିବେ । ମାର୍ଚ୍ଚ 8 ତାରିଖରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଥିଲା । ସୋମବାର ଓ କେତେ ଗୁଡିଏ ସରକାରୀ ଛୁଟିକୁ ଛାଡି ସର୍କିଟ- ୨ ପ୍ରତିଦିନ ଖୋଲା ରହିଥାଏ । ଏଠାରେ ବୁଲିବା ପାଇଁ ଚାରୋଟି ଭିଜିଟିଙ୍ଗ ସ୍ଲଟ ରଖାଯାଇଛି ।

ସର୍କିଟ-୩:

ବିଶ୍ୱ ପ୍ରସିଦ୍ଧ ମୋଗଲ ଗାର୍ଡେନ ଏହି ସର୍କିଟରେ ଅବସ୍ଥିତ । ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନରେ ଭିନ୍ନ ଭିନ୍ନ ଉଦ୍ୟାନ ରହିଛି । ଏଥିରେ ଲମ୍ବା ଓ ଗୋଲ ଉଦ୍ୟାନ ପାର୍କ, ହର୍ବାଲ ଗାର୍ଡେନ, ମ୍ୟୁଜିକାଲ ଗାର୍ଡେନ, ଆଧ୍ୟାତ୍ମିକ ଉଦ୍ୟାନ ସାମିଲ ରହିଛି । ଏହି ଗାର୍ଡେନରେ ଦୁର୍ଲଭ ପ୍ରଜାତିର ବୃକ୍ଷଲତା , ସୁନ୍ଦର ସୁନ୍ଦର ଫୁଲ ଆଦି ରହିଛି । ଏହି ଗାର୍ଡେନ ଫେବୃଆରୀ ୧୬ ତାରିଖ ଠାରୁ ମାର୍ଚ୍ଚ ୧୬ ତାରିଖ ଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥାଏ ।

ରାଷ୍ଟ୍ରପତି ଭବନ ବୁଲିବା ପାଇଁ ଜାରି ହୋଇଥିବା ଦିଶାନିର୍ଦ୍ଦେଶ:

1. କୋଭିଡ ପ୍ରଟୋକଲ ଠିକ ଭାବେ ପାଳନ କରନ୍ତୁ

2. ଯଦି ଦେହ ଖରାପ ହେଉଥାଏ ଆଉ କୱାରେଣ୍ଟିନ ପିରିୟଡ଼ ତେବେ ସେଠାକୁ ନଯିବା ଭଲ

3. ଫୋଟୋ ଯୁକ୍ତ ପରିଚୟ ପତ୍ର ଅନିରବର୍ଜ୍ୟ

4. ଆଡ଼ଭାନ୍ସ ବୁକିଂ ବ୍ୟତୀତ ଏଠାକୁ ଆସିବା ନିଷେଧ

5. ବର୍ତ୍ତମାନ ସମୟରେ ଅନଲାଇନ ସୁବିଧା ଉପଲବ୍ଧ ଅଛି

6. ବୁକିଙ୍ଗ ଆପଣ ଏସଏମଏସ କିମ୍ବା ଇମେଲ ଜରିଆରେ କରିପାରିବେ

7. ଆପଣଙ୍କ ଆଡଭାନ୍ସ ବୁକିଙ୍ଗ କେବେ ବି କରାଯାଇପାରିବ

8. ବୁକିଙ୍ଗ ନା କାହାକୁ ବି ଟ୍ରାନ୍ସ୍ଫର କରାଯାଇପାରିବ ନା ହିଁ ବଦଳାଯାଇପାରିବ |

9. ପଞ୍ଜିକରଣ ଶୁଳ୍କ ନା ଫେରେଇ ନିଆଯାଇପାରିବ ନା ଟ୍ରାନ୍ସ୍ଫର କରାଯାଇପାରିବ |

10. କିଛି କିଛି ସ୍ଥାନରେ କ୍ୟାମେରା, ମୋବାଇଲ ଫୋନ ଅଥବା ଇଲେକ୍ଟ୍ରୋନିକ୍ସ ଡିଭାଇସ ନିଷେଧ ଅଛି |

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

38 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago