ଲାଇଫ୍ ଷ୍ଟାଇଲ୍

ଶ୍ରାବଣ ମାସରେ ବ୍ରତ କରୁଥିଲେ ଖାଆନ୍ତୁ ଏହି ସୁସ୍ବାଦୁ ଖାଦ୍ୟ: ଜଲଦି ତିଆରି ହେବା ସହ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିବ

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ। ଅନେକ ଲୋକେ ଏଥି ପାଇଁ ଉପବାସ ମଧ୍ୟ କରୁଥିବେ। ଯାହାପାଇଁ ସେମାନଙ୍କୁ ଶୁଦ୍ଧ ଖାଦ୍ୟ ଖାଇବାକୁ ପଡେ। ପୁଣି କିଛି ଲୋକ ସଂପୂର୍ଣ୍ଣ ଉପବାସ କରନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ତେଣୁ ଆପଣଙ୍କୁ ବ୍ରତ କରିବା ସମୟରେ ଏପରି ଖାଦ୍ୟ ଖାଇବା ଦରକାର ଯାହା ଆପଣଙ୍କ ଶରୀରକୁ ଶକ୍ତି ଦେବା ସହ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରଖିବ। ଉପବାସ ରଖୁଥିଲେ ଏପରି ଖାଦ୍ୟ ତିଆରି କରିବା ପାଇଁ ଆଜି ଆମେ ଆପଣଙ୍କୁ କହିବୁ ଯାହାକୁ ଆପଣ ତୁରନ୍ତ ତିଆରି କରିପାରିବେ। ଏହା ସ୍ୱାଦ ଦବା ସହ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ।

ଯଦି ଆପଣ ଶ୍ରାବଣ ଉପବାସ ରଖିଛନ୍ତି, ତେବେ ଆପଣ କିଛି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଏହି ଖାଦ୍ୟ ଉପବାସ ପାଇଁ ବହୁତ ଭଲ। ସେଗୁଡିକ ତିଆରି କରିବାର ଉପାୟ ବହୁତ ସହଜ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ମାସ ସବୁଠାରୁ ଶୁଭ ମାସ ବୋଲି ବିବେଚନା କରାଯାଏ। ଏହି ମାସରେ ସମସ୍ତେ ଭଗବାନ ଶିବଙ୍କୁ ପୂଜା କରନ୍ତି। ଏହି ମାସରେ ଲୋକମାନେ ଶ୍ରାବଣ ସୋମବାର ଦିନ ଉପବାସ ରଖନ୍ତି। ଏହି ସମୟରେ, କାର୍ଯ୍ୟରତ ମହିଳାଙ୍କ ପାଇଁ ବଡ ଚିନ୍ତା ହେଉଛି ବ୍ରତ ପାଇଁ କ’ଣ ଖାଇବେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଆପଣ ଖାଇ ପାରିବେ।

୧. ସାବୁଦାନା ଖେଚୁଡି :
ସାବୁଦାନା ସ୍ୱାସ୍ଥ୍ୟ ଉପକାର ପାଇଁ ଜଣାଶୁଣା ଏବଂ ଏହାକୁ ଉପବାସ ସମୟରେ ଖାଇବାର ଉଚିତ। ଏହାର ଅନେକ ହେଲ୍ଥ ବନେଫିଟ୍ସ ରହିଛି। ଏହା ହଜମ କରିବାରେ ସାହାଯ୍ୟ କରିଥାଏ ଓ ଆପଣଙ୍କ ପେଟ ଦିନସାରା ଠିକ୍ ରଖେ। ଏହି ଖେଚୁଡିର ସବୁଠାରୁ ବଡ଼ ଗୁଣ ହେଉଛି ଏଥିରେ ମୋଟା ପଣ କମାଇବାର ଉପାଦାନ ରହିଛି। ଆପଣଙ୍କୁ କେବଳ ସାବୁଦାନାକୁ କିଛି ସମୟ ଭିଜାଇବାକୁ ପଡିବ ଏବଂ ଏହାକୁ ତିଆରି କରିବାକୁ ମାତ୍ର ୮ ରୁ ୧୦ ମିନିଟ୍ ସମୟ ଲାଗେ। କେବଳ କିଛି ମସଲା ନେଇ ଏହାକୁ ତିଆରି କରିବାକୁ ହେବ। ଏହାକୁ ଆପଣ ଗରମ ରଗମ ଖାଇ ପାରିବେ।

୨. ବ୍ରତ ଆଳୁ :

ବ୍ରତ ଆଳୁ କେବଳ ତିଆରି କରିବା ସହଜ ନୁହେଁ ବରଂ ଏଥିରେ କାର୍ବୋହାଇଡ୍ରେଟ୍ ଏକ ଭଲ ଉତ୍ସ ରହିଛି। ଉପବାସ ସମୟରେ ଶରୀରକୁ ଫିଟ୍ ଏବଂ ସକ୍ରିୟ ରଖିବା ପାଇଁ ଏହାକୁ ଆପଣ ଖାଇ ପାରିବେ।ତେଣୁ ଏହାକୁ ପ୍ରସ୍ତୁତ କରିବାକୁ ହେଲେ କେବଳ ଆଳୁ, ଟମାଟୋ, ଗ୍ରୀନ ଚିଲି, ଲୁଣ ଏବଂ ଗୋଲମରିଚ ଦରକାର।
ଆପଣ ଏଥିରେ କଦଳୀ ମିଶାଇ ପାରିବେ, ଏହା ସ୍ୱାଦ ବଢ଼ାଇବାରେ ସାହାଯ୍ୟ କରେ। ଏହାକୁ ମିଶାଇ ସିଝାଇ କିମ୍ୱା ଚ୍ଛାଣି ଆପଣ ଏହାକୁ ଖାଇ ପାରିବେ।

୩. ମ୍ୟାଙ୍ଗୋ ମିଣ୍ଟ ଲସି :

picture credit – sanjeevni today

ଉପବାସ ସମୟରେ ସୁସ୍ଥ ଏବଂ ହାଲୁକା ଖାଦ୍ୟ ଖାଇବା ଉଚିତ୍। ଏଭଳି ପରିସ୍ଥିତିରେ ସ୍ୱାଦ ଏବଂ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ଆମ୍ବ ମିନ୍ତ ଲସି ମଧ୍ୟ ଆପଣ ପିଇ ପାରିବେ। ଏହାକୁ ତିଆରି କରିବାକୁ ହେଲେ ଆପଣଙ୍କୁ ଦରକାର ଦହି, ଆମ୍ବ ଓ କିଛି ପୋଦିନା ପତ୍ର। ଏହାର ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ଆପଣ ପିଇ ପାରିବେ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଏହି ଡ୍ରିଙ୍କ ଆପଣଙ୍କୁ କେବଳ ଦିନସାରା ହାଇଡ୍ରେଟ୍ ରଖିବ ନାହିଁ, ବରଂ ଦହିରେ ପ୍ରୋବାୟୋଟିକ୍ ଉପାଦାନ ରହିଛି ଯାହା ଆପଣଙ୍କ ହଜମ ଶକ୍ତିକୁ ବଢ଼ାଇବ ଏବଂ ଆପଣଙ୍କୁ ସୁସ୍ଥ ରଖିବ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

4 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

16 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

26 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

29 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago