ଲାଇଫ୍ ଷ୍ଟାଇଲ୍

ଅଧିକ ଜୁଆଁଣି ସେବନ କରୁଥିଲେ ସାବଧାନ୍‌ , କିଡନୀ ଖରାପ ହେବା ସହ ଦେଖାଦିଏ ଏହି ସମସ୍ୟା

ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍‌ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ କିମ୍ବା ଗ୍ୟାସ୍ ସମସ୍ୟା ଥିଲେ ଘରୋଇ ଉପଚାର ଭାବରେ ଜୁଆଁଣି ସେବନ କରିବାକୁ ବୟଷ୍କମାନେ ପରାମର୍ଶ ଦେଇଥାନ୍ତି । ଏଥିସହିତ ଆୟୁର୍ବେଦରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଜୁଆଁଣି ସେବନ କରିବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ଏବଂ ୟୁରିନ୍ ଇନଫେକସନ ଦୂର ହେବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ଜୁଆଁଣି ସେବନ ବିଭିନ୍ନ ପ୍ରକାର ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ। ଏହାଛଡା ଗର୍ଭଧାରଣ ସମୟରେ ମଧ୍ୟ ଏହା ସମସ୍ୟା ଆଣିପାରେ । ତେବେ ଆସନ୍ତୁ ଜାଣିବା ଜୁଆଁଣି ସେବନ କରିବା ଦ୍ୱାରା କେଉଁସବୁ ସମସ୍ୟା ଦେଖାଦେଇଥାଏ ।

କିଡନୀ ସମସ୍ୟା

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ,ଆପଣ ଯଦି ଅନେକ ଦିନ ଧରି ଲଗାତାର ଭାବରେ ଜୁଆଁଣି ସେବନ କରୁଛନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଖାସ କରି କିଡନୀ ଫୁଲିବା ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଅଧିକ ଜୁଆଣି ସେବନ କରୁଥିଲେ ସାବଧାନ ହୋଇଯିବା ଆବଶ୍ୟକ ।

ଗର୍ଭପାତ ହେବାର ସମ୍ଭାବନା

ଗର୍ଭବତୀ ମହିଳାମାନଙ୍କ ପାଇଁ ଜୁଆଁଣି ସେବନ କରିବା ବିପଜ୍ଜନକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଜୁଆଁଣି ସେବନ କରିବା ଦ୍ୱାରା ଗର୍ଭାଶୟରେ ରକ୍ତସ୍ରାବ ଏବଂ ଘର୍ଭାଶୟ ସଂକୋଟନ ହୋଇପାରେ । ଏତତ୍ ବ୍ୟତୀତ ଏହି ଜୁଆଁଣି ସେବନ ଗର୍ଭପାତର କାରଣ ମଧ୍ୟ ହୋଇପାରେ । ତେଣୁ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଜୁଆଁଣି ସେବନ କରନ୍ତୁ ନାହିଁ ।

ସ୍କିନ ଇନଫେକସନ

ଯଦି କୌଣସି ବ୍ୟକ୍ତିର ଚର୍ମ ଜନିତ ସମସ୍ୟା ଥାଏ ତେବେ ଏହି ବ୍ୟକ୍ତିମାନେ ଅଧିକ ଜୁଆଁଣି ସେବନ କରିବା ଉଚିତ୍ ନୁହେଁ କାରଣ ଏହା ଚର୍ମ ଏବଂ ତ୍ୱଚା ଉପରେ ଅଧିକ ପ୍ରଭାବ ପକାଇଥାଏ । ଫଳରେ ସ୍କିନ ଫଳିଯିବା ସହ ଆନାଫାଇଲକ୍ସିସ୍ ମଧ୍ୟ ହୋଇପାରେ ।

Pritiparna

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

7 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

43 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

44 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

48 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

53 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

57 mins ago