ଲାଇଫ୍ ଷ୍ଟାଇଲ୍

ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ଜଡ଼ାତେଲ, ରହିଛି ଅନେକ ଲାଭ

ଝିଅ ହେଉ ବା ମହିଳା ସୁନ୍ଦର ଦେଖା ଯିବା ପାଇଁ କିଏ ବା ନ ଚାହେଁ କିନ୍ତୁ ବହୁତ କମ ଲୋକଙ୍କ ଏହି ସ୍ୱପ୍ନ ପୂରା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହା ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଖୁବ ସୁନ୍ଦର ହୋଇଯିବ । ତେବେ ଏହା ହେଉଛି ଜଡ଼ା ତେଲ । ଯଦି ଆପଣ ନିୟମିତ ଭାବରେ ଏହି ତେଲ ବ୍ୟବହାର କରନ୍ତି ତେବେ ତ୍ଵଚା ସୁନ୍ଦର ଏବଂ ଚମକଦାର ହେବା ସହ ଉଜ୍ଜଳ ମଧ୍ୟ ଦେଖାଯାଇଥାଏ । ଜଡ଼ା ତେଲରେ ରୀସିନୋଲେଇକ ଏସିଡ ରହିଛି ଯାହା ତ୍ଵଚାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ତେଲକୁ କିପରି ବ୍ୟବହାର କରିବେ…

ତ୍ଵଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସବୁଠୁ ଅଧିକ ଜଡ଼ା ତେଲର ବ୍ୟବହାର କରାଯାଇଥାଏ । ଏହା ତ୍ୱଚାକୁ ନରମ ରଖିଥାଏ ଏବଂ ଏହାର ପୁଷ୍ଟିକର ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ଚର୍ମରେ ବ୍ୟବହାର କରିବା ଉଚିତ୍ । ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ଏକ ଭଲ ବିକଳ୍ପ । କାରଣ ଏଥରେ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଛି, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ କରେ । ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ବାର୍ଦ୍ଧକ୍ୟର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।

ତ୍ଵଚାର କୁଞ୍ଚନ ଦୂର କରିବା ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ମାଧ୍ୟମ । ଏହା ଚର୍ମକୁ ତେଲିଆ ରଖିଥାଏ ଯାହାଫଳରେ ଆମ ତ୍ୱଚା ଶୁଷ୍କ ହୋଇନଥାଏ । ନିୟମିତ ପ୍ରୟୋଗ ଫଳରେ ଜଡ଼ାତେଲ ତ୍ୱଚାର ରିଙ୍କଲ୍ସ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ତେଲ ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ଏହା ଦ୍ୱାରା ବୟସ ବି କମ୍ ଜଣାପଡ଼େ । ଜଡ଼ା ତେଲର କ୍ଷମତା ସୁକ୍ଷ୍ମ ଚର୍ମ ପାଇଁ ଖୁବ୍ ଭଲ ।

ଏହା ବ୍ୟତୀତ ଏହି ତେଲ ଚର୍ମକୁ କୋମଳ କରିବାରେ ସାହାଯ୍ୟ କରେ । ନିୟମିତ ଏହି ତେଲ ମାଲିସ କଲେ ବାର୍ଦ୍ଧକ୍ୟ ଦୂର ହୋଇଥାଏ । ଏହି ତେଲ ହାଇପରପିଗମେଣ୍ଟେସନର ଲକ୍ଷଣକୁ ହ୍ରାସ କରିଥାଏ । ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର ରିଙ୍କଲ୍ସ ଏବଂ ସୂକ୍ଷ୍ମ ରେଖାକୁ ଦୂରେଇ ଦେବାରେ କାମ କରେ । ଜଡ଼ାତେଲ ତ୍ଵଚାର ଆର୍ଦ୍ରତା ବଜାୟ ରଖେ । ଏହି ତେଲକୁ ପ୍ରତିଦିନ ଗାଧେଇ ସାରିବା ପରେ ମାଲିସ କଲେ ଖୁବ୍ ଭଲ । ଆପଣ ରାତିରେ ଶୋଇବା ବେଳେ ବି ଏହି ତେଲକୁ ତ୍ଵଚାରେ ଲଗାଇ ଶୋଇପାରିବେ ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

8 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

23 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

24 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago