ରାଜ୍ୟ

ବାଇକରେ ଲିଫ୍ଟ ମାଗି ଅଧା ରାସ୍ତାରେ ଲୁଟିନେଲେ ଟଙ୍କା, ମରଣାନ୍ତକ ଆକ୍ରମଣର ଶିକାର ହେଲେ ପ୍ରଧାନ ଶିକ୍ଷକ

ମୋ ସ୍ୱାମୀଙ୍କୁ ଜୀବନରୁ ମାରିଦେଇଥାନ୍ତେ । ଭଗବାନଙ୍କ ଦୟାରୁ ମୋ ସ୍ୱାମୀ ମରଣ ମୁହଁରୁ ଫେରିଛନ୍ତି । କାହାକୁ ସାହାଯ୍ୟ କରିବା କଣ ଭୁଲ୍‌, ମୋ ସ୍ୱାମୀ କାହାର କଣ ଭୁଲ କରିଥିଲେ କାହିଁକି ତାଙ୍କର ଏ ଅବସ୍ଥା କରିଦେଲେ । ହସ୍ପିଟାଲ ବେଡରେ ଶୋଇଛନ୍ତି ସ୍ୱାମୀ । ପାଖରେ ସ୍ତ୍ରୀ ବସି ଭାବୁଛନ୍ତି ଏମିତି ସବୁ କଥା ।

ଡାକ୍ତରଖାନା ବେଡ ଉପରେ ଶୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ । ଯିଏ କି ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ସେ ନିଜେ ବି ଜାଣିନାହାଁନ୍ତି କେମିତି ଆସି ସେ ହସ୍ପିଟାଲରେ ପହଁଚିଲେ । କାହିଁକିନା ଦିଦିଙ୍କ ସ୍ୱାମୀ ହେଡ ସାରଙ୍କ ମୁଣ୍ଡକୁ କରିଥିଲେ ଶକ୍ତ ପ୍ରହାର ।

ବାସ୍ତବରେ ଘଟଣା ଥିଲା କିଛି ଏପରି । ପ୍ରଧାନ ଶିକ୍ଷକଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଛି ପୁଣି ଅନ୍ୟ କେହି ନୁହେଁ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଭିଆଇଛନ୍ତି ଏହି କାଣ୍ଡ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡନୀ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକଙ୍କୁ ମାଡ଼ମାରି ତାଙ୍କ ଠାରୁ ଏକଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଚେନ,ମୁଦି,ବାଇକ ଲୁଟି ନେଇଛନ୍ତି ସାଙ୍ଗରେ ଆସୁଥିବା ଦିଦିଙ୍କ ସ୍ୱାମୀ । ହେଡ ସାରଙ୍କ ବାଇକରେ ଆସୁଥିବା ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ତାଙ୍କୁ ମାଡ ମାରି ଟଙ୍କା ଓ ସୁନା ଲୁଟିନେଇଥିବା ଅଭିଯୋଗ ହୋଇଛି ।

ବାଇକରେ ଲିଫ୍ଟ ମାଗି ଅଧାରାସ୍ତାରେ ଶିକ୍ଷକଙ୍କୁ ମାଡ଼ମାରି ଲହୁଲୁହାଣ କରି ଲୁଟିନେଲେ ଟଙ୍କା। ଏହାପରେ ଗୁରୁତର ପ୍ରଧାନ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯାହା ଖବର ରହିଛି ଝରୀଗାଁ,ବଡନୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକ ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା,ବ୍ୟାଙ୍କରୁ ଉଠାଇ ପ୍ରଥମେ ସ୍କୁଲ ଯାଇ ଡାବୁଗାଁ ସ୍ଥିତ ଘରକୁ ବାଇକ ଯୋଗେ ଯିବାପାଇଁ ବାହାରିବା ସମୟରେ ସେହି ସ୍କୁଲର ସହକର୍ମୀ ଶିକ୍ଷୟିତ୍ରୀ ଶୁଭ୍ରାଙ୍ଗିନୀ ମହଲିକ ତାଙ୍କ ସ୍ୱାମୀ ବିନୋଦ କୁମାର ନାୟକଙ୍କୁ ସାଥିରେ ନେଇ ଡାବୁଗାଁରେ ଛାଡ଼ିଦେବାକୁ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ। ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଙ୍କ ସହ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଡାବୁଗାଁ ଜୀବା ବାଟରେ ପରିସ୍ରା କରିବା ପାଇଁ ଗାଡି ଅଟକେଇବାକୁ କହିଲେ ଦିଦିଙ୍କ ସ୍ୱାମୀ । ତାପରେ ରାସ୍ତାରେ ପଡିଥିବା ଏକ ପଥରରେ ପଛପଟୁ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡରେ ଛେଚି ଦେଇଥିଲେ ଫଳରେ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡକୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ।

ଏହାପରେ ପ୍ରଧାନ ଶିକ୍ଷକଙ୍କ ପାଖରେ ଥିବା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବାବଦର ୧ ଲକ୍ଷ ୪୦ ହଜାର ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ, ମୁଦି ଲୁଟିବା ସହ ତାଙ୍କ ବାଇକ ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି ଶିକ୍ଷୟତ୍ରୀଙ୍କ ସ୍ୱାମୀ ବିନୋଦ । ଗୁରୁତର ଅବସ୍ଥାରେ ଶିକ୍ଷକ ଜଣକ ପ୍ରଥମେ ଡାବୁଗାଁ ରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

ତେବେ ଏଭଳି ଜଣଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ପଛରେ କାରଣ ଜଣାପଡିନାହିଁ । ଏହା କେବଳ ଲୁଟ୍‌ ଉଦ୍ଦେଶ୍ୟରେ ନା ଅନ୍ୟ କିଛି କାରଣ ପାଇଁ ତାହା ତଦନ୍ତ ପରେ ଜଣାପଡିବ । କିନ୍ତୁ ସତରେ ଏତେ ବଡ ଏକ ଅଘଟଣରୁ ଭଗବାନ ପ୍ରଧାନ ଶିକ୍ଷକଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି ।

Subhalaxmi Das

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

9 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

38 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

57 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago