ରାଜ୍ୟ

ଆସିଗଲା ସ୍ୱର୍ଗଦ୍ୱାର ୱେବସାଇଟ୍‌, ଅନ୍ତିମ ସଂସ୍କାର କରିବା ପାଇଁ କରିବାକୁ ପଡ଼ିବନି ଚିନ୍ତା

ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ଏବେ ସବୁ ସେବା ଯୋଗାଇବ ସ୍ୱର୍ଗଦ୍ୱାର ୱେବସାଇଟ୍‌ । ଆଉ ଆପଣଙ୍କୁ ନେବାକୁ ପଡିବନି କୌଣସି ବି ଚିନ୍ତା । ଅନ୍ତିମ ସଂସ୍କାରରେ ସହଜ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାର ୱେବସାଇଟ୍‌ । ଗୁଗଲରେ ସର୍ଚ୍ଚ କରି ଆପଣ ଏହି ୱେବସାଇଟ୍‌ ମାଧ୍ୟମରେ ସମସ୍ତ ସୂଚନା ପାଇପାରିବେ । ଆପଣ ଏଥିରେ ତିନୋଟି ଭାଷାର ସୁବିଧା ପାଇପାରିବେ ।

ସଂସ୍କାର ସେବକ ମାନଙ୍କୁ ବିବାହ ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ। ସ୍ବର୍ଗଦ୍ବାର ସେବା ସମିତି ପକ୍ଷରୁ ସ୍ବର୍ଗଦ୍ବାର ନୂତନ ୱେବସାଇଟ ସ୍ବର୍ଗଦ୍ବାର ଡ଼ଟ୍ କମ୍ (swargadwar.com)କୁ ଲୋକାର୍ପଣ କରାଯାଇଛି । ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ସ୍ବର୍ଗଦ୍ବାର ପରିସରରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବାବେଳେ ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ୱର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମକୁ ସ୍ୱର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିଜୟ ରାମାସନୁଜ ଦାସ ପ୍ରଭୃତି ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ବିତରଣ ସହିତ ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେବା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସହ ୪ଜଣ ସଂସ୍କାର ସେବକ ମାନଙ୍କୁ ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କା ଲେଖାଏଁ ବିବାହ ଓ ମୃତ୍ୟୁ କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ କହିବାକୁ ଚାହିଁବୁ ଯେ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିଲେ । ମାତ୍ର ଏବେ ତାହାକୁ ଏକ କୁଇଣ୍ଟାଲ ୮୦ କେଜି କରାଯାଇଛି । ଏଥିସହିତ ଘିଅର ପରିମାଣକୁ ୨୦୦ ଗ୍ରାମରୁ ୩୦୦ ଗ୍ରାମକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶବ ସଂସ୍କାର କରିବାକୁ କାଠ ବୋହିବା ପାଇଁ କେବଳ ଟ୍ରଲିର ବ୍ୟବସ୍ଥା ଥିବାବେଳେ ଏବେ କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।

ଏଥିସହିତ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଯଦି କେହି ତାଙ୍କର ରସିଦ ହଜାଇଦେବେ, ତେବେ ସେମାନେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।

Subhalaxmi Das

Recent Posts

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

43 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

55 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

1 hour ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

10 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

14 hours ago