ଲାଇଫ୍ ଷ୍ଟାଇଲ୍

ପାଟିକୁ ଟେଷ୍ଟି ଓ ଦେହ ପାଇଁ ହିତକର ମିଠା ଖେଚୁଡ଼ି, ଆଜି ହିଁ ବନାନ୍ତୁ

ଯଦି ଆପଣ ଅତି କମ ସମୟରେ କିଛି ପୌଷ୍ଟିକ ଖାଦ୍ୟ ବନେଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହେବ ଖେଚୁଡ଼ି । ଆପଣ ମାନେ ଅନ୍ୟ ଖେଚୁଡ଼ି କରିଥିବେ ଓ ଖାଇଥିବେ ନିଶ୍ଚିତ । କିନ୍ତୁ ଘରେ ଥରେ ମିଠା ହଳଦିଆ ରଙ୍ଗର ଖେଚୁଡ଼ି ପ୍ରସ୍ତୁତ କରନ୍ତୁ । ଏହା ଖାଇବାକୁ ଖୁବ ସ୍ଵାଦିଷ୍ଟ ଏବଂ ଏହାକୁ ତିଆରି କରିବା ବି ବହୁତ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମିଠା ଖେଚୁଡ଼ିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ:

ବାସୁମତୀ ଚାଉଳ- ୨ କପ୍, କେସର କ୍ଷୀର-୧/୨ କପ୍, ଚିନି- ୩ କପ୍, କାଜୁ- ୧୪ ରୁ ୧୫ଟି, ନଡ଼ିଆ- ୧/୨ଟି, ବାଦାମ- ୧୦ଟି, କିସମିସ୍‌- ୮ରୁ ୧୦ଟି, ଅଳେଇଚ – ୫ରୁ ୬ଟି, ଲବଙ୍ଗ – ୪ ରୁ ୫ଟି, ଘିଅ– ୨ ଚାମଚ, ପାଣି- ୩ କପ୍, ଗୁଜୁରାତି- ୩ଟି

ପ୍ରସ୍ତୁତି ପ୍ରଣାଳୀ:

ମିଠା ଖେଚୁଡ଼ି ତିଆରି କରିବା ପାଇଁ ପ୍ରଥମେ କ୍ଷୀରରେ କେସର ମିଶାଇ ରଖି ଦିଅନ୍ତୁ । ଏବେ ଚାଉଳକୁ ଭଲ ଭାବେ ଧୋଇ ୧ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ ପରେ ପାଣିରୁ କାଢ଼ି ଏକ ପ୍ଲେଟରେ ଖେଳାଇ ଦିଅନ୍ତୁ । ଏବେ ପ୍ରେସର କୁକରରେ ଚାଉଳ, ପାଣି, କେସର କ୍ଷୀର, ଘିଅ ଏବଂ ଚିନି ପକାଇ ୨ଟି ସିଟି ଆସିବା ପର୍ଯ୍ୟନ୍ତ ବସାନ୍ତୁ । ଏବେ ଏକ ପ୍ୟାନ୍‌ରେ ଘିଅକୁ ଗରମ କରିବା ପରେ ସେଥ‌ିରେ ଲବଙ୍ଗ, କାଜୁ, ବାଦାମ, ଅଳେଇଚ ପାଉଡର ଏବଂ ନଡ଼ିଆ ପକାଇ ଭଲ ଭାବେ ଭାଜି ଦିଅନ୍ତୁ । ସେଥ‌ିରେ ଚାଉଳ, କିସମିସ୍ ଏବଂ ଗୁଜୁରାତି ପକାଇ ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ । ଏହା ପରେ ୫ ମିନିଟ୍ ଯାଏଁ ଧିମା ଆଞ୍ଚରେ ଏହାକୁ ସିଝାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଗ୍ୟାସ ବନ୍ଦ କରିବାର ୨ ମିନିଟ୍ ପର୍ଯ୍ୟନ୍ତ ପ୍ୟାନ ଉପରୁ ଘୋଡ଼ଣି କାଢ଼ନ୍ତୁ ନାହିଁ । ଏବେ ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି ।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

6 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

35 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

54 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago