ଲାଇଫ୍ ଷ୍ଟାଇଲ୍

ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଚାହୁଁଥିଲେ ନିଶ୍ଚୟ କରନ୍ତୁ ସ୍କିନ୍‌ ଫାଷ୍ଟିଂ, ଜାଣନ୍ତୁ କେମିତି କରିବେ

ସ୍କିନ୍‌ ଫାଷ୍ଟିଂ ଶବ୍ଦ ବୋଧେ ଖୁବ୍‌ କମ୍‌ ଲୋକ ଶୁଣିଥିବେ। ଅଧିକାଂଶ ଲୋକଙ୍କ ପାଇଁ ଏହା ଏକ ନୂଆ ଶବ୍ଦ। ମାତ୍ର ଏହି କନ୍‌ସେପ୍ଟକୁ ଲୋକମାନେ ବହୁଳ ଭାବେ ପସନ୍ଦ କରିଥାନ୍ତି। ପ୍ରତ୍ୟେକ ମହିଳା ଗ୍ଲୋ ସ୍କିନ୍‌ ଚାହିଁଥାନ୍ତି। ତେବେ ଜାଣି ଖୁସି ହେବେ ଯେ ସ୍କିନ୍‌କୁ ଉଜ୍ଜ୍ୱଳ କରିବା ପାଇଁ ସ୍କିନ୍‌ ଫାଷ୍ଟିଂ ହେଉଛି ସବୁଠୁ ଭଲ ଉପାୟ।

ସ୍କିନ୍‌ ଫାଷ୍ଟିଂ କ’ଣ?

ଫାଷ୍ଟିଂ ମାନେ ଉପବାସ। ଆପଣ ଯେମିତି ଓଷା, ବ୍ରତରେ ଉପବାସ ରହିଥାନ୍ତି ସେଭଳି ଏହା ହେଉଛି ତ୍ୱଚାର ଉପବାସ। ଡାଇଟିଂ କଲେ ଯେଭଳି ଶରୀର ସୁସ୍ଥ ରହେ ସେଭଳି ସ୍କିନ୍‌ ଫାଷ୍ଟିଂ ତ୍ୱଚାକୁ ସୁସ୍ଥ ରଖେି। ଏଥିପାଇଁ ଆପଣ ମୁହଁରେ କିଛି ବି ଦ୍ରବ୍ୟ ଲଗାଇବେ ନାହିଁ। ରସାୟନିକ ପ୍ରଡକ୍ଟ ଠାରୁ ଦୂରରେ ରହି ଆପଣ ସ୍କିନ୍‌ ଫାଷ୍ଟିଂ କରିପାରିବେ।

କେମିତି କରିବେ ସ୍କିନ୍‌ ଫାଷ୍ଟିଂ?

  • ସ୍କିନ୍‌ ଫାଷ୍ଟିଂର ଆରମ୍ଭ ଆପଣ ରାତିରେ କରନ୍ତୁ।
  • ଶୋଇବା ପୂର୍ବରୁ ସାଦା ପାଣିରେ ମୁହଁକୁ ପରିଷ୍କାର କରି ଧୋଇ ଦିଅନ୍ତୁ। କିନ୍ତୁ ଧ୍ୟାନ ଦେବେ ମୁହଁରେ ଯେଭଳି କୌଣସି ରାସାୟନିକ ପ୍ରଡକ୍ଟ ବ୍ୟବହାର ନ କରନ୍ତି।
  • ତା’ ପର ଦିନ ସକାଳେ ଉଠି ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।
  • କିଛି ଦିନ ଏଭଳି କରିବା ପରେ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।
  • ତେବେ ଆପଣ ଚାହିଁଲେ ଏହି ସମୟରେ ଘରୋଇ ଉପଚାର ବି କରିପାରିବେ।
WCW 11

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

14 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

23 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

32 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

48 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago