ସର୍ଭିକଲ ଏବଂ ଅଣ୍ଟା ଯନ୍ତ୍ରଣାର କାରଣ ହେଉଛି ସ୍ମାର୍ଟଫୋନ, ଏମିତି ରକ୍ଷା କରନ୍ତୁ ନିଜକୁ

ସ୍ମାର୍ଟ ଗ୍ୟାଜେଟ ଆଜି ମଣିଷର ସବୁଠାରୁ ବଡ ଦରକାରୀ ହୋଇପଡିଛି। ସ୍ମାର୍ଟଫୋନ ଆମ ଜୀବନରେ ଏମିତି ଏକ ଅଙ୍ଗ ହୋଇଯାଇଛି ଯେ ଯାହା ବିନା ରହିବା କଷ୍ଟସାଧ୍ୟ ହୋଇପଡିଲାଣି। ଆଜିର ଦୁନିଆରେ ସ୍ମାର୍ଟଫୋନର ବହୁଳ ପ୍ରଚଳନ ହେଉଛି। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ପକେଟରେ ରହିଯାଉ ଥିବା ଏହି ଛୋଟିଆ ଜିନିଷ ଆପଣଙ୍କୁ ଭୟଙ୍କର ରୋଗର ଶିକାର କରାଇପାରେ। ମୋବାଇଲ କିମ୍ବା ଲାପଟପକୁ ଭୁଲ ଉପାୟରେ ବ୍ୟବହାର କଲେ କମର ଏବଂ ବେକରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ।

ଦିଲ୍ଲୀର ସଫଦରଜଙ୍ଗ ହସପିଟାଲ କମ୍ୟୁନିଟୀ ମେଡିସିନ ଡିପାର୍ଟମେଣ୍ଟ ଦ୍ୱାରା ଗ୍ରାମୀଣ ଅଞ୍ଚଳରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହାର କାରଣ ସାମ୍ନାକୁ ଆସିଲା। ଏହି ରିସର୍ଚ୍ଚରୁ ଜଣାପଡିଲା ଯେ ୬୦ ପ୍ରତିଶତ ଲୋକ ମସ୍କୁଲୋସ୍କୁଲଟନ୍ ଡିସଅର୍ଡର ଅର୍ଥାତ ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିଲେ। ଗ୍ୟାଜେଟର ଭୁଲ ଉପାୟରେ ବ୍ୟବହାର କରିବା ଦ୍ୱାରା ଲୋକ ଅଣ୍ଟା ଯନ୍ତ୍ରଣା ଏବଂ ସର୍ଭିକଲ ଭଳି ସମସ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି।

ଏହି ରିସର୍ଚ୍ଚରେ ୨୦୦ ଲୋକଙ୍କ ଉପରେ କରାଯାଇଥିଲା, ଯେଉଁଥିରେ ୫୪ ପ୍ରତିଶତ ଲୋକ ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ମାର୍ଟଫୋନ ଡିସପ୍ଲେକୁ ୬୦ ଡିଗ୍ରୀରୁ ଅଧିକ ବେକ ମୋଡି ଦେଖିବା ଦ୍ୱାରା ଏହି ସମସ୍ୟା ହୋଇଥାଏ। ଏହାଦ୍ୱାରା ଆମ ବେକର ହାଡ ନିରନ୍ତର ମୋଡିବା ଅବସ୍ଥାରେ ରହିଥାଏ ଏବଂ ଏହା ପରେ ଯନ୍ତ୍ରଣାର କାରଣ ହୋଇଥାଏ।

ଏହାସହ ପଢନ୍ତୁ : ମାତ୍ର ଏତିକି ଟଙ୍କା ଦେଇ କରିପାରିବେ ସ୍ମାର୍ଟଫୋନ ଡିସପ୍ଲେର ବୀମା, ଭାଙ୍ଗିଲେ ମିଳିବ ୧୨,୦୦୦ ଟଙ୍କା

ଏହି ସମସ୍ୟାରୁ କେମିତି ପାଇବେ ରକ୍ଷା

ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଲାପଟପ କାରଣରୁ ବଢ଼ୁଥିବା ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ଦେବାକୁୁ ଜରୁରୀ।

-କମ୍ପ୍ୟୁଟର ସ୍କ୍ରୀନକୁ ନିଜ ଆଖି ଠାରୁ ପ୍ରାୟ ୮୦ ସେମି ଦୂରତାରେ ରଖନ୍ତୁ।

-ଫୋନକୁ କାନ ଏବଂ କାନ୍ଧ ମଝିରେ ରଖି କଥା ହେବା ଅନୁଚିତ। ଯଦି ଆପଣଙ୍କୁ କଥା ହେବାର ଅଛି ତେବେ ଇୟରଫୋନର ବ୍ୟବହାର କରିପାରିବେ।

-ସ୍ମାର୍ଟଫୋନରେ ଲଗାତର ଲାଗି ହୋଇ ରହିବା ବଦଳରେ ଆପଣ କିଛି ସମୟ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପ୍ରାୟ ୨୦ ମିନିଟ୍ ଯାଏଁ ଚାଲିବା ଅଭ୍ୟାସ କରନ୍ତୁ।

Pritiparna

Recent Posts

ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

51 seconds ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

36 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

48 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

2 hours ago