ଲାଇଫ୍ ଷ୍ଟାଇଲ୍

୫ଟି ସଙ୍କେତରୁ ଜାଣନ୍ତୁ ପିଲା ଖରାପ ରାସ୍ତାକୁ ଯାଉଛି, ଧ୍ୟାନ ଦିଅନ୍ତୁ ଏହି ସବୁ କଥା

ଆପଣମାନେ ଜାଣିପାରୁଥିବେ ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାରର ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତନ ଆମ ସମାଜ ପାଇଁ ଭଲ ହୋଇଥାଏ । ହେଲେ ବେଳେବେଳେ ଏହି ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଖରାପ ମଧ୍ୟ ହୋଇପାରେ । ଯାହାର ପ୍ରଭାବ ପ୍ରାୟତଃ ଆମ ପିଲାମାନଙ୍କ ଉପରେ ପଡିଥାଏ । କାରଣ ପିଲାମାନେ ସବୁବେଳେ ନିଜ ଆଖପାଖରେ ହେଉଥିବା କାର୍ଯ୍ୟକଳାପରୁ ହିଁ ସବୁକିଛି ଶିକ୍ଷିଥାନ୍ତି । ଯଦି ସଙ୍ଗତ ଭଲ ହୋଇଥାଏ ତାହେଲେ ପିଲାମାନେ ଭଲ କଥା ଶିଖିଥାନ୍ତି । ଆଉ ଯଦି ଖରାପ ସଙ୍ଗତ ହୋଇଥାଏ ତାହେଲେ ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଆପଣମାନେ ତ ଜାଣିଥିବେ ପିଲାମାନଙ୍କ ଉନ୍ନତି ହେବାରେ କିମ୍ବା ଖରାପ ହେବାରେ ଅଧିକ ସମୟ ଲାଗେ ନାହିଁ । ଯଦି ଆପଣଙ୍କ ପିଲାଙ୍କ ମଧ୍ୟରେ ଏଭଳି ପ୍ରଭାବ ଦେଖିବା ପାଇଁ ମିଳୁଛି, ତାହେଲେ ଆପଣମାନେ ବୁଝିଯାଆନ୍ତୁ କି ଆପଣଙ୍କ ପିଲା ଖରାପ ସଙ୍ଗତରେ ପଡିଛି କିମ୍ବା ଖରାପ ହେଇଯାଇଛି । ସେଥିପାଇଁ ଆପଣମାନେ ଠିକ୍‌ ସମୟରେ ନିଜ ପିଲାଙ୍କୁ ସୁଧାରି ଦିଅନ୍ତୁ, ନଚେତ ଭବିଷ୍ୟତରେ ଆପଣଙ୍କ ପିଲା ଅସୁବିଧାର ସାମ୍ନା କରିପାରନ୍ତି ।

ପିଲାଙ୍କ ଖରାପ ହେବାର ସଙ୍କେତ :
ଜିଦି :
ପିଲାର ଖରାପ ହେବାର ପ୍ରଥମ ସଂଙ୍କେତ ହେଉଛି ପିଲାଟି କୌଣସି ଜିନିଷକୁ ନେଇ ଅଧିକ ଜିଦି କରିବା । ଯଦି ଆପଣଙ୍କ ପିଲା ଛୋଟ ଛୋଟ କଥାରେ ଜିଦି କରୁଛି, ତାହେଲେ ବୁଝିଯାଆନ୍ତୁ ଆପଣଙ୍କ ପିଲା ଖରାପ ହୋଇଯାଇଛି । ଏହାସହ ସେ ତା ଆଖପାଖରୁ କିଛି ଭୁଲ କଥା ଶିଖୁଛି ।

କଳି କରିବା :
ଯଦି ଆପଣ ପିଲା ବହୁତ କଳି କରୁଛି, ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ପିଲା ଖରାପ ହେବାକୁ ଯାଉଛି । ସେଥିପାଇଁ ଠିକ୍‌ ସମୟ ମଧ୍ୟରେ ନିଜ ପିଲାର କଳି କରିବା ଅଭ୍ୟସକୁ ସୁଧରିବା ପାଇଁ ଚେଷ୍ଟା କରନ୍ତୁ ।

ଅନ୍ୟ ପିଲାକୁ ଚିଡ଼ାଇବା :
ଆପଣଙ୍କ ପିଲା ଯଦି ଅନ୍ୟ ପିଲାମାନଙ୍କୁ ଚିଡ଼ାଇବାକୁ ଲାଗୁଛି, ତାହେଲେ ବୁଝି ନିଅନ୍ତୁ ପିଲାଟି ଏହି ଖରାପ କଥା ଅନ୍ୟ କାହାଠାରୁ ଶିଖୁଛି । ସେଥିପାଇଁ ଉଚିତ ସମୟରେ ଆପଣଙ୍କ ପିଲାକୁ ସୁଧାରନ୍ତୁ ଓ ଏହି ଖରାପ ଅଭ୍ୟାସ ଠିକ୍‌ କରିବା ପାଇଁ ଚେଷ୍ଟା କରନ୍ତୁ ।

ଖରାପ ଭାଷା କହିବା :
ପିଲାଙ୍କ ଖରାପ ହେବାର ପ୍ରଥମ ସଙ୍କେତ ହେଉଛି, ପିଲାଟି ଖରାପ ଭାଷାରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିବା । ଯଦି ଆପଣଙ୍କ ପିଲା କଥାବାର୍ତ୍ତା କରିବା ସମୟରେ ଖରାପ ଭାଷାର ବ୍ୟବହାର କରୁଛି, ତାହେଲେ ଜାଣି ନିଅନ୍ତୁ ପିଲାଟି ଖରାପ ସଙ୍ଗତରେ ପଡିଯାଇଛି ।

ଚୋରି କରିବା ଅଭ୍ୟାସ :
ଯଦି ଆପଣଙ୍କ ପିଲା ଛୋଟ ହୋଇଥିଲେ ମଧ୍ୟ ଚୋରି କରୁଛି, ତାହେଲେ ବୁଝିନିଅନ୍ତୁ କି ଆପଣଙ୍କ ପିଲା ଭୁଲ ରାସ୍ତାରେ ଯାଉଛି । ସେଥିପାଇଁ ତାକୁ ଠିକ୍‌ ରାସ୍ତାକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ, ଯେପରି ଆପଣଙ୍କ ପିଲା ମଧ୍ୟ ଭୁଲ ରାସ୍ତାକୁ ନଯିବ ଓ ଭବିଷ୍ୟତରେ ଭଲ ମଣିଷ ହେବ ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

1 hour ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

7 hours ago