ଗଣତନ୍ତ୍ର ଦିବସ ଅବସରରେ ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ‘ତ୍ରିରଙ୍ଗା ଢ଼ୋକଲା’

ତ୍ରିରଙ୍ଗା ଆମ ଦେଶର ସମ୍ମାନ ଏବଂ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସବୁଆଡେ ତ୍ରିରଙ୍ଗା ହିଁ ନଜର ଆସିଥାଏ ।ତାହେଲେ ଖାଦ୍ୟରେ ତ୍ରିରଙ୍ଗା କାହିଁକି ନୁହେଁ ? ସେଥିପାଇଁ ଗଣତନ୍ତ୍ର ଦିବସ ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ତ୍ରିରଙ୍ଗା ଢ଼ୋକଲା ପ୍ରସ୍ତୁତ କରିବାର ସ୍ୱତନ୍ତ୍ର ବିଧି । ତାହେଲେ ଆସନ୍ତୁ ଜାଣିବା ଆମେ ଘରେ କିପରି ପ୍ରସ୍ତୁତ କରିବା ତ୍ରିରଙ୍ଗା ଢ଼ୋକଲା ।

ଆବଶ୍ୟକ ସାମଗ୍ରୀ

ସୁଜି ୧ କପ, ଦହି ୧ କପ, ଅଦା ପେଷ୍ଟ ଅଧା ଚାମଚ, ଇନୋ ଅଳ୍ପ ଟିକେ, ପାଳଙ୍ଗ ପେଷ୍ଟ, ଲଙ୍କା ପାଉଡର, ଲେମ୍ବୁରାସ, ଧନିଆ ପତ୍ର , କଞ୍ଚା ଲଙ୍କା, ସୋରିଷ, ଭୃସଙ୍ଗ ପତ୍ର, ନାରଙ୍ଗୀ ରଙ୍ଗ, ଚିନି,ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସୁଜିରେ ଦହି, ଅଦା ପେଷ୍ଟ, ଲୁଣ ଓ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ଏହି ଘୋଳାକୁ ତିନୋଟି ଭିନ୍ନ ଭିନ୍ନ ପାତ୍ରରେ ଢାଳି ଦିଅନ୍ତୁ ।ପ୍ରଥମ ପାତ୍ରର ଘୋଳରେ ୧ କପ ପାଳଙ୍ଗ ପେଷ୍ଟ, ଧନିଆ ପତ୍ର ଓ କଞ୍ଚାଲଙ୍କାକୁ ପେଷ୍ଟ କରି ପକାଇ ଗୋଳାଇ ଦିଅନ୍ତୁ । ଦ୍ଵିତୀୟ ପାତ୍ରରେ ନାରଙ୍ଗୀ ରଙ୍ଗ ଓ ଲଙ୍କା ପାଉଡର ମିଶାଇ ଗୋଳାଇ ଦିଅନ୍ତୁ ଏବଂ ତୃତୀୟ ପାତ୍ରକୁ ସେହିପରି ଧଳା ରହିବାକୁ ଦିଅନ୍ତୁ ।

ଏବେ ପ୍ୟାନରେ ତେଲ ଗ୍ରୀସ କରାଇଦିଅନ୍ତୁ । ତାପରେ ପ୍ରସ୍ତୁତ କରି ରଖିଥିବା ଘୋଳାରେ ଟିକିଏ ଇନୋ ମିଶାଇ ତୁରନ୍ତ ଷ୍ଟିମରରେ ଦିଅନ୍ତୁ । ଏବେ ଏହି ଢ଼ୋକଲା ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପ୍ଲେଟରେ କାଢି ଦିଅନ୍ତୁ । ବାକି ଦୁଇ ଘୋଳାକୁ ଠିକ ସେହିପରି କରନ୍ତୁ । ଆଉ ତାକୁ ବାହାର କରି ତ୍ରିରଙ୍ଗା ଭଳି ଗୋଟେ ଉପରେ ଗୋଟେ ରଖନ୍ତୁ ।

ଏବେ ଛୁଙ୍କ ଲଗାଇବା ପାଇଁ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ତାପରେ ସେଥିରେ ସୋରିଷ, ଭୃଷଙ୍ଗପତ୍ର ଓ କଞ୍ଚାଲଙ୍କା ପକାଇ ଟିକିଏ ଭାଜି ଦିଅନ୍ତୁ । ତାପରେ ସେଥିରେ ଅଳ୍ପ ଲୁଣ ଟିକିଏ ଚିନି ଏବଂ ଲେମ୍ବୁରସ ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ ଓ ସେଥିରେ ଟିକିଏ ପାଣି ଦେଇ ଫୁଟାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ତଡକା । ଏହାକୁ ଢ଼ୋକଲା ଉପରେ ଭଲଭାବେ ଢାଳି ଦିଅନ୍ତୁ ଓ ଗରମ ଗରମ ସର୍ଭ କରନ୍ତୁ ତ୍ରିରଙ୍ଗା ଢ଼ୋକଲା ।

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

4 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

6 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

9 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

15 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

30 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago