ସୀମା ଟପିଗଲା ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କରି ଗଭର୍ପାତ କରାଇଲେ ସାବତ ବାପା ଓ ଜେଜେବାପା

ପାଶବିକତାର ସବୁ ସୀମ ଟପିଗଲା ପିଶାଚ ସାବତ ବାପା ଓ ଜେଜେ। ନାବାଳିକା ଝିଅକୁ ଦୁଷ୍କର୍ମ କରି କଲେ ଗର୍ଭବତୀ ।  ଘଟଣା ଶୁଣିଲେ ଯେ କେହିବି କାନରେ ହାତଦେଇେଦେବେ। କାହିକିଁନା ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି ଆରମ୍ଭରୁ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ସେହି ସମ୍ପର୍କକୁ କଳୁଶିତ କରିଛନ୍ତି ଗୁଜୁରାଟର ଦୁଇ ନର ପିଶାଚ। ଏନସିଆରବି ରିପୋର୍ଟ ଅନୁସାରେ ପ୍ରତି ନାବାଳିକା ଦୁଷ୍କର୍ମ ପଛରେ କେହି ନା କେହି ପରିବାର ଲୋକ ଜଡିତ ଥାଏ। ଯାହାର ଜ୍ବଳନ୍ତ ଉଦାହାରଣ ସାଜିଛି ଗୁଜୁରାଟର ଏହି ଘଟଣା।

 

ଏଭଳି  ଲଜ୍ଜାଜନକ ଘଟଣା ଘଟିଛି ଗୁଜୁରାଟର ସୁରତରେ।  ନିଜ ସାବତ ବାପା ଓ ଜେଜେଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ  ହେବା ଘଟଣା ଗୁରୁବାର ଦିନ ସାମ୍ନାକୁ ଆସିଥିଲା। ୧୫ ବର୍ଷିୟ ଏହି ନାବାଳିକା ଜଣକ ଗୁରୁବାର ଦିନ ଥାନାରେ ପହଞ୍ଚି ଅଭିଯୁକ୍ତ ସାବତ ବାପା  ଓ ଜେଜେଙ୍କ  ବିରୋଧରେ ଅଭିଯୋଗ କରିଥିଲା। ପୀଡିତାର ଅଭିଯୋଗ ମୁତାବକ ନିଜ ବାପା ମାଙ୍କ ସହ ନାବାଳିକା ଜଣକ ସୁରତର କାମରେଜ ବେଲଞ୍ଜା ଅଞ୍ଚଳରେ ରହୁଥିଲେ।  କିଛି ଦିନ ତଳେ ନିଜ ବାପାଙକର ଦେହାନ୍ତ ପରେ ନାବାଳିକାର ମା ମହିଷାଣି ଅଞ୍ଚଳର  ଅନ୍ୟ ଜଣେ ପୁରଷ ସହ ବିବାହ କରି ପରିବାର ସହ ରହିଥିଲେ । କିନ୍ତୁ କିଛି ଦିନ ପରେ ପୀଡିତାଙ୍କର ମାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଯାହାଫଳରେ ନାବାଳିକା ଜଣକ ନିଜ ସାବତ ବାପା ପାଖରେ ରହିଥିଲେ। କିନ୍ତୁ ସାବତ ବାପା ଓ ଜେଜେ ନିଜର ଲୋଲୁପ ଦୃଷ୍ଟି ପକାଇଥିଲେ। ଧିରେ ଧିରେ ନାବାଳିକାକୁ ଶାରୀରିକ ଅତ୍ୟାଚାର କରି ଦୁଷ୍କର୍ମ କରିବା ଆରମ୍ଭ କରିଦେଲେ । ୩ ବର୍ଷ  ଲଗାତାର ଭାବେ ନାବାଳିକା ଜଣକ ଏହି ରାକ୍ଷାସ ରୂପୀ ସାବତ ବାପା ଓ ଜେଜେଙ୍କ ଅତ୍ୟାଚାର ସହି ଆସୁଥିଲା। କେବଳ ସେତିକି ନୁହେଁ  ଅନେକ  ଥର ଗର୍ଭବତୀ ହେବା ପରେ ସାବତ ବାପା ଓ ଜେଜେର ମାଡରେ ଗର୍ଭପାତ ମଧ୍ୟ  ହୋଇଛି ।

ହେଲେ ଏହି କଥାକୁ କାହାକୁ  କହିବାର ସହାସ କରିନଥିଲେ ପୀଡିତା  ନାବାଳିକା। କିନ୍ତ କିଛିଦିନ ତଳେ ନାବାଳିକାଙ୍କର ଜଣେ ମାମୁଁଙ୍କ କଥା ମନେ ପଡିଥିଲା। ଯାହା ଫଳରେ ରାକ୍ଷାସ ସବାତ ବାପା ଓ ଜେଜେର କବଳରୁ ରାକ୍ଷା ପାଇବାର ସାହାସ ଜୁଟାଇଥିଲା। କଳେ ବଳେ କୌଶଳେ ନାବାଳିକା ଜଣକ ସାବତ ବାପା ଘରୁ ଖସି ଆସି  ଟ୍ରେନ ଯୋଗେ ରାଜକୋଟ ଆସିଥିଲା। ସେଠାରେ ନିଜ ମାମୁଁକୁ ଦେଖା କରି ଘଟଣା ସମ୍ପର୍କରେ କହିଥିଲା ଓ ଥାନାର ଦ୍ବାରସ୍ଥ ହୋଇଥିଲା। ନାବାଳିକା ଜଣକ ଥାନାର ଦ୍ବାରସ୍ଥ ହୋଇଥବା ଖବର ଜାଣି ସାବତ ବାପା ଓ ଜେଜେ ସେ ଅଞ୍ଚଳ ଛାଡି ଫେରାର ହୋଇଯାଇଥିବାର ଜଣା ପଡିଛି।  ସେପଟେ ଥାନା ଅଧିକାରୀ ଅଭିଯୋଗକୁ  ଭିତ୍ତି କରି ଅପରାଧୀଙ୍କୁ ଧରିବା ପାଇଁ ଚଳାଇଛି ସର୍ଚ୍ଚ ଅପରେସନ।

Sasmita

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

10 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

13 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

20 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

22 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

58 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago