ଲାଇଫ୍ ଷ୍ଟାଇଲ୍

ଆପଣ ପ୍ରତିଦିନ ଏହି ୫ଟି ଖାଦ୍ୟ ଖାଉନାହାନ୍ତି ତ, ଯାହା ଆପଣଙ୍କ ଯକୃତ ପାଇଁ ବିଷ

ଲିଭରକୁ ମଣିଷ ଶରୀରର କେମିକାଲ ଫ୍ୟାକ୍ଟ୍ରି ଭାବେ ଜଣାଯାଏ । ଏହା ରକ୍ତରେ କେମିକାଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ସହିତ ଶରୀରରୁ ଅଶୁଦ୍ଧ ପଦାର୍ଥ ବା ଟକ୍ସିନ ବାହାର କରିବାରେ ପ୍ରମୁଖ ଭୂମିକା ନିଭେଇଥାଏ । ଆଉ ମଧ୍ୟ ଲିଭର ହେଉଛି ଶରୀରର ସବୁଠାରୁ ବଡ ବଡ ଅଙ୍ଗ । ଏଥିରୁ ବାହାରୁ ଥିବା ବାଇଲ ବା ପିତ୍ତକୋଷ ଖାଦ୍ୟ ସହଜରେ ସାହାଯ୍ୟ କରେ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଆବଶ୍ୟକୀୟ ଫ୍ୟାଟ ଗୁଡିକୁ ଷ୍ଟୋର କରି ରଖିଥାଏ । କିନ୍ତୁ ଦୁଃଖର ବିଷୟ ଆମେ ଲିଭର ବା ଯକୃତର ଆବଶ୍ୟକତା ବିଷୟରେ ଜାଣି ସୁଦ୍ଧା ଏହାର ଠିକ ଭାବେ ଯତ୍ନ ନେଇପାରୁନାହୁଁ | ବରଂ ନିଜ ଦୈନନ୍ଦିନ କାର୍ଯ୍ୟକଳାପରେ ଲିଭରକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରିଥାଉ ।

ଅତ୍ୟଧିକ ମଦ୍ୟପାନ, ମାତ୍ରାଧିକ ମେଡ଼ିସିନ ସେବନ, ଅଧିକ ମିଠା କିମ୍ବା କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା, ଖାଦ୍ୟରୁ ସବୁଜ ପନିପରିବା, ଫଳ ଆଦିକୁ ବାଦ ଦେବା । ଅନ୍ୟ ଦୃଷ୍ଟିରୁ ଦେଖିଲେ ଆମେ ଯେମିତି ଆମ ଯକୃତ ଉପରେ ଅତ୍ୟାଚାର କରିଚାଲିଛୁ । ତେଣୁ ବେଳହୁଁ ସତର୍କ ହୋଇଯିବା ଉଚିତ । ଯଦି ସଜାଗ ନହେବା ତେବେ ଆମ ଯକୃତ ଉପରେ କ୍ଷତି ପହଂଚିବ । ପ୍ରଥମେ ଆମେ ଯାହା ବି ଖାଉଛେ ଯାହା ବି ପିଉଛେ ସେନେଇ ଜାଣି ରଖିବା ଉଚିତ । ଏହା ଆମ ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ନ ପକାଇବା ସହିତ ଆଗକୁ ବି ଆମ ଶରୀର ବେଶ ସୁସ୍ଥ ସବଳ ରହିବ  । ଏଠାରେ ଆମେ ୫ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁ ଗୁଡିକୁ ଆମ ଖାଦ୍ୟ ତାଲିକାରୁ ନିହାତି ବାଦ ଦେବା ଦରକାର ।

ସୁଗାର ବା ଚିନି:

ଅତ୍ୟଧିକ ଚିନି ଆମ ଯକୃତକୁ କ୍ଷତି ପହଞ୍ଚାଇଥାଏ । କ୍ୟାଣ୍ଡି, କୁକିଜ, ସୋଡା଼ ଆଦିରେ ଥିବା ରିଫାଇଣ୍ଡ ସୁଗାର ଶରୀର ପାଇଁ ବିଷ ସଦୃଶ ହୋଇଥାଏ । ନଚେତ ଫ୍ୟାଟି ଅଂଶ ବୃଦ୍ଧି ହେଲେ ଯକୃତରେ ରୋଗ ସୃଷ୍ଟି ହୋଇପାରେ । ଅତ୍ୟଧିକ ଚିନି ଶରୀରକୁ ମଦ ସଦୃଶ କ୍ଷତି ପହଞ୍ଚାଇପାରେ ।

ଆଲକହଲ:

ଲିଭର ରୋଗ ବାହାର କରିବାରେ ଆଲକହଲ ପ୍ରମୁଖ ଭୂମିକା ନିଭେଇଥାଏ । ଅତ୍ୟଧିକ ଆଲକହଲ ଆମ ଯକୃତକୁ ଗଭୀର କ୍ଷତି ପହଞ୍ଚାଈ ଥାଏ । ଅତ୍ୟଧିକ ଆଲକହଲ ସେବନ ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା କେମିକାଲ ରିଆକ୍ସନ ଆମ ଶରୀରର ସେଲ ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ । ସେଲ ମୃତ ହେବା ସହ ଫାଇବ୍ରୋସିସ ସମସ୍ୟା ଦେଖାଦେଇପାରେ । ଦୀର୍ଘ ଦିନ ଅତ୍ୟଧିକ ଆଲକହଲ ସେବନ କରିବା ଦ୍ୱାରା ଲିଭର ସିରୋସିସ ପରି ସମସ୍ୟା ଦେଖାଦେଇପାରେ । ଯାହା ବାନ୍ତି, ଜଣ୍ଡିସ ଏମିତିକି ଲିଭର କ୍ୟାନ୍ସର ସୃଷ୍ଟି କରିପାରେ ।

ମଇଦା:

ମଇଦାର ଅନ୍ୟ ନାଁ ହେଉଛି ଧଳା ବିଷ । ଯାହାକୁ ଅତ୍ୟଧିକ ପ୍ରୋସେସିଙ୍ଗ ଦ୍ୱାରା ତିଆରି କରାଯାଇଥାଏ । ଏଥିରେ ମିନେରାଲ, ଫାଇବର, ଦରକାରୀ ଭିଟାମିନ ମାତ୍ରା କମ ଥିବାରୁ ଶରୀରରେ ବ୍ଲଡ଼ ସୁଗାର ଲେଭଲ ବଢ଼ାଇ ଦେଇପାରେ । ତେଣୁ ପାସ୍ତା, ପିଜ୍ଜା, ବିସ୍କୁଟ , ବ୍ରେଡ ପରି ଖାଦ୍ୟକୁ ଯଥା ସମ୍ଭବ ଆଡେଇବା ଉଚିତ ।

ଫାଷ୍ଟ ଫୁଡ ଖାଦ୍ୟ;

ଏଥିରେ ପ୍ରଚୁର ହାଇ ସାଚୁରେଟେଡ଼ ଫ୍ୟାଟ ରହିଥାଏ । ଯାହାକୁ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ । ବର୍ଗର, ଫ୍ରେଞ୍ଚ ଫ୍ରାଏ, ୱେଫର ପରି ଖାଦ୍ୟ ଲିଭର ପାଇଁ ଭଲ ନୁହେଁ | ଏହା ସହ ଏଗୁଡିକ ବ୍ୟାଡ କୋଲେଷ୍ଟେରଲକୁ ବଢାଇବା ସହିତ ହୃଦଘାତର ଆଶଙ୍କା ସୃଷ୍ଟି କରିପାରେ ।

ରେଡ ମିଟ;

ରେଡ ମିଟ କିମ୍ବା ଖାସି ମାଂସରେ ମାତ୍ରାଧିକ ପ୍ରୋଟିନ ଥାଏ । ଯାହାକୁ ହଜମ କରିବା ଆମ ଯକୃତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଅତ୍ୟଧିକ ପ୍ରୋଟିନ ସେବନ ମଧ୍ୟ ଲିଭର ପାଇଁ କ୍ଷତିକାରୀ ।

 

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

7 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

22 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

37 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

47 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

58 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago