ଦେଶ ବିଦେଶ

ନିଜକୁ ପିନ୍ଧାଇଲେ ମଙ୍ଗଳସୂତ୍ର, ନିଜ ମଥାରେ ଭରିଲେ ସିନ୍ଦୁର! ଦେଖନ୍ତୁ କ୍ଷମା ବିନ୍ଦୁଙ୍କ ବିବାହ ଫଟୋ…

ଦୀର୍ଘ ଦିନରୁ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା କ୍ଷମା ବିନ୍ଦୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆଉ କାହା ସହିତ ନୁହେଁ, ବରଂ ନିଜ ସହିତ ହିଁ ବାହା ହୋଇଛନ୍ତି। କ୍ଷମା ପୂର୍ବରୁ ଘୋଷଣା କରିଥିଲେ କି, ସେ ଆସନ୍ତା ଜୁନ୍‌ ୧୧ରେ ବିବାହ କରିବେ। କିନ୍ତୁ ବିବାଦ ଘନେଇବାରୁ କ୍ଷମା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ହିଁ ବିବାହ କରି ନେଇଛନ୍ତି।

photo: News18 Hindi

ବିବାହ କାର୍ଯ୍ୟକ୍ରମ କ୍ଷମାଙ୍କ ଘରେ ହିଁ ଆୟୋଜିତ ହୋଇଥିଲା। ଏହି ଅବସରରେ ହଳଦୀ ଓ ମେହେନ୍ଦୀ ରୀତିନୀତି ପାଳନ କରାଯାଇଥିଲା। ବିବାହରେ ନା କେହି ବର ଥିଲେ, ନା ବରଯାତ୍ରୀ। ବିବାହ ବେଦୀରେ କ୍ଷମା ନିଜକୁ ମଙ୍ଗଳସୂତ୍ର ପିନ୍ଧାଇବା ସହିତ ନିଜ ମଥାରେ ସିନ୍ଦୁର ଭରିଥିଲେ। ତେବେ ନିଜକୁ ବିବାହ କରିବା ପରେ କ୍ଷମା ଏକ ଭିଡିଓ ଜାରି କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

photo: prabhat khabar

କହି ରଖୁଛୁ, ପ୍ରଥମେ କ୍ଷମା ଜୁନ୍‌ ୧୧ରେ ବିବାହ କରିବା ପାଇଁ ଘୋଷଣା କରିଥିଲେ, ଯାହା ପରେ ତାଙ୍କ ଘରକୁ ଲୋକଙ୍କ ଯିବାଆସିବା ଆରମ୍ଭ ହୋଇ ଯାଇଥିଲା। ସେପଟେ ଜଣେ ବିଜେପି ନେତ୍ରୀ କ୍ଷମାଙ୍କ ବିବାହ ନିଷ୍ପତ୍ତିକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କହିଥିଲେ। ସେହିପରି କଂଗ୍ରେସ ନେତା ମଧ୍ୟ ଏହି ବିବାହକୁ ପାଗଳପଣର ଉଦାହରଣ ଦେଇଥିଲେ। ଏହି କାରଣରୁ କ୍ଷମା ଧାର୍ଯ୍ୟ ସମୟ ପୂର୍ବରୁ ହିଁ ବିବାହ କରି ନେଇଛନ୍ତି।

photo: opindia

କ୍ଷମା ବିନ୍ଦୁ ବିବାହ ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ ‘ଘର ବାହାରେ ନୋ ମିଡିଆର ବୋର୍ଡ ଲଗା ହୋଇଛି, ତଥାପି ମିଡିଆ ମୋ ଘରକୁ ଆସୁଛନ୍ତି। ଦୟାକରି ଏଠାକୁ ଆସନ୍ତୁ ନାହିଁ। ମୁଁ କୌଣସି ଅଫ୍‌ଲାଇନ ଇଣ୍ଟରଭ୍ୟୁ ଦେବି ନାହିଁ। ମୋର ଗତକାଲି ବିବାହ ହୋଇଛି। ମୋତେ ଏନ୍‌ଜୟ କରିବାକୁ ଦିଅନ୍ତୁ’।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

22 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

37 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

48 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

58 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago