ଜାଣନ୍ତୁ ଅଁଳା ଜୁସ୍ ର ଫାଇଦା, ଦିନେ ଜାଣିଲେ ସବୁଦିନ ପିଇବେ

ଅଁଳା ଏକ ଏମିତି ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ । ଅଁଳାରେ କ୍ଯାଲସିୟମ୍, ଭିଟାମିନ୍ ସି, ଆଇରନ୍, ଫସଫରସ୍, କ୍ଯାରୋଟିନ୍ ଏବଂ ଭିଟାମିନ୍ ବି କମ୍ପପ୍ଳେକ୍ସ ଭରପୂର ମାତ୍ରାରେ ରହିଥିବା ହେତୁ ଏହାକୁ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଁଳାକୁ ଖାଇବାର ଫାଇଦା ସମ୍ପର୍କରେ ଆପଣ ସମସ୍ତେ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଅଁଳା ଜୁସ୍ ସମ୍ପର୍କରେ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ।

କେମିତି ପ୍ରସ୍ତୁତ କରିବେ ଅଁଳା ଜୁସ୍ :

ଅଁଳାକୁ କାଟିଦେଇ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହାପରେ ଏହି ଶୁଖିବା ଅଁଳାକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ପ୍ରତିଦିନ ଏହି ଗୁଣ୍ଡକୁ ପାଣିରେ ମିଶାଇକି ପିଅନ୍ତୁ ।

ଅଁଳାର ଲାଭଦାୟକ ଗୁଣ :

ଭିଟାମିନ୍, ମିନେରାଲ୍ ଏବଂ ଡାଏଟ୍ରୀ ଫାଇବରରେ ଭରପୂର ୧୦୦ଗ୍ରାମ ଅଁଳାରେ ମାତ୍ର ୬୦ କ୍ଯାଲୋରି ରହିଥାଏ । ଏଥିରେ ଥିବା ଆଣ୍ଟି ଭାଇରାଲ ଗୁଣ ଶରୀରର ଇମ୍ଯୁନ୍ ସିଷ୍ଟମକୁ ମଜବୁତ୍ କରିଥାଏ । ଅାମିନୋ ଏସିଡ୍ ରେ ଭରପୂର ଅଁଳା ମେଟାବୋଲିଜିମ୍ କୁ ଠିକ୍ ଭାବେ ରଖିବାରେ ସାହାର୍ଯ୍ଯ କରିଥାଏ । ଏହା ସହିତ ୱେଟ୍ କଣ୍ଟ୍ରୋଲ୍ କରିବାରେ ବେଶ୍ ଲାଭଦାୟକ ହୋଇଥାଏ ।

ଅଁଳାରେ ଥିବା କ୍ରୋମିୟମ୍ ଶରୀରର ବ୍ଳଡ୍ ସୁଗାରକୁ କମ୍ କରିବା ସହିତ ଡାଇବେଟିସ୍ କୁ ମଧ୍ଯ କଣ୍ଟ୍ରୋଲ୍ କରିଥାଏ । କନଷ୍ଟିପେସନ୍ ଥିବା ରୋଗୀଙ୍କ ପାଇଁ ଏହା ରାମବାଣ ପରି କାମ କରିଥାଏ । ଫାଇବରରେ ଭରପୂର ଅଁଳା ଶରୀରର ସମସ୍ତ ଟକସିନ୍ ଦୂର କରିଥାଏ । ଏହାବ୍ଯତିତ ଅଁଳାରେ ଭରପୂର ଥିବା ଆଣ୍ଟି ଏଜିଙ୍ଗ୍ ଗୁଣ ତ୍ବଚାରୁ କାଠ ବ୍ରଣକୁ ହଟାଇଥାଏ । ଏହାସହିତ ତ୍ବଚାର ଚମକକୁ ସ୍ଥାୟି ରଖିଥାଏ ।

 

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago