Below header

ଜାଣନ୍ତୁ ଅଁଳା ଜୁସ୍ ର ଫାଇଦା, ଦିନେ ଜାଣିଲେ ସବୁଦିନ ପିଇବେ

ଅଁଳା ଏକ ଏମିତି ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ । ଅଁଳାରେ କ୍ଯାଲସିୟମ୍, ଭିଟାମିନ୍ ସି, ଆଇରନ୍, ଫସଫରସ୍, କ୍ଯାରୋଟିନ୍ ଏବଂ ଭିଟାମିନ୍ ବି କମ୍ପପ୍ଳେକ୍ସ ଭରପୂର ମାତ୍ରାରେ ରହିଥିବା ହେତୁ ଏହାକୁ ପ୍ରତିଦିନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଁଳାକୁ ଖାଇବାର ଫାଇଦା ସମ୍ପର୍କରେ ଆପଣ ସମସ୍ତେ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଅଁଳା ଜୁସ୍ ସମ୍ପର୍କରେ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ।

amlaaକେମିତି ପ୍ରସ୍ତୁତ କରିବେ ଅଁଳା ଜୁସ୍ :

ଅଁଳାକୁ କାଟିଦେଇ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହାପରେ ଏହି ଶୁଖିବା ଅଁଳାକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ପ୍ରତିଦିନ ଏହି ଗୁଣ୍ଡକୁ ପାଣିରେ ମିଶାଇକି ପିଅନ୍ତୁ ।

amla-juice1ଅଁଳାର ଲାଭଦାୟକ ଗୁଣ :

ଭିଟାମିନ୍, ମିନେରାଲ୍ ଏବଂ ଡାଏଟ୍ରୀ ଫାଇବରରେ ଭରପୂର ୧୦୦ଗ୍ରାମ ଅଁଳାରେ ମାତ୍ର ୬୦ କ୍ଯାଲୋରି ରହିଥାଏ । ଏଥିରେ ଥିବା ଆଣ୍ଟି ଭାଇରାଲ ଗୁଣ ଶରୀରର ଇମ୍ଯୁନ୍ ସିଷ୍ଟମକୁ ମଜବୁତ୍ କରିଥାଏ । ଅାମିନୋ ଏସିଡ୍ ରେ ଭରପୂର ଅଁଳା ମେଟାବୋଲିଜିମ୍ କୁ ଠିକ୍ ଭାବେ ରଖିବାରେ ସାହାର୍ଯ୍ଯ କରିଥାଏ । ଏହା ସହିତ ୱେଟ୍ କଣ୍ଟ୍ରୋଲ୍ କରିବାରେ ବେଶ୍ ଲାଭଦାୟକ ହୋଇଥାଏ ।

amlllaaଅଁଳାରେ ଥିବା କ୍ରୋମିୟମ୍ ଶରୀରର ବ୍ଳଡ୍ ସୁଗାରକୁ କମ୍ କରିବା ସହିତ ଡାଇବେଟିସ୍ କୁ ମଧ୍ଯ କଣ୍ଟ୍ରୋଲ୍ କରିଥାଏ । କନଷ୍ଟିପେସନ୍ ଥିବା ରୋଗୀଙ୍କ ପାଇଁ ଏହା ରାମବାଣ ପରି କାମ କରିଥାଏ । ଫାଇବରରେ ଭରପୂର ଅଁଳା ଶରୀରର ସମସ୍ତ ଟକସିନ୍ ଦୂର କରିଥାଏ । ଏହାବ୍ଯତିତ ଅଁଳାରେ ଭରପୂର ଥିବା ଆଣ୍ଟି ଏଜିଙ୍ଗ୍ ଗୁଣ ତ୍ବଚାରୁ କାଠ ବ୍ରଣକୁ ହଟାଇଥାଏ । ଏହାସହିତ ତ୍ବଚାର ଚମକକୁ ସ୍ଥାୟି ରଖିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.