ଏହି ପୂର୍ଣ୍ଣିମାରେ ଘରେ ବନାନ୍ତୁ ରାଜସ୍ଥାନୀ ଷ୍ଟାଇଲ ଟେଷ୍ଟୀ ମାଲପୁଆ

ମାଲପୁଆ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ମାଲପୁଆ ରାଜସ୍ଥାନର ସବୁଠାରୁ ପସନ୍ଦ ବ୍ୟଞ୍ଜନ। ଖୁଆ ଏବଂ ମଇଦାର ଛୋଟ ଛୋଟ ପୁରି ଆକାରରେ ବନାଯାଇଥିବା ମାଲପୁଆକୁ ବିଭିନ୍ନ ପ୍ରକାର ଫ୍ଲେଭରର ସିରାରେ ବୁଡାଇ ଖାଇପାରିବେ। ନରମ ଏବଂ ଟେଷ୍ଟୀ ହେବା କାରଣରୁ ଏହା ବଡ ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ବହୁତ ପସନ୍ଦ ଆସିଥାଏ। ଆଜି ଆମେ ଆପଣଙ୍କୁ ମାଲପୁଆ ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ।

ସାମଗ୍ରୀ

ମଇଦା -୧ କପ୍‌

ଖୁଆ – ୧/୨ କପ୍‌

ବେକିଙ୍ଗ ସୋଡା – ୧ ଚିମୁଟା

ଚିନି – ୧/୨ କପ୍‌

ପାନମଧୁରୀ ପାଉଡର – ୧/୨ କପ

ଅଳେଇଚ ପାଉଡର – ୧/୨ ଟେବୁଲ ଚାମଚ

ଦହି – ୩ ଟେବୁଲ ଚାମଚ

ତେଲ – ଆବଶ୍ୟକଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ମାଲପୁଆ ବନାଇବା ପାଇଁ ଏକ ପାତ୍ରରେ ମଇଦା, ଅଳେଇଚ ପାଉଡର, ପାନ ମଧୁରୀ ପାଉଡର ମିଶାଇ ଦିଅନ୍ତୁ। ଏହାପରେ ଖୁଆ ଏବଂ ଦହି ପକାଇ ମିଶାଇ ଦିଅନ୍ତୁ। ପରେ ଏଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ତରଳ ଘୋଳ ପ୍ରସ୍ତୁତ କରିଦିଅନ୍ତୁ।

ସିରା ବନାଇବା ପାଇଁ କଡାରେ ଚିନି ଏବଂ ୧/୪ କପ୍ ପାଣି ପକାଇ ଗ୍ୟାସ୍‌ରେ ଫୁଟାଇବା ପାଇଁ ଛାଡି ଦିଅନ୍ତୁ। ସିରା ହୋଇଗଲା ପରେ ଆଞ୍ଚରୁ କାଢ଼ି ଦିଅନ୍ତୁ।

ଏବେ କଡାରେ ତେଲ ଗରମ କରନ୍ତୁ ଏବଂ ମଇଦାର ମିଶ୍ରଣରେ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏହାପରେ ଏକ ଚାମଚରେ ମିଶ୍ରଣକୁ ନେଇ ଗୋଲ ଗୋଲ ପୁରି ଆକାରରେ ଛାଣନ୍ତୁ। ଦୁଇ ପାର୍ଶ୍ୱରୁ ଭଲଭାବେ ଛାଣି ହୋଇଗଲା ପରେ ବାହାରକୁ କାଢ଼ି ସିରାରେ ମିଶାଇ ଦିଅନ୍ତୁ। ଏବେ ବାକି ଘୋଳକୁ ମଧ୍ୟ ସମାନ ଉପାୟରେ କରନ୍ତୁ। ଏବେ ଆପଣଙ୍କର ଗରମା ଗରମ ମାଲପୁଆ ପ୍ରସ୍ତତ ହୋଇଯାଇଛି।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

5 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

13 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

19 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

27 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

30 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

37 mins ago