ଲାଇଫ୍ ଷ୍ଟାଇଲ୍

ଗରମ ଦିନରେ ତ୍ୱଚା ଚମକ ପଡିବନି ଫିକା, ବାରମ୍ବାର ମୁହଁ ଧୋଉଥିଲେ ଆପଣାନ୍ତୁ ଏହି ଟିପ୍ସ

ମାର୍ଚ୍ଚ ମାସ ଆରମ୍ଭ ହେବା ଆରମ୍ଭ ଗରମ ଦିନକୁ ଦିନ ବଢିବାରେ ଲାଗିଛି। ଗରମ ଦିନ ଯୋଗୁଁ ବାରମ୍ବାର ମୁହଁ ଧୋଇବାକୁ ଭଲଲାଗେ। ଝାଳ ଏବଂ ଗରମ ପବନ ଯୋଗୁଁ ମୁହଁର ଗ୍ଲୋ ଫିକା ପଡିଯାଏ। ଏମିତିରେ ଦିନରେ ଅଧିକ ଥର ମୁହଁ ଧୋଇବା ଯୋଗୁଁ ତ୍ୱଚାରେ ଥିବା ଜୁରୁରୀ ମଶ୍ଚରାଇଜର ମଧ୍ୟ ବାହାରିଯାଏ। ସ୍କିନ ଧୀରେ ଧୀରେ ନିଜର ଗ୍ଲୋ ହରାଏ। ତେବେ ଏଥିରୁ କେମିତି ବଞ୍ଚିବେ, ତାହା ଜାଣିବା ନିହାତି ଜରୁରୀ।

ଗରମ ଦିନରେ ତୁରନ୍ତ ଥଣ୍ଡା ପାଇବା ପାଇଁ ଆମେ ନଳକୂପ ପାଣିରେ ଯାଇ ମୁହଁ ଧୋଇଦେଉ। କିନ୍ତୁ ଆପଣ ଏପରି କରନ୍ତୁ ନାହିଁ। ଖରାଦିନରେ ଟାଙ୍କି ପାଣି ମଧ୍ୟ ଗରମ ହୋଇଯାଏ, ତେଣୁ ଆପଣ ମୁହଁ ଧୋଇବାକୁ ଚାହୁଁଥିଲେ ମଗରେ ଅଳ୍ପ ନଳକୂପ ପାଣି ଆଣି ସେଥିରେ କିଛି ଫ୍ରିଜ ପାଣି ମିଶାଇ ମୁହଁ ଧୁଅନ୍ତୁ। ଏମିତି କରିବା ଦ୍ୱାରା ଚେହେରାରୁ କେବଳ ଧୂଳିମଳି ନୁହେଁ ବରଂ ତ୍ୱଚାରେ ଥିବା ପ୍ରାକୃତିକ ଅଏଲ ମଧ୍ୟ ବାହାରିବ। ଏହି ପାଣିର ମୁହଁ ଧୋଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ବି ଲାଗିବ ଏବଂ ସ୍କିନ ମଧ୍ୟ ଟାଇଟ ରହିବ।

ଗରମ ଦିନରେ ମଶ୍ଚରାଇଜର ଆଉ ଦରକାର ନାହିଁ ବୋଲି କହି ଅନେକ ଲଗାନ୍ତି ନାହିଁ। କିନ୍ତୁ ଖରାଦିନେ ମଶ୍ଚରାଇଜର ଲଗାଇବା ଉଚିତ। ଗରମ ଦିନରେ ମଧ୍ୟ ଆପଣଙ୍କ ସ୍କିନ ପୋଷଣ ପାଇବା ଜରୁରୀ। ପ୍ରଦୂଷଣ, ଟେନସନ ଏବଂ ବୟସ ଜନିତ ସମସ୍ୟାରୁ ମୁକ୍ତି ପାବା ଦ୍ୱାରା ମୁହଁ ଏବଂ ବେକରେ ଆଇସକ୍ୟୁବ ଲଗାଇ ୩ରୁ ୪ ମିନିଟ୍‌ ମସାଜ କରନ୍ତୁ। ଆଇସ୍‌ ମସାଜ ପରେ ମୁହଁରେ ମଶ୍ଚରାଇଜର ଲଗାନ୍ତୁ। ଚିପଚିପାପଣ ଏବଂ ଝାଳ ଯୋଗୁଁ ହେଉଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

ଗରମ ଦିନରେ ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଗାଧାନ୍ତୁ। ଗାଧୋଇବା ପାଇଁ ସାଓ୍ଵର ନୁହେଁ ବରଂ ବାଲଟିରେ ପାଣି ଭଳି ଏକ ବୋତଲ ଫ୍ରିଜ ପାଣି ଏବଂ ୩ ଚାମଚ ଗୋଲାପଜଳ ଓ ଲେମ୍ବୁ ରସ ମିଶାଇ ଗାଧାନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାର ଥଣ୍ଡା ସହିତ ଫ୍ରେସ୍‌ ମଧ୍ୟ ଅନୁଭବ ହେବ। ଏହାସହିତ ସ୍କିନ ଏକଦମ୍‌ ଷ୍ଟ୍ରେସଫ୍ରି ରହିବ। ଗାଧୋଇବା ପରେ ଦେହରେ ମଶ୍ଚରାଇଜର ଲଗାନ୍ତୁ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago