ଲାଇଫ୍ ଷ୍ଟାଇଲ୍

ରୋଷେଇ କରିବା ବେଳେ ଏହି ୬ଟି କଥାକୁ ଧ୍ୟାନରେ ରଖନ୍ତୁ, ଖାଦ୍ୟରେ ବଜାୟ ରହିବ ପୋଷକ ତତ୍ତ୍ୱ

ରୋଷେଇ କରିବା ବେଳେ ଆମେ ପ୍ରାୟତଃ କେତେକ ଛୋଟ ଛୋଟ ଭୁଲ କରିଥାଉ, ଯାହା ଦ୍ୱାରା ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କେତେବେଳେ ଆମେ ପରିବାକୁ କାଟି ସାରିବା ପରେ ଧୋଇଦେଉ ତ ଆଉ କେତେବେଳେ ଫଳ କାଟିବା ପରେ ଧୋଇଥାଉ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଦ୍ୱାରା ପରିବାରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଧୋଇଯାଏ। ତେବେ ଆଜି ଆସନ୍ତୁ ଜାଣିବା ରୋଷେଇ କରିବା ବେଳେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଖାଦ୍ୟରେ ନ୍ୟୁଟ୍ରିସନ୍‌ ବଜାୟ ରହିବ…

  • ରୋଷେଇ କରିବା ପୂର୍ବରୁ ସବୁବେଳେ ପରିବାକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଏହା ପରେ ହିଁ କାଟନ୍ତୁ। ଏହା ଦ୍ୱାରା ପରିବାରେ ପୋଷକ ତତ୍ତ୍ୱ ବଜାୟ ରହେ।
  • ରୋଷେଇ କରିବା ବେଳେ ପରିବାକୁ ସବୁବେଳେ ବଡ଼ ବଡ଼ ଖଣ୍ଡରେ କାଟନ୍ତୁ। ଛୋଟ ଛୋଟ ଖଣ୍ଡରେ ପରିବା କାଟିଲେ ଏହା ପାଣିରେ ମିଶିଯାଏ। ଫଳରେ ପ୍ରୋଟିନ୍‌ ବି ପାଣିକୁ ଚାଲିଯାଏ।

  • ମଟନ୍‌ କିମ୍ବା ଚିକେନ୍‌ ରାନ୍ଧିବା ବେଳେ ସବୁବେଳେ ପ୍ରେସର ବ୍ୟବହାର କରନ୍ତୁ। ଏହା ଦ୍ୱାରା କମ୍‌ ସମୟରେ ମାଂସ ସିଝିବା ସହ ପୋଷକ ତତ୍ତ୍ୱ ବି ରହିବ।
  • ଘରେ ରୋଷେଇ କରିବା ବେଳେ ଆମେ ପ୍ରାୟ ପରିବାର ଚୋପା ଛଡ଼ାଇ ରାନ୍ଧିଥାଉ। କିନ୍ତୁ ଏଭଳି କରିବା ଅନୁଚିତ। କିନ୍ତୁ କେତେକ ପରିବାର ଚୋପାରେ ମଧ୍ୟ ପ୍ରୋଟିନ୍‌ ରହିଥାଏ। କଖାରୁ, ବାଇଗଣ, ସାଲଗମ୍‌ ଭଳି ପରିବାକୁ ଆପଣ ଚୋପା ସହ ବି ଖାଇପାରିବେ।

 

  • ରୋଷେଇ କରିବା ବେଳେ ସବୁବେଳେ ଘୋଡେଇକି ରାନ୍ଧନ୍ତୁ। ଘୋଡ଼ଣି ଢାଙ୍କି ରୋଷେଇ କରିବା ଦ୍ୱାରା ଖାଦ୍ୟ ଶୀଘ୍ର ସିଝେ। ଏଥିସହ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇନଥାଏ।
  • ଖାଦ୍ୟ ତିଆରି କରିବା ବେଳେ କମ୍‌ ତେଲ ବ୍ୟବହାର କରନ୍ତୁ। ପରିବାକୁ କେବେ ବି ଡିପ୍‌ ଫ୍ରାଏ କରନ୍ତୁ ନାହିଁ। ଏହା ଦ୍ୱାରା ପୋଷକ ତତ୍ତ୍ୱ ଚାଲିଯାଏ।
WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago