ମିନିଟରେ ବନାନ୍ତୁ ଟେଷ୍ଟୀ ଦହି ପାପୁଡି ଚାଟ୍‌, ସ୍ୱାଦ ଏମିତି ବଜାରରୁ ଆଣିବାକୁ କରିବେନି ପସନ୍ଦ

ଆଜି ଆମେ ଆପଣଙ୍କ ପାଇଁ ଦହି ପାପୁଡି ରେସିପି ନେଇ ଆସିିଛୁ। ଚଟପଟା ଖାଦ୍ୟର ନାମ ଶୁଣିଲେ ଆପଣଙ୍କ ପାଟିରୁ ବି ଲାଳ ବାହାରି ଆସିଥାଏ ସେଣିକି ସେ ଛୋଟ ପିଲା ହୁଅନ୍ତୁ ନା ବଡ। ଚଟପଟା ଚାଟ ସ୍ୱାଦରେ ଏମିତି ଯେ ତହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ତେବେ ଭାବୁଛନ୍ତି କଣ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ ଦହି ପାପଡି ଚାଟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ମଇଦା- ୧୦୦ ଗ୍ରାମ

ଦହି – ୫୦୦ ଗ୍ରାମ

ମୁଗ ଡାଲି – ୧ କପ (ପାଣିରେ ଭିଜା ଯାଇଥିବା)

କବୁଲି ଚଣା – ୧ କପ୍‌ (ଭିଜା)

ଆଳୁ – ୧ (ସିଝା)

ତେନ୍ତୁଳି ଚଟଣୀ – ୨ ବଡ ଚାମଚ

ଭଜା ଜିରା – ୨ ଛୋଟ ଚାମଚ

ଚାଟ ମସଲା – ୧ ଛୋଟ ଚାମଚ

ଧନିଆ ପତ-ଅଳ୍ପ

ଘିଅ – ଆବଶ୍ୟକ ଅନୁଯାୟୀୟ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଦହି ପାପୁଡି ଚାଟ ରେସିପି ପାଇଁ ସବ୍ର ପ୍ରଥମେ ଆପଣଙ୍କୁ ମଇଦାରେ ଲୁଣ ମିଶାଇ ଟାଣ କରି ଚକଟି ଦିଅନ୍ତୁ। ଯେମିତି ଆପଣ ରୁଟି ପାଇଁ ଅଟା ଚକଟି ବେଲୁଛନ୍ତି ଠିକ ସେମିତି ଛୋଟ ସାଇଜର ଅଟାକୁ ବେଲି ଦିଅନ୍ତୁ। ପ୍ରତ୍ୟେକ ଗୋଲାରେ ୫-୬ଟି ଛିଦ୍ର କରିଦିଅନ୍ତୁ ଏବଂ ତାହାକୁ ତେଲରେ ଛାଣି ଦିଅନ୍ତୁ।

ମୁଗ ଡାଲିକୁ ପେଶି ଦିଅନ୍ତୁ ଏବେ ଏଥିରେ ଲୁଣ ମିଶାଇ ବଡି ତିଆରି କରିଦିଅନ୍ତୁ। ଏବେ ବଡିକୁ ଗରମ ପାଣିରେ ୧୦-୧୫ ମିନିଟ୍‌ ରଖିଦିଅନ୍ତୁ। ଏହାପରେ ବଳକା ପାଣିକୁ ବାହାର କରିଦିଅନ୍ତୁ।

ଏହାସହ ପଢନ୍ତୁ : ମଇଦା ନୁହେଁ ଏବେ ଆଳୁରେ ସହଜରେ ପ୍ରସ୍ତୁତ କରନ୍ତୁ ଜିଲାପି, ଜାଣନ୍ତୁ ଏହି ରେସିପି

ଏବେ ସିଝାଇ ରଖିଥିବା ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଦହିକୁ ଫେଣ୍ଟି ସେଥିରେ ଲୁଣ ଏବଂ ଜିରା ପାଉଡର ଚମିଶାି ଦିଅନ୍ତୁ।
ଏହାପରେ ଏକ ପ୍ଲେଟରେ ଛାଣି ରଖିଥିବା ପାମ୍ପୁୂଡି, ବଡି କୁ ଭାଙ୍ଗି, କାବୁଲୀ ଚଣା ଏବଂ ଆଳୁକୁ ରଖନ୍ତୁ। ଏହା ଉପରେ ଆବଶ୍ୟକ ଅନୁଯାୟୀ ଦହି, ତେନ୍ତୁଳି ଚଟଣୀ, ଲଙ୍କା ଚଟଣୀ ପକାନ୍ତୁ। ଏହାଉପରେ ସାମାନ୍ୟ ଚାଟ ମସଲା ପକାନ୍ତୁ।

ଏବେ ଆପଣଙ୍କର ଦହି ପାପୁଡି ଚାଟ ପ୍ରସ୍ତୁତ ହୋଇଯାଇଛି। ଯଦି ଆପଣଙ୍କୁ ରାଗ ଚଟପଟି ପସନ୍ଦ ତେବେ ସେଥିରେ ଲଙ୍କା ଗୁଣ୍ଡ କିମ୍ବା ଗୋଲ ମରରଚ ପାଉଡର ମିଶାଇ ପାରିବେ। ଏବେ ଏହା ଉପରେ ଧନିଆ ପତ୍ର ଏବଂ କଟା ପିଆଜ ସଦ୍ୱାରା ଗାର୍ନିସ୍‌ କରି ଖୁଆଇପାରିବେ।

Pritiparna

Recent Posts

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି…

20 mins ago

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬…

26 mins ago

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

37 mins ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

40 mins ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

50 mins ago

ବଦଳିଲା ଛୁଟି ନିର୍ଦ୍ଦେଶନାମା, ଛୁଟିରେ ଥିଲେ ବି ଫୋନ ଯୋଗେ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି…

58 mins ago