ଦେଶ ବିଦେଶ

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ରହିଛି । ଏହି ଏନ୍‌କାଉଣ୍ଟରରେ ଏ ପର୍ଯ୍ୟନ୍ତ ୨ ଜଣ ଆତଙ୍କବାଦୀଙ୍କୁ ମରାଯାଇ ସାରିଲାଣି । ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ବଢ଼ାଇ ଦିଆଯାଇଛି । ତେବେ ନିପାତ ଆତଙ୍କବାଦୀଙ୍କ ବ୍ୟାଗ୍‌ ଭିତରୁ ପାକିସ୍ତାନୀ ଚକୋଲେଟ୍‌ ମିଳିଛି ।

କଠୁଆ ଜିଲ୍ଲାର ଏକ ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀର ଅପରେସନ ଆରମ୍ଭ ହୋଇଥିଲା । ଏହି ଜିଲ୍ଲାର ହୀରାନଗର ସେକ୍ଟର ଅନ୍ତର୍ଗତ ସୌଦା ସୁଖଲ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସୁରକ୍ଷା ବାହିନୀର ଅପରେସନରେ ସିଆର୍‌ପିଏଫ୍‌ର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ଡିଆଇଡି ର‍୍ୟାଙ୍କ୍‌ ଏବଂ ଏସ୍‌ଏସ୍‌ପି ର‍୍ୟାଙ୍କ୍‌ର ଦୁଇ ଜଣ ଅଧିକାରୀଙ୍କ କାର୍‌ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଯଦିଓ ଏହି ଆକ୍ରମଣରେ ଅଧିକାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ କଠୁଆରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ବ୍ୟାଗ୍‌ରୁ ବିଭିନ୍ନ ଜିନିଷ ଜବତ ହୋଇଛି । ବ୍ୟାଗ୍‌ ଭିତରୁ ୩ଟି ଗ୍ରେନେଡ୍‌, ୧ ଲକ୍ଷ ଟଙ୍କାର ଭାରତୀୟ ମୁଦ୍ରା, ପାକିସ୍ତାନୀ ଚକୋଲେଟ୍‌, ଚଣା ଓ ରୁଟି, ପାକିସ୍ତାନରେ ନିର୍ମିତ ଔଷଧ ଓ ଇଞ୍ଜେକ୍ସନ (ପେନ୍‌ କିଲର୍ସ), ଏକ ସିରିଞ୍ଜ୍‌, ଏ୪ ବ୍ୟାଟେରୀର ଦୁଇଟି ପ୍ୟାକେଟ୍‌, ଏକ ହ୍ୟାଣ୍ଡସେଟ୍‌ ଆଣ୍ଟିନା ଏବଂ ଅନେକ ରାଉଣ୍ଡ ଗୁଳି ମିଳିଛି ।

ଏହିପରି ଜମ୍ମୁ-କାଶ୍ମୀରର ଡୋଡାରେ ସେନା କ୍ୟାମ୍ପ ଉପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି କଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିଲେ । ଏହାପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

28 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

39 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

52 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

55 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago