ଲାଇଫ୍ ଷ୍ଟାଇଲ୍

ଗରମ ତାଓ୍ଵାରେ କେବେ ବି ପାଣି ସିଞ୍ଚନ କରନ୍ତୁ ନାହିଁ, ବରବାଦ ହୋଇଯିବେ ଆପଣଙ୍କ ସ୍ୱାମୀ, ଜାଣି ରଖନ୍ତୁ ତାଓ୍ଵା ସମ୍ବନ୍ଧିତ ୪ଟି ବାସ୍ତୁ କଥା

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି, ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହେଉ। ସେଥିପାଇଁ ସେମାନେ ମନ୍ଦିର ସଦୃଶ ଘରକୁ ନିୟମିତ ସଫା ସୁତରା ରଖିଥାଆନ୍ତି, ପ୍ରତିଦିନ ପୂଜାପାଠ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କ ଭାଗ୍ୟ ଆପଣଙ୍କ ରୋଷେଇ ଘର ଉପରେ ନିର୍ଭର କରିଥାଏ? ଖାସ୍‌ କରି ରୁଟି ତିଆରି କରାଯାଉଥିବା ତାଓ୍ଵାରେ। ବାସ୍ତୁ ଅନୁସାରେ, ତାଓ୍ଵାର ଅଧିକ ମହତ୍ତ୍ୱ ରହିଥାଏ। ଆସନ୍ତୁ ଜାଣିବା ତାଓ୍ଵା ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ।

୧. ରୁଟି ତିଆରି କରିସାରିବା ପରେ କେବେ ବି ତାଓ୍ଵାକୁ ଗ୍ୟାସ୍‌ କିମ୍ବା ଚୁଲ୍ଲି ଉପରେ ରଖି ଛାଡ଼ିଦିଅନ୍ତୁ ନାହିଁ, ବରଂ ଥଣ୍ଡା ହୋଇଗଲା ପରେ ଏହାକୁ କୌଣସି କୋଣ କିମ୍ବା ବାସନ ଷ୍ଟାଣ୍ଡରେ ରଖନ୍ତୁ।

୨. ଗରମ ତାଓ୍ଵାରେ ପାଣି ସିଞ୍ଚନ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆପଣଙ୍କ ସ୍ୱାମୀ ଉପରେ ପଡ଼ିଥାଏ। ଏଥିପାଇଁ ତାଙ୍କୁ ଆର୍ଥିକ ଏବଂ ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିଥାଏ।

୩. ତାଓ୍ଵାକୁ ଜୋର୍‌ରେ ରଗଡ଼ିବା ବଦଳରେ ଏହାକୁ ଲେମ୍ବୁ ଏବଂ ଲୁଣ ସହ ସଫା କରନ୍ତୁ। ଏମିତି କଲେ ତାଓ୍ଵା ସହିତ ଆପଣଙ୍କ ଭାଗ୍ୟ ବି ଚମକି ଉଠିବ। ମନେ ରଖନ୍ତୁ, ତାଓ୍ଵା ସଫା କରିବା ସମୟରେ କୌଣସି ଧାରୁଆ ବା ଟାଣ ଜିନିଷ ବ୍ୟବହାର କରନ୍ତୁ ନାହିଁ।

୪. ଅନେକ ମହିଳା ପୁରୁଣା ତାଓ୍ଵାକୁ ଫିଙ୍ଗିଦେବା ବଦଳରେ ସାଇତି ରଖିଥାଆନ୍ତି ଏବଂ ଘରକୁ ଅତିଥି ଆସିଲେ ଏହାକୁ ବ୍ୟବହାର କରିଥାଆନ୍ତି। ଏମିତି ତାଓ୍ଵା ଘରେ ରଖିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

11 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago