ଘରୋଇ ଉପାୟରେ ଘନକଳା ଓ ମୋଟା କେଶ ପାଇବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ଟି ଟ୍ରି ଅଏଲ୍‌

ଘନକଳା କେଶ ପାଇବାକୁ କିଏ ବା ନ ଚାହେଁ। ସବୁ ମହିଳାଙ୍କ ଇଚ୍ଛା ଥାଏ ମୋଟା ଓ ଘନ କଳା କେଶ। ଏଥିପାଇଁ ସେମାନେ ପାର୍ଲରରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। କିନ୍ତୁ କିଛିଦିନ ପରେ ପୁଣି ପୂର୍ବ ଭଳି ଚୁଟି ଝଡ଼େ ଓ ଧଳା ହୋଇଯାଏ। ତେବେ ଯଦି ସବୁଦିନ ପାଇଁ କଳା ଓ ମୋଟା ଚୁଟି ଚାହୁଁଛନ୍ତି ତେବେ ଟି ଟ୍ରି ଅଏଲ୍‌ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ। ଏହାକୁ ବ୍ୟବହାର କରିବାର ମାତ୍ର ଦିନ କେଇଟା ମଧ୍ୟରେ ଆପଣ ରେଜଲ୍ଟ ଦେଖିପାରିବେ। ଆସନ୍ତୁ ଜାଣିବା କେଶ ପାଇଁ କିଭଳି କାର୍ଯ୍ୟ କରେ ଟି ଟ୍ରି ଅଏଲ୍‌…

  • କେଶକୁ ଲମ୍ବା ଓ ମୋଟା କରେ: ଟି ଟ୍ରି ଅଏଲ କେଶକୁ ମୂଳରୁ ପୋଷଣ ଯୋଗାଇଥାଏ। ପ୍ରତିଦିନ କେଶ ମୂଳରେ ଏହି ତେଲ ଲଗାଇବା ଦ୍ୱାରା ଫଲିକ୍ସ ଅନ୍‌ଲଗ୍‌ ହୋଇଥାଏ ଓ ମୂଳରୁ କେଶ ଶକ୍ତ ହୁଏ।
  • ରୂପି ସମସ୍ୟାରୁ ଦିଏ ମୁକ୍ତି: ଟି ଟ୍ରି ଅଏଲ୍‌ ତାଳୁ(ସ୍କାଲ୍ଫ)କୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ଏହା ବ୍ୟବହାର କରିବା ଦ୍ୱାରା କେବଳ ରୂପି ନୁହେଁ କୁଣ୍ଡାଇ ହେବା ମଧ୍ୟ କମିଥାଏ।

ଏହାସହ ପଢ଼ନ୍ତୁ: ଅଦା ଚା’ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

  • ଚୁଟି ଝଡ଼ିବା କରେ କମ୍‌: କେଶ ଝଡ଼ିବାର ଏକ ପ୍ରମୁଖ କାରଣ ହୋଇଥାଏ ରୂପି। ରୂପି ହେବା ଫଳରେ କେଶକୁ ସେତିକି ପ୍ରୋଟିନ୍‌ ମିଳିପାରେ ନାହିଁ ଯେତିକି ତାହା ଆବଶ୍ୟକ କରେ। ଏଭଳି ସ୍ଥିତିରେ ଟି ଟ୍ରି ଅଏଲ ରୂପି କମ୍‌ କରିବା ସହ କେଶ ଝଡ଼ିବା ମଧ୍ୟ ରୋକିଥାଏ।
  • ଉକୁଣି ସମସ୍ୟା ଦୂର କରେ: ଯଦି ଆପଣଙ୍କ ମୁଣ୍ଡରେ ଉକୁଣି ହୋଇଛନ୍ତି ତେବେ ଏଥିରୁ ମୁକ୍ତି ପାଇଁ ଆପଣ ଟି ଟ୍ରି ଅଏଲ୍‌ ବ୍ୟବହାର କରନ୍ତୁ। ଏହି ତେଲ ତାଳୁକୁ ପରିଷ୍କାର ରଖିବା ସହ ସୁସ୍ଥ ରଖିଥାଏ।
WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago