ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ, ଏମିତି ଆକର୍ଷକ ଢଙ୍ଗରେ ଘରେ ସଜାନ୍ତୁ ପୂଜା ଥାଳି

ଯେକୌଣସି ବ୍ରତ ବା ପୂଜାରେ ପୂଜା ଥାଳିର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥାଏ। ଭଗବାନଙ୍କ ନାମ ମନରେ ସ୍ମରଣ କରି ଶ୍ରଦ୍ଧାଳୁ ଏହି ଥାଳିକୁ ଭକ୍ତିପୂତ ଭାବେ ସଜାଡ଼ିଥାନ୍ତି। ଠାକୁରଙ୍କ ପୂଜାରେ ବ୍ୟବହୃତ ହେଉଥିବା ଥାଳିରେ କେତେକ ଜିନିଷ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ। ଯଥା: ଚନ୍ଦନ, ସିନ୍ଦୁର, ଅଗୁରୁ, ଧୂପ, ଦୀପ, ଅରୁଆ ଚାଉଳ, କଞ୍ଚାକ୍ଷୀର। ଏସବୁ ଦ୍ରବ୍ୟ ବିନା ପୂଜା ଥାଳି ଅଧୁରା ଲାଗେ। ଏଣୁ ସବୁ ପୂଜାଥାଳିରେ ଏହି ଦ୍ରବ୍ୟ ରଖିବା ଅନିବାର୍ଯ୍ୟ।

ଆଗକୁ ମହିଳାମାନଙ୍କର କରବା ଚୌଥ ବ୍ରତ ଆସୁଛି। ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀମାନେ ଏହି ଓଷା କରିଥାନ୍ତି। କରବା ଚୌଥରେ ଥାଳିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହି ଓଷା ପାଇଁ ମହିଳାମାନେ ସ୍ୱତନ୍ତ୍ର ଭାବେ ପୂଜା ଥାଳି ସଜାଇଥାନ୍ତି। କେବଳ ପୂଜା ଥାଳି ନୁହେଁ ପୂଜାରେ ବ୍ୟବହୃତ ହେଉଥିବା ଚାଲୁଣୀ ଓ ଢାଳକୁ ମଧ୍ୟ ମହିଳାମାନେ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି।

ଏହାସହ ପଢ଼ନ୍ତୁ: କାର୍ତ୍ତିକ ମାସରେ ଘରେ ପ୍ରସ୍ତୁତ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌

ଆପଣ ଚାହିଁଲେ ଘରେ ମଧ୍ୟ ଥାଳିକୁ ସୁନ୍ଦର ଭାବେ ସଜାଇପାରିବେ। ଏଥିପାଇଁ କେବଳ କେତେକ ଘରୋଇ ଜିନିଷ ଆବଶ୍ୟକ। ଲାଲ୍‌ କପଡ଼ା, କୁନ୍ଦନ, ଷ୍ଟୋନ୍‌, ଛୋଟ ଛୋଟ ଆଇନା, ମାଳି ଆଦି ବ୍ୟବହାର କରି ସୁନ୍ଦର ଭାବେ ଆପଣ ନିଜ ଥାଳି ସଜାଇପାରିବେ।

ଥାଳିକୁ ଅଧିକ ଆକର୍ଷକ କରିବାକୁ ଚାହୁଁଥିଲେ ଏଥିରେ ଆପଣ ଲଟକନ୍‌ ମଧ୍ୟ ଲଗାଇପାରିବେ।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago