ଲାଇଫ୍ ଷ୍ଟାଇଲ୍

ବହୁତ ଘାତକ ଲଙ୍ଗ୍‌ କୋଭିଡ୍‌ ଲକ୍ଷଣ, ଏହାକୁ ଅଣଦେଖା ନକରିବାକୁ ଡାକ୍ତର ଦେଲେ ଚେତାବନୀ

କୋଭିଡ ୧୯ ସଂକ୍ରମଣ ଠିକ୍‌ ହେବା ପରେ ମଧ୍ୟ ମାସ ମାସ ଧରି କମ୍ପଲିକେସନ୍ସ ରହିଥାଏ। ଏହା ସେହି ରୋଗୀ ମାନଙ୍କ ମଧ୍ୟରେ ମଧ୍ୟ ଦେଖାଯାଏ ଯେଉଁମାନଙ୍କୁ ହାଲକା ବା ମାଇଲ୍ଡ ସଂକ୍ରମଣ ହୋଇଥାଏ। କେବଳ ଏତିକି ନୁହେଁ ଆମେ ଯେତେବେଳେ ଓମିକ୍ରନକୁ ଏକ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ଭାବି ରହିଯାଉଛନ୍ତି ସେପରି ସ୍ଥିତିରେ ଡାକ୍ତର ଏହାକୁ ହାଲକା ଭାବେ ନନେବାକୁ ଚେତାବନୀ ଦେଇଛନ୍ତି। କାହିଁକିନା ଏହା ଲଙ୍ଗ କୋଭିଡ ୧୯ ଲକ୍ଷଣ ହୋଇପାରେ।

ଲଙ୍ଗ କୋଭିଡ କଣ?

ପ୍ରାରମ୍ଭିକ ସ୍ଥିତିରେ ଠିକ ହେବା ପରେ ମଧ୍ୟ କିଛି କୋଭିଡ୧୯ ରୋଗୀଙ୍କ ଠାରେ କମ୍ପଲିକେସନ୍ସ ରହିଥାଏ ଯାହା ତାଙ୍କୁ ମାସ ମାସ ଧରି ଯନ୍ତ୍ରଣା ଦେଇଥାଏ। ତେବେ ଏହି ଲକ୍ଷଣକୁ ଡାକ୍ତର ଲଙ୍ଗ କୋଭିଡ ବୋଲି କୁହନ୍ତି।

ଲଙ୍ଗ କୋଭିଡର ଲକ୍ଷଣ କଣ

କରୋନାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଗନ୍ଧ ଏବଂ ସ୍ୱାଦ ଚାଲିଯିବା। ଜଣେ ଡାକ୍ତର ସୂଚନା ଦେଇଛନ୍ତି ଯେ ଗନ୍ଧହୀନ ଲକ୍ଷଣ ପ୍ରାୟ ୭୦ ପ୍ରତିଶତ ରୋଗୀଙ୍କୁ ପ୍ରଭାବିତ କରିଥାଏ ଯେଉଁମାନେ କୋଭିଡ ପଜିଟିଭ୍‌ ହୋଇଛନ୍ତି। ସେ କହିଛନ୍ତି ଯେ ଏକ ଚତୁର୍ଥାଂଶ ରୋଗୀ କୋଭିଡ କାରଣରୁ ନିଜ ଗନ୍ଧ ହରାଇଛନ୍ତି। ପ୍ରଥମେ ଠିକ ହେବା ପରେ ମଧ୍ୟ ଏହି ସ୍ୱାଦ ଏବଂ ଗନ୍ଧ ଆସିନଥାଏ। ଲମ୍ବା ସମୟ ଧରି ରହୁଥିବା ଏହି ସିଣ୍ଡ୍ରୋମକୁ ପାରାସେମିଆ କୁହାଯାଏ। ଏହା ଏକ ଗନ୍ଧ ବିକାର ଅଟେ, ଯାହା ବାସ୍ନାକୁ ବିକୃତ କରିଦେଇଥାଏ।

ଏହାବ୍ୟତୀତ ଲଙ୍ଗ କୋଭିଡର ଅନ୍ୟ ଲକ୍ଷଣ ହେଉଛି ଥକାପଣ, ଲଗାତର କାଶ, ନିଶ୍ୱାସ ନେବାରେ ଅସୁବିଧା, ଚିନ୍ତା ଏବଂ ଅବସାଦ।

ଏହା କେମିତି କାହାର ଜୀବନକୁ ପ୍ରଭାବିତ କରିଥାଏ ?

ପାରୋସମିଆ ଅଧିକ ସମୟ ଧରି କାହା ଶରୀରରେ ରହିବା ଦ୍ୱାରା ଏହା ଗମ୍ଭୀର ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଆପଣ ଥରେ ଭାବନ୍ତୁ ଯେତେବେଳେ ଅଧିକ ଦିନ ଧରି ରହେ ସେତେବେଳେ ଆପଣ ଖାଦ୍ୟର ଆନନ୍ଦ ନେଇପାରିବେନାହିଁ। ଘରେ କିଛି ପୋଡା ବାସ୍ନା ଜଳିଯିବା ବାସ୍ନାକୁ ଆପଣ ଜାଣିପାରିନଥାନ୍ତି।

ନାକ ଆମକୁ ବାହାର ଦୁନିଆ ସହିତ ଯୋଡିବା ପାଇଁ ସାହାଯ୍ୟ କରିଥାଏ ଯେମିତିକି ଆମେ ଯାହା ଖାଆନ୍ତି, ଯାହା ପିଅନ୍ତି, ଯାହା ସୁଙ୍ଘିଥାନ୍ତି ତାକୁ ଶୁଙ୍ଘିବା ପାଇଁ ସାହାଯ୍ୟ କରିଥାଏ ନାକ। ଏହାଦ୍ୱାରା ଆମେ ସେହି ସବୁକୁ ବି ଜାଣିପାରନ୍ତି ଯାହା ଆମ ପାଇଁ ଖତରନାକ ହୋଇପାରେ, ଯେମିତିକି ଗ୍ୟାସ, ଖରାପ ଭୋଜନ। ଯେତେବେଳେ ଆମକୁ ଏହା ଜଣା ପଡେନାହିଁ ସେତେବେଳେ ଏହା ଆମ ଜୀବନକୁ ପ୍ରଭାବିତ କରିଥାଏ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago