ସ୍ପେଶାଲ

ଚାଣକ୍ୟ ନୀତି: ମା’ ଲକ୍ଷ୍ମୀଙ୍କୁ ପସନ୍ଦ ନୁହେଁ ଏହିସବୁ ଅଭ୍ୟାସ, ସମୟ ପୂର୍ବରୁ ବଦଳାଇ ଦିଅନ୍ତୁ

ଚାଣକ୍ୟ ନୀତି ଅନୁସାରେ ଭୌତିକ ଯୁଗରେ ଧନ ହେଉଛି ପ୍ରମୁଖ ଅସ୍ତ୍ର। ଧନ ଯେଉଁ ବ୍ୟକ୍ତିଙ୍କ ପାଖରେ ରହିଥାଏ ସେମାନେ ନିଜ ଜୀବନରେ ସୁଖ ସମୃଦ୍ଧି ରହିଥାଏ। ଚାଣକ୍ୟ ନୀତିରେ ମଧ୍ୟ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଧନ ଦେବୀ ଲକ୍ଷ୍ମୀଙ୍କ ଆର୍ଶୀବାଦ ଯେଉଁ ଲୋକଙ୍କୁ ପ୍ରାପ୍ତ ହୋଇଥାଏ, ସେମାନେ ମାନ ସମ୍ମାନ ମଧ୍ୟ ପାଇଥାନ୍ତି। କିନ୍ତୁ ଏମିତି କିଛି ଅଭ୍ୟାସ ରହିଛି, ଯାହା ମା’ ଲକ୍ଷ୍ମୀଙ୍କୁ ବିଲକୁଲ ପସନ୍ଦ ଆସିନଥାଏ। ଯଦି ଏହି କିଛି ଅଭ୍ୟାସରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଅଭ୍ୟାସକୁ ଯଥାଶୀଘ୍ର ବଦଳାନ୍ତୁ। ତେବେ ଜାଣି ରଖନ୍ତୁ କ’ଣ ସବୁ ଅଭ୍ୟାସ।

ଆଳସ୍ୟ: ଚାଣକ୍ୟ ନୀତି ଅନୁସାରେ ଆଳସ୍ୟ ବ୍ୟକ୍ତିଙ୍କୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳେ ନାହିଁ। ଆଳସ୍ୟ ବ୍ୟକ୍ତି ସବୁବେଳେ ଲାଭ ପାଇବାର ସୁଯୋଗକୁ ହାତଛଡା କରିଦିଏ। ଚାଣକ୍ୟଙ୍କ ଅନୁସାରେ ଆଳସ୍ୟ ଏମିତି ଏକ ଅବଗୁଣ, ଯାହା ପ୍ରତିଭାବାନ ବ୍ୟକ୍ତିଙ୍କ ପ୍ରତିଭାକୁ ମଧ୍ୟ ନଷ୍ଟ କରିଦିଏ। ତେଣୁ ଏମିତି କାମରୁ ଦୂରେଇ ରହିବା ଉଚିତ। ସଫଳତାରେ ଆଳସ୍ୟ ବାଧକ ସାଜିଥାଏ। ଏହା ଲକ୍ଷ୍ୟରୁ ଦୂରକୁ ନେଇଯାଏ। ଏମିତି ବ୍ୟକ୍ତି କେବେ ବି ସଫଳତା ପ୍ରାପ୍ତ କରନ୍ତି ନାହିଁ।

ଲୋଭ: ଚାଣକ୍ୟଙ୍କ ଅନୁସାରେ ଲୋଭ କରୁଥିବା ବ୍ୟକ୍ତିକୁ କେବେ ବି ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ଲୋଭ ମଣିଷର ଖରାପ ପ୍ରକୃତି। ଯେଉଁ ଲୋକ ଲୋଭ କରନ୍ତି, ସେମାନେ ସବୁବେଳେ ଚିନ୍ତିତ ଏବଂ ମାନସିକ ଶାନ୍ତିରୁ ଦୂରେଇ ରୁହନ୍ତି। ଏମିତି ଲୋକ କେବେ ବି ଖୁସିରେ ରୁହନ୍ତି ନାହିଁ। ସେମାନଙ୍କୁ କେବେ ବି ଶାନ୍ତି ମିଳେ ନାହିଁ। ସେମାନେ ସବୁବେଳେ ଅନ୍ୟର ଉନ୍ନତି ଦେଖି ଦୁଃୀ ହୁଅନ୍ତି। ଲୋଭ କରୁଥିବା ବ୍ୟକ୍ତି ନିଜ ପ୍ରତିଭାର ଲାଭ ଉଠାଇପାରନ୍ତି ନାହି। ଏମାନଙ୍କୁ ଲକ୍ଷ୍ମୀଙ୍କ ଆଶୀର୍ବାଦ କେବେ ବି ମିଳେ ନାହିଁ।

କ୍ରୋଧ: ଚାଣକ୍ୟ ନୀତି ଅନୁଯାୟୀ, କ୍ରୋଧ କେବେ ବି କରିବା ଉଚିତ ନୁହେଁ। କ୍ରୋଧ କରୁଥିବା ଲୋକଙ୍କୁ ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ। ଏହା ଏମିତି ଏକ ଗୁଣ ଯାହା ପାଇଁ ଲୋକେ ଭଲ ମନ୍ଦ ବିଚାର କରିବା ଭୁଲିଯାଏ। କ୍ରୋଧ କରୁଥିବା ବ୍ୟକ୍ତିକୁ କିଏ ବି ପସନ୍ଦ କରନ୍ତି ନାହିଁ। ତେଣୁ କ୍ରୋଧ କେବେ ବି କରିବା ଉଚିତ ନୁହେଁ। ଏହା ଠାରୁ ଦୂରେଇ ରହିବା ଉଚିତ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago