ଲାଇଫ୍ ଷ୍ଟାଇଲ୍

ଗର୍ଭାବସ୍ଥାରେ ଗାଧୋଇବାର ସଠିକ୍‌ ଢଙ୍ଗ ଅଧିକାଂଶ ମହିଳା ଜାଣିନଥାନ୍ତି, ଆପଣ ବି ପଢ଼ନ୍ତୁ ନିଶ୍ଚୟ

ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖାସ୍‌ ସମୟ ହୋଇଥାଏ। ଏହି ସମୟରେ ସବୁ ଜିନିଷ ପ୍ରତି ବିଶେଷ ଯତ୍ନବାନ୍‌ ହେବାକୁ ଓ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ସମେତ କେତେକ ଅନ୍ୟ ଜିନିଷ ପ୍ରତି ବି ଦୃଷ୍ଟି ଦେଇଥାନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ସ୍ନାନ। ଏହି ସମୟରେ ଗାଧୋଇବା ପାଧୋଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ମହିଳାମାନେ କେମିତି ଗାଧୋଇବା ଉଚିତ…

-ଗର୍ଭାବସ୍ଥାରେ ଆପଣ ପ୍ରତିଦିନ ଗାଧୋଇପାରିବେ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ଅଧିକ ଗରମ ନ ଥାଏ। ପାଣି ଅଧିକ ଗରମ ଥିଲେ ବ୍ଲଡ ପ୍ରେସର କମିଯିବା ସମ୍ଭାବନା ରହିଛି।

-ଗର୍ଭାବସ୍ଥାର ପ୍ରଥମ ତିନି ମାସ ଗାଧୋଇବା ପାଇଁ ନଳ ପାଣି କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ।

-ଦ୍ୱିତୀୟ ତିନି ମାସ ପର୍ଯ୍ୟନ୍ତ ଶିଶୁର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗର ବିକାଶ ହୋଇଯାଇଥାଏ। ଏଣୁ ଯଦି ଏହି ସମୟରେ ଡାକ୍ତର ଗାଧୋଇବାକୁ ବାରଣ କରୁଛନ୍ତି ତେବେ ଗାଧାନ୍ତୁ ନାହିଁ। ଯଦି ବି ଗାଧୋଉଛନ୍ତି ତେବେ ଅଧିକ ସମୟ ପାଣିରେ ରୁହନ୍ତୁ ନାହିଁ। ଏହା ଦ୍ୱାରା ଭାଜିନାଲ ଇନ୍‌ଫେକସନ୍‌ର ଆଶଙ୍କା ବଢ଼ିଯାଏ।

-ଗର୍ଭାବସ୍ଥାର ତୃତୀୟ ତିନି ମାସ ଶରୀରରେ ପୀଡ଼ା ରହିଥାଏ। ଏହି ସମୟରେ ଗାଧୋଇଲେ ଆରାମ ମିଳେ। ମାତ୍ର ଧ୍ୟାନ ରଖିବେ ଏହି ସମୟରେ ଓଜନ ବଢ଼ିଯାଇଥିବାରୁ ବାଥ୍‌ରୁମ୍‌ ଯିବ ବେଳେ ଆଉ କାହା ସାହାଯ୍ୟ ନିଅନ୍ତୁ।

-ଗର୍ଭାବସ୍ଥାରେ କୌଣସି ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ। ଏହା ଛୁଆ ପାଇଁ ହାନିକାରକ ହୋଇପାରେ।

-୧୫-୨୦ ମିନିଟ୍‌ରୁ ଅଧିକ ସମୟ ବାଥ୍‌ଟବ୍‌ରେ ରୁହନ୍ତୁ ନାହିଁ। ଇନ୍‌ଫେକସନ୍‌ ହୋଇପାରେ।

-ଗର୍ଭାବସ୍ଥାରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ବେଳେବେଳେ ଏହା ଦ୍ୱାରା ଆଲର୍ଜି ହୋଇଥାଏ।

WCW 11

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

10 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

16 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

20 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

21 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago