ଲାଇଫ୍ ଷ୍ଟାଇଲ୍

ଦଶହରାରେ ଯଦି ଏହି ତିନିଟି ଜିନିଷ ଦେଖନ୍ତି, ତେବେ ଚମକିବ ଭାଗ୍ୟ

ଶାରଦୀୟ ନବରାତ୍ରି ସମାପ୍ତ ହେବା ପରଦିନ ହିଁ ଦଶହରା ଅର୍ଥାତ୍‌ ବିଜୟା ଦଶମୀ ପାଳନ କରାଯାଏ। ଏହି ଉତ୍ସବରେ ଖରାପ ଉପରେ ସତ୍ୟର ବିଜୟର ପ୍ରତୀକ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଦଶହରା ଦିନ ଭଗବାନ ରାମ ରାବଣକୁ ବଧ କରି ବିଜୟ ହାସଲ କରିଥିଲେ। ବିଜୟ ଦଶମୀ ଚଳିତବର୍ଷ ୨୫ ଅକ୍ଟୋବର ଅର୍ଥାତ୍‌ ଆଜି ପାଳନ କରାଯାଉଛି। ଜ୍ୟୋତିଷବିଦ୍‌ଙ୍କ କହିବାନୁଯାୟୀ, ଏହି ଦିନରେ କିଛି ଖାସ୍‌ ଜିନିଷ ଦର୍ଶନ କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ। ତେବେ ଏଗୁଡିକ କ’ଣ ଆସନ୍ତୁ ଜାଣିବା…

ବିଜୟ ଦଶମୀ ଦିନ ଜଳରେ ପହଁରୁଥିବା ମାଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି କୌଣସି ନଦୀ କିମ୍ବା ପୋଖରୀ କୂଳରେ ଯିବା ସମୟରେ ଆପଣ ପାଣିରେ ପହଁରୁଥିବା ମାଛ ଦେଖନ୍ତି, ତେବେ ଆପଣଙ୍କ ଭାଗ୍ୟ ଚମକିବ। ଏହା ଆପଣଙ୍କ ଜୀବନର ତମାମ ସଙ୍କଟ ଦୂର ହେବାର ସଙ୍କେତ ଦେଇଥାଏ।

ବିଜୟ ଦଶମୀକୁ ଯାତ୍ରା ତିଥି ମଧ୍ୟ କହନ୍ତି। ଯଦି ଗାଁ ଓ ସହରଦୂର ସ୍ଥାନକୁ ଯିବା ସମୟରେ ଭଗବାନଙ୍କ ମନ୍ଦିରରେ ଦେବଙ୍କୁ ଦର୍ଶନ କରନ୍ତି ତେବେ ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଆପଣ ଭଗବାନ ରାମ କିମ୍ବା ଭଗବାନ ଶିବଙ୍କୁ କୌଣସି ମନ୍ଦିର ଯାଇ ଦର୍ଶନ କରିପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦଶହରା ଦିନ ନୀଳକଣ୍ଠ ପକ୍ଷୀକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଦଶହରାରେ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ସଂକେତ ଦେଇଥାଏ। ଭଗବାନ ରାମ ଏହି ପକ୍ଷୀକୁ ଦେଖି ରାବଣକୁ ପରାଜିତ କରିଥିଲେ। ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି କୁହାଯାଏ।

ଦଶହରା ଦିନ ପାନ ଖାଇବାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ଶ୍ରୀରାମ ଭକ୍ତ ହନୁମାନଙ୍କୁ ପାନ ଅର୍ପଣ କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପାନକୁ ବିଜୟ ସୂଚକ ଭାବେ ଗ୍ରହଣ କରାଯାଏ।

Swagatika

Recent Posts

ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି ।…

3 mins ago

ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ…

21 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଆଜି…

27 mins ago

ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ, କହିଲେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ…

31 mins ago

ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ…

51 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

1 hour ago