କ୍ରୀଡା

ହାଇଦ୍ରାବାଦ ଠାରୁ ମ୍ୟାଚ ଛଡାଇ ଆଣିଲା ପଞ୍ଜାବ, ୧୨ ରନରେ ହାରିଲା ହାଇଦ୍ରାବାଦ

ଗତକାଲିର ଆଇପିଏଲ୍‌ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ୧୨ ରନରେ ହାଇଦ୍ରାବାଦକୁ ହରାଇଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୨୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ୧୯.୫ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର ଓପନିଂ ଯୋଡି କେଏଲ୍‌ ରାହୁଲ ଓ ମନଦୀପ ସିଂହ ପ୍ରଥମ ଓ୍ଵିକେଟରେ ୩୭ ରନ ଯୋଡିଥିଲେ। ମନଦୀପ ସିଂହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ୬୬ ରନ ସ୍କୋରରେ ପଞ୍ଜାବ ଲଗାତାର ଦୁଇଟି ବଡ ଓ୍ଵିକେଟ୍ ହରାଇଥିଲା। ହାଇଦ୍ରାବାଦ ତରଫରୁ ରାଶିଦ ଖାନ ମାତ୍ର ୧୪ ରନ ଦେଇ ୨ଟି ସଫଳତା ପାଇଛନ୍ତି। ସେହି ପରି ଜାସନ ହୋଲଡର ଓ ସନ୍ଦୀପ ଶର୍ମା ମଧ୍ୟ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୨୭ ରନର ପିଛା କରୁଥିବା ହାଇଦ୍ରାବାଦ ପଞ୍ଜାବ ବୋଲରଙ୍କ ମୁକାବିଲା କରିପାରିନଥିଲା। ଫଳରେ ଦଳ ୧୯.୫ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ୩୫ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୬ ରନ୍ କରିଥିଲେ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

46 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago