ରାଜ୍ୟ

ଘଷିପୁରା ପୋଲିସକୁ ସଫଳତା, ଦିନ ଦ୍ବିପ୍ରହରେ ଲୋକଙ୍କ ଠାରୁ ମୋବାଇଲ ଲୁଟୁଥିବା ଗ୍ୟାଙ୍ଗ ଗିରଫ, ୪୦ ମୋବାଇଲ ଜବତ

ଆନନ୍ଦପୁର(କେନ୍ୟୁଜ୍):  ଘଷିପୁରା ଥାନା ପୋଲିସକୁ  ମିଳିଛି ବଡ ସଫଳତା।  ମୋବାଇଲ୍ ଲୁଟେରା ଗ୍ୟାଙ୍ଗର ୨ ସଦସ୍ଯ ଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୪୦ ଟି ଲୁଟ୍ ମୋବାଇଲ୍ ଫୋନ୍ ଜବତ କରିଛି।  ଲୁଟେରା ମାନେ ବ୍ଯବହାର କରୁଥିବା ପଲସର ବାଇକ୍ ସମେତ ଲଙ୍କା ଗୁଣ୍ଡ ମଧ୍ଯ ଜବତ ହୋଇଛି । ଲୁଟେରା ମାନେ ଯାଜପୁର ଜିଲ୍ଲା କୋରେଇ ଥାନ ପୂର୍ବକୋଟ ଗାଁ ର ତାରିଣି ଦାସ ଓ ରାଜ କୁମାର ଦାସ ବୋଲି ଜଣା ପଡିଛି  । କେନ୍ଦୁଝର , ଯାଜପୁର ,ମୟୁର ଭଞ୍ଜ , ଭଦ୍ରକ ଭଳି ଆଖପାଖ ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ଲୋକଙ୍କୁ ଟାର୍ଗେଟ୍ କରି କୌଶଳ କ୍ରମେ  ଲୋକଙ୍କଠାରୁ ମୋବାଇଲ୍ ଲୁଟ କରିଥାନ୍ତି ।

ଗତ କାଲି ସନ୍ଧ୍ଯାରେ ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକଙ୍କ ଠାରୁ  ମୋବାଇଲ୍ ଲୁଟିଥିଲେ ଏମାନେ । ଲୁଟର ଶିକାର ହୋଇଥିବା ଯୁବକ ଥାନାରେ ଅଭିଯୋଗ କରିବାପରେ ପୋଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପୂର୍ବ ରେକର୍ଡକୁ ଆଧାର କରି ସଂପୃକ୍ତ ୨ ଲୁଟେରାଙ୍କୁ ସନ୍ଦେହ କରିଥିଲା ପୋଲିସ୍ । ପରେ ପୋଲିସର ପେଟ୍ରୋଲିଂ ସମୟରେ NH- ୨୦ରେ ଏକ ପଲସର ବାଇକରେ ଲୁଟେରା ମାନେ ଯାଉଥିବା ସମୟରେ ପୋଲିସ୍ ପିଛାକରି ସେମାନଙ୍କୁ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ କାବୁ କରିଥିଲା । ଏହି ୨ ଲୁଟେରାଙ୍କ ନିକଟରୁ ଅନେକ ନୂଆ ଫୋନ ମିଳିଥିବାରୁ କୌଣସି ସେମାନେ ମୋବାଇଲ ଦୋକାନ ଲୁଟକରିଥିବା ସନ୍ଦେହ କରୁଛି ପୋଲିସ।

KNews Bureau

Recent Posts

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

26 mins ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

1 hour ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

1 hour ago

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

2 hours ago

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

2 hours ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

3 hours ago