ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ତେଲ

ଶରୀରକୁ ସୁସ୍ଥ ରଖିବାକୁ ଆଜିକାଲି ସମସ୍ତେ ଚେଷ୍ଟା ଚଳାଇଛନ୍ତି। କିଏ ପ୍ରତିଦିନ ଯୋଗ, ପ୍ରାଣାୟାମ କରୁଛି ତ ଆଉ କିଏ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛି। ତେବେ ବେଳେବେଳେ ଯେତେ ଖାଇବା ପିଇବା ଉପରେ ଧ୍ୟାନ ଦେଲେ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମିନଥାଏ। ଏହା ପଛର କାରଣ ହେଉଛି ଖାଦ୍ୟରେ ବ୍ୟବହାର ହେଉଥିବା ତେଲ। ଖାଦ୍ୟ ପ୍ରସ୍ତୁତି କରିବାରେ ବ୍ୟବହାର ହେଉଥିବା ତେଲ ସ୍ୱାସ୍ଥ୍ୟ ଖରାପ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଖାଦ୍ୟ ପ୍ରସ୍ତୁତିରେ ଯଦି ଆମେ କେତେକ ସାଧାରଣ ତେଲ ବ୍ୟବହାର କରିବା ତେବେ ହୃଦ୍‌ରୋଗର ଆଶଙ୍କା ରହିବନାହିଁ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଏହାସହ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ୩ଟି ଆସନ, ଲାଘବ ହେବ ପ୍ରସବବେଦନା

ଆଭୋକାର୍ଡୋ ତେଲ:

ଆଭୋକାର୍ଡୋ ତେଲ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଏହା ଏକ ଅଶୋଧିତ ତୈଳ, ତେଣୁ ଏଥିରେ ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମହଜୁଦ୍‌ ଥାଏ। ଆଭୋକାର୍ଡୋ ତେଲରେ ଭିଟାମିନ୍‌ ଇ, ପଲିଅନ୍‌ସାଚୁରେଟେଡ ଫ୍ୟାଟି ଏସିଡ୍‌ ଏବଂ ମନୋଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ଅଧିକ ମାତ୍ରାରେ ରହିଥାଏ। ଏଣୁ ହୃଦୟ ପାଇଁ ଏହା ଅତ୍ୟନ୍ତ ଉତ୍ତମ ହୋଇଥାଏ।

ରାଶି ତେଲ:

ରାଶି ତେଲର ଅନେକ ଫାଇଦା ରହିଛି। ରାଶି ତେଲ ଖାଦ୍ୟର ସ୍ୱାଦକୁ ଦୁଇ ଗୁଣିତ କରିଥାଏ। ରାଶି ତେଲରେ ମଧ୍ୟ ପଲିଅନସାଚ୍ୟୁରେଟେଡ୍‌ ଏବଂ ମନୋଅନସାଚ୍ୟୁଟେଡ୍‌ ଫ୍ୟାଟି ଏସିଡ୍‌ ମହଜୁଦ୍‌ ରହିଛି, ଯାହା ଶରୀରରେ ଥିବା ଖରାପ କୋଲୋଷ୍ଟ୍ରଲକୁ କମ୍‌ କରେ। ଏହି ତେଲକୁ ଖାଦ୍ୟ ପ୍ରସ୍ତୁତିରେ ନିୟମିତ ବ୍ୟବହାର କଲେ ହୃଦ୍‌ରୋଗର ସମ୍ଭାବନା କମିଥାଏ।

ଅଲିଭ ତେଲ:

ହୃଦୟକୁ ସୁସ୍ଥ ରଖିବାରେ ଅଲିଭ ତେଲ ସାହାଯ୍ୟ କରିଥାଏ। ଏଥିରେ ମନୋଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ ଅଧିକ ମାତ୍ରାରେ ରହିଥାଏ। ଏଣୁ ହାର୍ଟ ପାଇଁ ଏହା ରାମବାଣ ସଦୃଶ କାମ କରେ।

ଅଳସୀ ତେଲ:

ରୋଷେଇରେ ବ୍ୟବହାର କରିବା ପରିବର୍ତ୍ତେ ଅଳସୀ ତେଲକୁ ସାଲାଡ କିମ୍ବା ସ୍ମୁଦିରେ ବ୍ୟବହାର କଲେ ଏହା ଅଧିକ ହିତକର ହୋଇଥାଏ। କାରଣ ରାନ୍ଧିବା ପରେ ଅଳସୀ ତେଲର ସ୍ୱାଦରେ ପରିବର୍ତ୍ତନ ଘଟିଥାଏ ଯାହା କିଛି ଲୋକଙ୍କୁ ପସନ୍ଦ ଆସେନାହିଁ। ଏଣୁ ସାଲାଡ୍‌ରେ ବ୍ୟବହାର କଲେ ଏହାର ସ୍ୱାଦ ଅପରିବର୍ତ୍ତିତ ରହେ। ଅଳସୀ ତେଲରେ ଆଲ୍‌ଫା ଲିନୋଲିକ୍‌ ଏସିଡ୍‌ ରହିଥାଏ, ଯାହା ଓମେଗା-୩ ଫ୍ୟାଟି ଏସିଡ୍‌ର ଏକ ଅଂଶ। ଅଳସୀ ତେଲ ସେବନ କରିବା ଦ୍ୱାରା ଇନ୍‌ଫ୍ଲେମେସନ୍‌ ଭଳି ଗମ୍ଭୀର ରୋଗର ଆଶଙ୍କା କମ୍‌ ରହିଥାଏ।

WCW 11

Recent Posts

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

5 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

6 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

28 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

43 mins ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

1 hour ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

2 hours ago