ଏହି ୭ଟି ଜିନିଷ ଅଛି କି ଆପଣଙ୍କ ଘରେ ? ତେବେ ହୋଇଯାଆନ୍ତୁ ସତର୍କ

ପ୍ରାୟତଃ ମଣିଷ ଜୀବନରେ ଭଲ ଆୟ କରିବା ପରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇଥାଏ। ଜାଣିଛନ୍ତି କି ଏପରି ହେବାର କାରଣ କଣ ? ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ଏପରି ହେବାର କାରଣ କହିବାକୁ ଯାଉଛୁ। ଆଜ୍ଞା ହଁ ଏପରି କିଛି ନକରାତ୍ମକ ଜିନିଷ  ଘରେ ରଖିବା ଦ୍ବାରା ମଣିଷ କାଙ୍ଗାଳ ହୋଇଯାଇଥାଏ। ଏହା ଦ୍ବାରା କେବଳ ଆର୍ଥିକ ସମସ୍ୟା ନୁହେଁ ବରଂ ଘରର ସଦସ୍ୟଙ୍କ ଭିତରେ ଝଗଡା ମଧ୍ୟ ଲାଗି ରହିଥାଏ। ଯଦି ଆପଣଙ୍କ ଘରେ ଏଭଳି କିଛି ଜିନିଷ ରଖିଛନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ।

-ଘରେ ଭଙ୍ଗା ଦର୍ପଣ କିମ୍ବା ଭାଙ୍ଗି ଯାଇଥିବା କୌଣସି କାଚ ଜିନିଷ ରଖିବା ଦ୍ବାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏଥିସହ ପରିବାରରେ ସର୍ବଦା କଳହ ଲାଗି ରହିଥାଏ। ଘରର କବାଟ କିମ୍ବା ଝରକାରେ ଲାଗିଥିବା କାଚ ଭାଙ୍ଗିଯାଇଥାଏ ତେବେ ଏହାକୁ ତୁରନ୍ତ ବଦଳାନ୍ତୁ।

-ଘରର ପୂଜା ସ୍ଥାନରେ ପ୍ରତ୍ୟେକ ଦେବା-ଦେବୀଙ୍କ ପ୍ରତିମାକୁ ସାମ୍ନା-ସାମ୍ନି ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଆୟର ସାଧନା କମ ହୋଇଥାଏ ଏବଂ ଖର୍ଚ୍ଚ ଅଧିକା ହୋଇଥାଏ।

-ଯଦି ଆପଣ ବଗିଚାରେ କଣ୍ଟା ଥିବା ଗଛ ଲଗାଇଥାନ୍ତି ତେବେ ତୁରନ୍ତ ସେହି ଗଛ ହଟାଇ ଦିଅନ୍ତୁ। କାରଣ ଏପରି ଗଛ ଲଗାଇବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

-ସେହିପରି ଯଦି କୌଣସି ଭଗବାନଙ୍କ ପ୍ରତିମା ଟିକିଏ ଭି ଭାଙ୍ଗି ଯାଇଥାଏ ତେବେ ସେହି ପ୍ରତିମାକୁ ଜଳରେ ଭସାଇ ଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା କରିବା ଦ୍ବାରା ଗରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।

– ବୁଢିଆଣୀ ଜାଲ କେବଳ ଘରର ଶୋଭା କରିନଥାଏ ବରଂ ଏହା ଅଶୁଭ ସଂକେତ ମଧ୍ୟ ହୋଇଥାଏ। ଏହି କାରଣରୁ କେବେ ମଧ୍ୟ ଘରେ ବୁଢିଆଣୀ ଜାଲ ନହେବା ପାଇଁ ଚେଷ୍ଟା କରନ୍ତୁ।

-ଏଥିସହ ଘରେ ଫଟା ବାସନ ବ୍ୟବହାର କରିବା ଅନୁଚିତ। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏହି ବାସନରେ ଅନ୍ନ ସେବନ କରନ୍ତି ତେବେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ସର୍ବଦା ଦାରିଦ୍ର୍ଯତା ଲାଗି ରହିଥାଏ। ଏହା ବ୍ୟତୀତ ଫାଟି ଯାଇଥିବା ଇଲୋକ୍ଟ୍ରୋନିକ୍ସ ଜିନିଷ, ଫଟୋ, ଫର୍ଣ୍ଣିଚର, ଖଟ, ଘଣ୍ଟା, ଦୀପ, ଝାଡୁ, ମଗ ଏବଂ କପ ଆଦି ଜିନିଷ ରଖିବା ଅନୁଚିତ। କାରଣ ଏହି ଜିନିଷ ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।

-ସେହିପରି ଘରର ଛାତ ଉପରେ ଅଳିଆ ଜିନିଷ ରଖନ୍ତୁ ନାହିଁ। ଏହା ଦ୍ବାରା ପରିବାରରେ ଆର୍ଥିକ ସମସ୍ୟା ଦେଖାଯିବା ସହ ମାନସିକ ସ୍ଥିତିରେ ମଧ୍ୟ ପ୍ରଭାବ ପକାଇଥାଏ।

KNews Bureau

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

18 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

29 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago