ଲାଇଫ୍ ଷ୍ଟାଇଲ୍

ଭୋଜନ କରିବା ବେଳେ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ନାରାଜ ହେବେ ରାହୁ

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଆମ ଖାଦ୍ୟପାନୀୟରେ ବି ପରିବର୍ତ୍ତନ ଘଟିଛି। ପୂର୍ବରୁ ଲୋକମାନେ ଭୂମିରେ ବସି ଭୋଜନ କରୁଥିବା ବେଳେ ଏବେ ଡାଇନିଂରେ ଖାଉଛନ୍ତି। ସେହିପରି ପୂର୍ବରୁ ଖାଇବାପିଇବାର ଏକ ସ୍ୱତନ୍ତ୍ର ସମୟ ଥିଲା। କିନ୍ତୁ ଏବେ ଲୋକମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ଠିକ୍‌ ସମୟରେ ଖାଇପାରୁନାହାନ୍ତି। ତେବେ ଜ୍ୟୋତିଷଙ୍କ ଅନୁସାରେ ଖାଇବା ପିଇବାର ବି ଏକ ସ୍ୱତନ୍ତ୍ର ଶୈଳୀ ରହିଛି। ଆସନ୍ତୁ ଜାଣିବା କିଭଳି ଭୋଜନ କରିବା ଉଚିତ…

  • କେବେ ବି ଖଟ ଉପରେ ବସି ଭୋଜନ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ନର ଅପମାନ ହୋଇଥାଏ ଓ ରାହୁ କୋପ କରିଥାନ୍ତି।
  • ଖାଇବା ସମୟରେ ଟିଭି ଦେଖିବା ଓ ପଢ଼ିବା ଅନୁଚିତ। ଏହା ଦ୍ୱାରା ଖାଦ୍ୟ ତଣ୍ଟିରେ ଲାଗିବା ସମ୍ଭାବନା ରହିଛି।
  • ଖାଇବା ପୂର୍ବରୁ ହାତ ଓ ଗୋଡ଼ ନିଶ୍ଚୟ ଧୁଅନ୍ତୁ। ଏହା ଦ୍ୱାରା କ୍ଷତିକାରକ ବ୍ୟାକ୍ଟେରିଆ ପେଟକୁ ଯାଇପାରନ୍ତି ନାହିଁ।

  • କେବେ ବି ତରତର ହୋଇ ଖାଆନ୍ତୁ ନାହିଁ। ଭୋଜନର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ। ଖାଇବାର ୪୦ ମିନିଟ୍‌ ପରେ ପାଣି ପିଇପାରିବେ। ସବୁବେଳେ ବସିକି ଖାଆନ୍ତୁ।
  • ଭୋଜନ କରିସାରିବା ପରେ କିଛି ଲୋକ ଥାଳିରେ ହାତ ଧୋଇଥାଆନ୍ତି। ଏଭଳି କରିବା ଅନୁଚିତ। ଏହା ଦ୍ୱାରା ଅନ୍ନର ଅପମାନ ହୋଇଥାଏ। ଚନ୍ଦ୍ର ଓ ଶୁକ୍ର ନାରାଜ ହୋଇଥାଆନ୍ତି।
  • ଥାଳିରେ ଖାଦ୍ୟ ଛାଡ଼ିବା ଅନ୍ନର ଅପମାନ ହୋଇଥାଏ। ଏହା ଫଳରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ଭୋଜନ କରିବା ବେଳେ ସବୁବେଳେ ପୂର୍ବ କିମ୍ବା ଉତ୍ତର ଆଡ଼କୁ ମୁହଁ କରି ଖାଆନ୍ତୁ।
  • ଭୋଜନ କରିବା ପୂର୍ବରୁ ଓ ପରେ ସବୁବେଳେ ପରିସ୍ରା କରିବା ଉଚିତ।
WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago