ମନ୍ତ୍ର ଜପ କରିବା ସମୟରେ ପାଳନ କରନ୍ତୁ ଏହି ସବୁ ନିୟମ

ହିନ୍ଦୁ ଧର୍ମରେ ମନ୍ତ୍ର ଜପ କରିବାର କିଛି ସ୍ବତନ୍ତ୍ର ନିୟମ ରହିଛି। ଯଦି ଆପଣ ମଧ୍ଯ ଏହି ନିୟମ ପାଳନ କରୁଛନ୍ତି ତେବେ ଆପଣଙ୍କ ଘରେ କେବଳ ସୁଖ-ଶାନ୍ତି ଆସିନଥାଏ ବରଂ ଆପଣଙ୍କ ସ୍ବାସ୍ଥ୍ଯ ମଧ୍ଯ ସୁସ୍ଥ ରହିଥାଏ। ସାଧାରଣତଃ ତିନି ପ୍ରକାର ମନ୍ତ୍ର ଜପ କରାଯାଇଥାଏ।

-ବାଚିକ ଜପ

-ଉପାଂଶୁ ଜପ

-ମାନସିକ ଜପ

ବାଚିକ ଜପ

ବାଣୀ ଦ୍ବାରା ସସ୍ବର ମନ୍ତ୍ରର ଉଚ୍ଚାରଣ କରିବା ବାଚିକ ଜପ ହୋଇଥାଏ।

ଉପାଂଶୁ ଜପ

ନିଜର ଇଷ୍ଟ ଭଗବାନଙ୍କୁ ଧ୍ଯାନରେ ମନ ଲଗାଇ, ପାଟିରେ କିଛି ଏପରି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଯାହା ବେଳ ନିଜକୁ ଶୁଣାଯିବ। ଏଭଳି ମନ୍ତ୍ର ଉଚ୍ଚାରଣକୁ ଉପାଂଶୁ ଜପ କୁହାଯାଇଥାଏ।

ମାନସିକ ଜପ

ସୁଖାସନ ବା ପଦ୍ମାସନରେ ବସି ଧ୍ଯାନ ମୁଦ୍ରାରେ ମନ ଭିତରୁ ଯେଉଁ ଜପ କରାଯାଇଥାଏ ିାହାକୁ ମାନସିକ ଜପ କୁହାଯାଏ।

ଜପ କରିବା ସମୟରେ ଏହିସବୁ ଦିଗ ପ୍ରତି ଧ୍ଯାନ ଦିଅନ୍ତୁ:

-ଶରୀର ଶୁଦ୍ଧ ଥିବା ଆବଶ୍ଯକ। ସାଧନା କରିବା ପାଇଁ ହାଲୁକା ରଙ୍ଗର କପଡା ପିନ୍ଧିବା ଉଚିତ।

-ସାଧନା ପାଇଁ କୁଶର ଆସନରେ ବସିବା ଉଚିତ। କାରଣ କୁଶ ଉଷ୍ମାର ସୁଚାଳକ ହୋଇଥାଏ ଏବଂ ଏହାଦ୍ବାରା ମନ୍ତ୍ର ଉଚାରଣ ସମୟରେ ଉତ୍ପନ୍ନ ଶକ୍ତି ଆମ ଶରୀରରେ ସମାହିତ ହୋଇଥାଏ।

-ଜପ କରିବା ସମୟରେ ମେରୁଦଣ୍ଡ ସିଧା ରଖିବା ଉଚିତ।

-ସାଧାରଣ ଜପରେ ତୁଳସୀ ମାଳା ବ୍ଯବହାର କରିବା ଉଚିତ। କାର୍ଯ୍ଯ ସିଦ୍ଧି ପାଇଁ ଜପ କରିବା ସମୟରେ ରୁଦ୍ରାକ୍ଷ ବା ଚନ୍ଦନର ମାଳା ଜପ କରିବା ଉଚିତ।

-ବ୍ରାହ୍ମ ମୁହୂର୍ତ୍ତରେ ସାଧନା କରିବା ଉଚିତ। କାରଣ ପ୍ରାତଃ କାଳ ସମୟ ଶୁଦ୍ଧ ବାୟୁରେ ପରିପୂର୍ଣ୍ଣ ରହିଥାଏ।

-ଧ୍ଯାନ କରିବା ସମୟରେ ଯେଉଁ ଦେବତାଭ୍କର ଜପ କରୁଛନ୍ତି ସେହି ଦେବତାଙ୍କ ଛବି ଧ୍ଯାନରେ ରଖିବା ଉଚିତ।

-ମନ୍ତ୍ର ଜପ କରିବାର ଶକ୍ତି ଅନୁଭବ କରିବା ପାଇଁ ପ୍ରତ୍ଯେକ ଦିନ ଥରେ ମାଳି ଜପ କରିବା ଉଚିତ।

-ପ୍ରାତଃ କାଳରେ ମନ୍ତ୍ର ଜପ କରିବା ସମୟରେ ପୂର୍ବ ଦିଗକୁ ମୁଖ ଏବଂ ସଂନ୍ଧ୍ଯା ସମୟରେ ପଶ୍ଚିମ ଦିଗକୁ ମୁଖ କରି ଜପ କରିବା ଶ୍ରେଷ୍ଠ ବୋଲି ଉଲ୍ଳେଖ କରାଯାଇଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago