ଭଦ୍ରକ: ଆଜି ଭଦ୍ରକ ଗସ୍ତରେ 5T ସଚିବ ଭି. କେ. ପାଣ୍ଡିଆନ୍ । ସେଠାରେ ପହଂଚି ପ୍ରଥମେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ଓ୍ଵାର୍ଡ ବୁଲି ଦେଖିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି 5T ସଚିବ । ଏହାସହ ଶିଶୁ ବିଭାଗ, ଏସଏନସିୟୁ ସର୍ଜରୀ ୱାର୍ଡ, ଟ୍ରମାକେୟାର ସେଣ୍ଟର ସହ ଡାୟାଲିସିସ କେନ୍ଦ୍ର ପରିଦର୍ଶନ କରିଥିଲେ । କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ରୋଗୀ ଓ ସଂପର୍କୀୟଙ୍କୁ ପଚାରି ବୁଝିଛନ୍ତି । ଏହାସହ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ପରେ ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସିଡିଏମ୍ଓ ଓ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ବିଷୟରେ ସମୀକ୍ଷା କରିଥିଲେ । ରୋଗୀଙ୍କ ସମସ୍ୟା ଦେଖିବା ପରେ ଅଧିକ ୧୦୦ ୱାର୍ଡ କରାଯିବ ବୋଲି ସେ କହିଛନ୍ତି । ସେହିପରି ମେଡିକାଲ ପରିସରରେ ୧୨ ଲକ୍ଷ ଟଙ୍କାର ପାର୍କ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 5T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, NHM ମୁଖ୍ୟ ଶାଳିନୀ ପଣ୍ଡିତ ଚିକିତ୍ସାଳୟରେ ପହଞ୍ଚିଥିଲେ ।
ଏହାସହିତ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଚରମ୍ପା ସ୍ଥିତ CRSR NGOରେ ଥିବା ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଆଉ ଖୁସି ମନାଇଥିଲେ ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…