ଭଦ୍ରକ ମେଡିକାଲରେ 5T ସଚିବ, ବିଭିନ୍ନ ଓ୍ଵାର୍ଡ ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଭିନ୍ନକ୍ଷମ ପିଲାଙ୍କ ସହ କଲେ ମଧ୍ୟାହ୍ନ ଭୋଜନ

ଭଦ୍ରକ: ଆଜି ଭଦ୍ରକ ଗସ୍ତରେ 5T ସଚିବ ଭି. କେ. ପାଣ୍ଡିଆନ୍‌ । ସେଠାରେ ପହଂଚି ପ୍ରଥମେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ଓ୍ଵାର୍ଡ ବୁଲି ଦେଖିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି 5T ସଚିବ । ଏହାସହ ଶିଶୁ ବିଭାଗ, ଏସଏନସିୟୁ ସର୍ଜରୀ ୱାର୍ଡ, ଟ୍ରମାକେୟାର ସେଣ୍ଟର ସହ ଡାୟାଲିସିସ କେନ୍ଦ୍ର ପରିଦର୍ଶନ କରିଥିଲେ । କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ରୋଗୀ ଓ ସଂପର୍କୀୟଙ୍କୁ ପଚାରି ବୁଝିଛନ୍ତି । ଏହାସହ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ପରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସିଡିଏମ୍‌ଓ ଓ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ବିଷୟରେ ସମୀକ୍ଷା କରିଥିଲେ । ରୋଗୀଙ୍କ ସମସ୍ୟା ଦେଖିବା ପରେ ଅଧିକ ୧୦୦ ୱାର୍ଡ କରାଯିବ ବୋଲି ସେ କହିଛନ୍ତି । ସେହିପରି ମେଡିକାଲ ପରିସରରେ ୧୨ ଲକ୍ଷ ଟଙ୍କାର ପାର୍କ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 5T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, NHM ମୁଖ୍ୟ ଶାଳିନୀ ପଣ୍ଡିତ ଚିକିତ୍ସାଳୟରେ ପହଞ୍ଚିଥିଲେ ।

ଏହାସହିତ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଚରମ୍ପା ସ୍ଥିତ CRSR NGOରେ ଥିବା ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଆଉ ଖୁସି ମନାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.