Below header

ବୃଦ୍ଧାଙ୍କ ଅଜବ ନିଶା ଆଗରେ ହାର ମାନିଛି ବୟସ, ଅଣ୍ଟାରେ ଟ୍ରଲି ବାନ୍ଧି ପାର କରିସାରିଲେଣି ୧୨ଟି ଦେଶ

୭୩ ବର୍ଷରେ ସାହାଯ୍ୟ କରିବା ନିଶା। ବ୍ରିଟେନର ଜଣେ ୭୩ ବର୍ଷିୟା ମହିଳା ରୋଜି ସ୍ୱେଲ ପୋପ୍‌ ଇଂଲଣ୍ଡରୁ ନେପାଳ ଦୌଡି ଦୌଡି ଯାଉଛନ୍ତି। ଏମିତି କରିବା ପଛର ତାଙ୍କ ଉଦ୍ଦେଶ୍ୟ ହେଉଛି ଚାରିଟୀ ଜରିଆରେ ସେ ଭୂମିକମ୍ପ ପୀଡିତ ପରିବାରଙ୍କୁ ସାହାଯ୍ୟ କରିପାରିବେ। ସେ କହିଛନ୍ତି ଯେ ସେ ୨୦୧୮ରେ ‘ରନ ରୋଜି ରନ’ ଅଭିଯାନ ଦ୍ୱାରା ଦୌଡିବା ଆରମ୍ଭ କରିଥିଲେ। ଏବେ ପର୍ଯ୍ୟନ୍ତ ସେ ୧୨ଟି ଦେଶ ପାର କରିସାରିଲେଣି।

ସେ ଜଣାଇଛନ୍ତି ଯେ ମୁଁ ଜାଣିନି ରାତିରେ ମୁଁ କେଉଁଠି ଶୋଉଛି। କେତେବେଳେ କୌଣସି ରାସ୍ତା ପାଖରେ ତ ଆଉ କେତେବେଳେ କେଉଁ ଗଳିରେ। ସକାଳୁ ଉଠେ ପୁଣି ଦୌଡିବା ଆରମ୍ଭ କରିଥାଏ। ରୋଜିଙ୍କର ପରବର୍ତ୍ତୀ ସ୍ଟପ୍‌ ଜର୍ଜିୟାରେ ହେବ। ସେ ପ୍ରତିଦିନ ୨୦ କିଲୋମିଟର ଦୌଡି ଯାତ୍ରା କରନ୍ତି ଏବଂ ଲୋକଙ୍କୁ ସାହାଯ୍ୟ ମାଗନ୍ତି ସେ ତାଙ୍କ ଅଣ୍ଟାରେ ଟ୍ରଲି ରିକ୍ସା ବାନ୍ଧି ଦୌଡନ୍ତି। ଯେଉଁଥିରେ ତାଙ୍କର ଜରୁରୀ ଜିନିଷପତ୍ର ଅଛି। ସେ ନିଜର ପରିଚୟ ଜଣେ ସାଧାରଣ ସିନିୟର ସିଟିଜେନ ବୋଲି କହିଥାନ୍ତି।

 

View this post on Instagram

 

Galata Bridge in Istanbul today! Thank you all who joined me. I’m so proud to be in Turkey on my way to Kathmandu. 💕 #rosieruns

A post shared by Rosie Swale Pope (@rosieswalepope) on

ରୋଜିଙ୍କର ପରିଚୟ ଦୁନିଆର ଜଣେ ସବୁଠାରୁ ସିଙ୍ଗଲ ବା ମାରାଥନ ଧାବିକା ନାମରେ ବି ସାମିଲ ଅଛି। ସେ ୨୦୦୪ ଠାରୁ ଚାରିଟୀ ପାଇଁ ଟଙ୍କା ଯୋଗାଡ କରିବାକୁ ଦୁନିଆର ସବୁ ସ୍ଥାନକୁ ଦୌଡି ଦୌଡି ଯାଉଛନ୍ତି। ୨୦୧୫ରେ ସେ ପୂରା ଆମେରିକା ଦୌଡି ସାରିଛନ୍ତି। କେବଳ ଏତିିକି ନୁହେଁ ସେ ୟୁଏସ ଯାତ୍ରା ୧୭ ଫୁଟ୍‌ ବୋଟରେ କରିଛନ୍ତି। ତେବେ ଏହି ବୟସରେ ସେ ଲୋକଙ୍କୁ ସାହାଯ୍ୟ ପାଇଁ ଏମିତି ଏକ ବଡ ପଦକ୍ଷେପ ନେଇଛନ୍ତି ଯେଉଁଥିପାଇଁ ତାଙ୍କୁ ଲୋକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.