ପୃଥିବୀର ସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ବିବାହ କରିବାକୁ ଯାଉଛନ୍ତି ରଣବୀର ଓ ଆଲିଆ

ଗତ କିଛିଦିନ ହେବ ଆଲିଆ ଭଟ୍ଟ ଓ ରଣବୀର କପୁର ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶୁଣିବାକୁ ମିଳୁଛି ଯେ ଏହି ଲଭବାର୍ଡ ଅତିଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିଳିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ଵିଵାହ କରୁଛନ୍ତି ବଲିଉଡର ଏହି ହିଟ ଯୋଡି ରଣବୀର ଓ ଆଲିଆ ।

Image result for alia and ranbir

ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରଣବୀର ଓ ଆଲିଆ ନିଜ ୱାର୍କ ସିଡ୍ୟୁଲରୁ ଗୋଟେମାସ ପାଇଁ ଛୁଟି ନେଉଛନ୍ତି । ତାସହିତ କୁହାଯାଉଛି ଯେ ପୃଥିବୀର ସ୍ୱର୍ଗ କୁହାଯାଉଥିବା ଦେଶର ସବୁଠାରୁ ସୁନ୍ଦର ସ୍ଥାନ କାଶ୍ମୀରରେ ଏମାନେ ନିଜର ଡେଷ୍ଟିନେସନ ୱେଡିଙ୍ଗର ପ୍ରସ୍ତୁତି କରୁଛନ୍ତି । ସୂଚନା ଅନୁଯାୟୀ ଆଲିଆଙ୍କୁ କାଶ୍ମୀରର ସୁନ୍ଦରତା ସହ ସେତେବେଳେ ପ୍ରେମ ହୋଇଯାଇଥିଲା ଯେତେବେଳେ ସେ ୨୦୧୭ ମସିହାରେ ସେଠାରେ ଚଳଚ୍ଚିତ୍ର ‘ରାଜି’ର ସୁଟିଂ କରୁଥିଲେ । ଯଦିଓ ଏହିସବୁ ଖବରକୁ ଆଲିଆ ଓ ରଣବୀର ମିଛ ବୋଲି କହିଛନ୍ତି । ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ପ୍ରଥମଥର ପାଇଁ ଦୁହେଁ ଏକାସହିତ ନଜରକୁ ଆସିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.