ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ ଏହି ଜିନିଷ,ନଚେତ…

ଜ୍ୟେତିଷ ଶାସ୍ତ୍ରରେ ବହୁତ କିଛି ନିୟମ ରହିଛି। ଗରିବ ଲୋକଙ୍କୁ ଦାନ କଲେ ମହାପୁଣ୍ଣ୍ୟ ମିଳିଥାଏ କୋଲି କୁହାଯାଏ। ତେବେ ଏହି ଦାନକୁ ନେଇ ବହୁତ ନିୟମ ରହିଛି ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଜିନିଷକୁ ଦାନ ଆକାରରେ ଦେବା ଉଚିତ ନୁହେଁ।

-ଭୋକିଲାକୁ ଭୋଜନ ଦେବା ସଂସାରର ସବୁଠାରୁ ବଡ଼ ପୂଣ୍ୟକାମ ଓ ଦାନ । କିନ୍ତୁ ଯଦି ତାହା ବାସୀ ଖାଦ୍ୟ ହୋଇଥାଏ ତେବେ ଏହା ଦାନ କରିବା ଅଶୁଭ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି। ଫଳରେ ଘରେ ଅନ୍ନର ଅଭାବ ଦେଖାଯାଏ।

ଏହା ସହ ପଢ଼ନ୍ତୁ : ଧୂମପାନରେ ଆପଣଙ୍କ ଓଠର ରଙ୍ଗ କଳା ପଡିଯାଇଛି କି ? ତେବେ ଗୋଲାପି କରିବାକୁ ଆପଣାନ୍ତୁ ଏହି ଉପାୟ

-ଦରିଦ୍ରକୁ ବସ୍ତ୍ର ଦାନ କରିବା ଉଚିତ। କିନ୍ତୁ ପୁରୁଣା କିମ୍ବା ଚିରା ଲୁଗା ଦାନ କରିବା ଅଶୁଭ ଅଟେ। ଏପରି କଲେ ମା’ ଲକ୍ଷ୍ମୀ ରାଗିଥାନ୍ତି ଫଳରେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦିଏ।

-କେବେବି ଭୁଲରେ କାହାକୁ ଝାଡ଼ୁ ଦାନ କରନ୍ତୁ ନାହିଁ। ନଚେତ୍ ବ୍ୟବସାୟରେ କ୍ଷତି ହେବା ସହ ଘରେ ମଧ୍ୟ ଧନର ଅଭାବ ଦେଖାଦେବ। ପରବର୍ତ୍ତୀ ମୁହୁର୍ତ୍ତରେ ଏପରି ଅବସ୍ଥା ହେବ ଯେ ଆପଣ ତଳିତଳାନ୍ତ ହୋଇଯିବେ।

-ଶାସ୍ତ୍ରରେ ବାସନ ଦାନକୁ ମଧ୍ୟ ବର୍ଜନୀୟ ବୋଲି କୁହାଯାଇଛି। ବିଶେଷକରି ଷ୍ଟିଲ୍ ବାସନ ଦାନ କଲେ ଘରୁ ସୁଖ ଶାନ୍ତି ଦୂର ହୋଇଯାଇଥାଏ।

-କେବହେଲେ କାହାକୁ ଲୁହା ଜିନିଷ ଦାନ କରନ୍ତୁ ନାହିଁ, ବିଶେଷ କରି ଲୁହାର କୌଣସି ଧାରୁଆ ଜିନିଷ ଦାନ କରିବା ଅଶୁଭ। ଏହାଦ୍ୱାରା ଆପଣଙ୍କର ଧାର କରଜ ବୃଦ୍ଧି ହୋଇଥାଏ।

Pritiparna

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

18 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

35 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

39 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago