ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। ନବରାତ୍ରୀ, ଦଶହରା, କରବା ଚୌଥ୍ ପରେ ଲୋକମାନେ ଦୀପାବଳି ପ୍ରସ୍ତୁତିରେ ଲାଗିପଡ଼ିଥାନ୍ତି। ଏଥର ୨୭ ଅକ୍ଟୋବରରେ ଦିପାବଳୀ ପାଳନ ହେବ । ଦୀପାବଳି ଆସିବାର ବହୁତ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସୁଖ-ସମୃଦ୍ଧିର କାମନା କରି ସମସ୍ତେ ଦୀପାବଳିରେ ନିଜ ଘର ସଫା ନିଶ୍ଚୟ କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଦୀପାବଳୀ ପୂର୍ବରୁ ହିଁ ଘରୁ ବାହାର କରିଦେବା ଉଚିତ୍। ନଚେତ୍ ଆପଣ କାଙ୍ଗାଳ ହୋଇଯାଇପାରନ୍ତି। ତେବେ ଜାଣନ୍ତୁ ଦୀପାବଳି ପୂର୍ବରୁ ଘରୁ କେଉଁ ସବୁ ଜିନିଷ ବାହାର କରିବା ଉଚିତ୍।
-ଘରର କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଝରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରି ନୂଆ କାଚ ଲଗାଇଦିଅନ୍ତୁ । କାରଣ ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ହୋଇଥାଏ।
-ଏହି ଦିପାବଳୀ ପୂର୍ବରୁ ଘରର ଛାତକୁ ସଫା କରନ୍ତୁ ଏବଂ ଯଦି କିଛି ଅଳିଆ ପଡିଛି ବାହାରକୁ ଫୋପାଡି ଦିଅନ୍ତୁ।
ଏହାସହ ପଢନ୍ତୁ: ପିଓକେର ଶାରଦା ପୀଠରେ ୭୨ ବର୍ଷ ପରେ ଜଳିଲା ଦୀପ, ହଙ୍ଗକଙ୍ଗ୍ରୁ ଆସି ଦମ୍ପତି କଲେ ପୂଜାର୍ଚ୍ଚନା
-ବାସ୍ତୁ ଅନୁସାରେ ଘଣ୍ଟା ଆପଣଙ୍କ ପ୍ରଗତିର ପ୍ରତୀକ । କିନ୍ତୁ ବନ୍ଦ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧକ ସାଜିଥାଏ । ଏଥିପାଇଁ ଘରେ ଯଦି ଘଣ୍ଟା ବନ୍ଦ ହୋଇପଡିଛି ତେବେ ତାକୁ ଘରୁ ବାହାର କରିଦିଅନ୍ତୁ ।
-ଯଦି ଆପଣଙ୍କ ଘରେ ଭାଙ୍ଗିଯାଇଥିବା ପଲଙ୍କ ବା ଖଟ ଅଛି ତାହେଲେ ତାକୁ ଠିକ୍ କରିଦିଅନ୍ତୁ ନହେଲେ ଘରୁ ବାହାର କରିଦିଅନ୍ତୁ। କୁହାଯାଏ କି ଘରେ ଭଙ୍ଗା ପଲଙ୍କ ରହିଲେ ବୈବାହିକ ଜୀବନରେ କଳହ ଲାଗିରହେ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…