ଲାଇଫ୍ ଷ୍ଟାଇଲ୍

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଜରୁରୀ ଟିପ୍ସ, ଏମିତି ରଖନ୍ତୁ ପିଲାର ଯତ୍ନ

ପିଲାଙ୍କୁ ସ୍ତନ୍ୟପାନ କରାଇବା ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାଏ। ବିଶେଷ ରୂପେ ଯେଉଁ ମହିଳାମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜର ବିଷୟ। ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ହେବା ସହ ସେଥିରେ ଅନେକ ପୋଷଣ ରହିଥାଏ। ଯାହା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶ କରିବାରେ ସାହାଯ୍ୟ କରିଥାଏ। ଶିଶୁ ଜନ୍ମ ହେବା ପରେ ସନ୍ତ୍ୟପାନ କରାଇବାରେ ଆପଣଙ୍କ ଓଜନ କମ ହେବାରେ ସାହାଯ୍ୟ ମିଳିଥାଏ। ତେବେ ଆସନ୍ତ ଜାଣିବା ଶିଶୁକୁ ସନ୍ତ୍ୟପାନ କରାଇବା ସମୟରେ କେଉଁ ସବୁ କଥା ଧ୍ୟାନ ଦେବା ଜରୁରୀ।

-ପିଲା କାନ୍ଦିବା ପୂର୍ବରୁ ଠିକ୍‌ ସମୟରେ ଶିଶୁ ସ୍ତନ୍ୟପାନ କରାଇବା ଉଚିତ। ଏପରି କରିବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଲାଭକାରୀ ହୋଇଥାଏ।

-ସ୍ତନ୍ୟପାନ କରାଇବା ସମୟରେ ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ପିଲାଙ୍କୁ ହୋଲ୍ଡ କରି ରଖିବାକୁ ପଡିଥାଏ। ଏହିକାରଣରୁ ନିଜେ ଠିକ୍‌ ଢଙ୍ଗରେ ବସିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯଦି ଆପଣ ଏଥିରେ ଅଣଦେଖା କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ପିଠି, ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ହୋଇପାରେ। ଏହାବ୍ୟତୀତ ସଠିକ୍‌ ଢଙ୍ଗରେ ନବସିବା ଦ୍ୱାରା ପିଲାକୁ ମଧ୍ୟ ସଠିକ୍‌ ରୂପେ କ୍ଷୀର ମିଳିନଥାଏ।

-ସ୍ତନ୍ୟପାନ କରାଇବାର କିଛି ସପ୍ତାହ ପୂର୍ବରୁ ଆପଣଙ୍କ ସ୍ତନରୁ କ୍ଷୀର ଲିକ୍‌ ହେବା ସାଧାରଣ କଥା। ଏଥିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ, ଏହା ପ୍ରାକୃତିକ ହୋଇଥାଏ। ଯେତେବେଳେ ଆପଣ ନିଜ ସନ୍ତାନକୁ ବାରମ୍ବାର ସ୍ତନ୍ୟପାନ କରାଇବେ ସେହି ସମୟରେ ଏହି ସମସ୍ୟା ଧିରେ ଧିରେ କମ ହୋଇଯିବ।

-ଯେତେବେଳେ ଆପଣ ବାରମ୍ବାର ଶିଶୁଙ୍କୁ ସ୍ତନ୍ୟପାନ କରାଇଥାନ୍ତି ସେତେବେଳେ ସେହି ସ୍ଥାନ ଶୁଷ୍କ ହୋଇଯାଇଥାଏ। ଏଥିପାଇଁ ବେଳେ ବେଳେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ। ଏହିକାରଣରୁ ଆପର ସ୍କିନ୍‌କୁ ମଶ୍ଚରାଇଜ୍‌ ରଖିବା ସହ ସ୍ତନ୍ୟପାନ କରାଇବା ପରେ ସୁଖିଲା କପଡାରେ ସଫା କରନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago