Below header

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଜରୁରୀ ଟିପ୍ସ, ଏମିତି ରଖନ୍ତୁ ପିଲାର ଯତ୍ନ

ପିଲାଙ୍କୁ ସ୍ତନ୍ୟପାନ କରାଇବା ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାଏ। ବିଶେଷ ରୂପେ ଯେଉଁ ମହିଳାମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜର ବିଷୟ। ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ହେବା ସହ ସେଥିରେ ଅନେକ ପୋଷଣ ରହିଥାଏ। ଯାହା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶ କରିବାରେ ସାହାଯ୍ୟ କରିଥାଏ। ଶିଶୁ ଜନ୍ମ ହେବା ପରେ ସନ୍ତ୍ୟପାନ କରାଇବାରେ ଆପଣଙ୍କ ଓଜନ କମ ହେବାରେ ସାହାଯ୍ୟ ମିଳିଥାଏ। ତେବେ ଆସନ୍ତ ଜାଣିବା ଶିଶୁକୁ ସନ୍ତ୍ୟପାନ କରାଇବା ସମୟରେ କେଉଁ ସବୁ କଥା ଧ୍ୟାନ ଦେବା ଜରୁରୀ।

breastfeeding--ପିଲା କାନ୍ଦିବା ପୂର୍ବରୁ ଠିକ୍‌ ସମୟରେ ଶିଶୁ ସ୍ତନ୍ୟପାନ କରାଇବା ଉଚିତ। ଏପରି କରିବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଲାଭକାରୀ ହୋଇଥାଏ।

-ସ୍ତନ୍ୟପାନ କରାଇବା ସମୟରେ ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ପିଲାଙ୍କୁ ହୋଲ୍ଡ କରି ରଖିବାକୁ ପଡିଥାଏ। ଏହିକାରଣରୁ ନିଜେ ଠିକ୍‌ ଢଙ୍ଗରେ ବସିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯଦି ଆପଣ ଏଥିରେ ଅଣଦେଖା କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ପିଠି, ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ହୋଇପାରେ। ଏହାବ୍ୟତୀତ ସଠିକ୍‌ ଢଙ୍ଗରେ ନବସିବା ଦ୍ୱାରା ପିଲାକୁ ମଧ୍ୟ ସଠିକ୍‌ ରୂପେ କ୍ଷୀର ମିଳିନଥାଏ।

holding baby-ସ୍ତନ୍ୟପାନ କରାଇବାର କିଛି ସପ୍ତାହ ପୂର୍ବରୁ ଆପଣଙ୍କ ସ୍ତନରୁ କ୍ଷୀର ଲିକ୍‌ ହେବା ସାଧାରଣ କଥା। ଏଥିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ, ଏହା ପ୍ରାକୃତିକ ହୋଇଥାଏ। ଯେତେବେଳେ ଆପଣ ନିଜ ସନ୍ତାନକୁ ବାରମ୍ବାର ସ୍ତନ୍ୟପାନ କରାଇବେ ସେହି ସମୟରେ ଏହି ସମସ୍ୟା ଧିରେ ଧିରେ କମ ହୋଇଯିବ।

Breastfeeding-ଯେତେବେଳେ ଆପଣ ବାରମ୍ବାର ଶିଶୁଙ୍କୁ ସ୍ତନ୍ୟପାନ କରାଇଥାନ୍ତି ସେତେବେଳେ ସେହି ସ୍ଥାନ ଶୁଷ୍କ ହୋଇଯାଇଥାଏ। ଏଥିପାଇଁ ବେଳେ ବେଳେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ। ଏହିକାରଣରୁ ଆପର ସ୍କିନ୍‌କୁ ମଶ୍ଚରାଇଜ୍‌ ରଖିବା ସହ ସ୍ତନ୍ୟପାନ କରାଇବା ପରେ ସୁଖିଲା କପଡାରେ ସଫା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.