ଭୟଙ୍କର ରୂପ ନେଲାଣି କରୋନା: କେରଳରେ ରୋବୋଟ ପିନ୍ଧିଲା ମାସ୍କ, ସାନିଟାଇଜର୍ସ ବାଣ୍ଟି ଲୋକଙ୍କୁ କଲା ସତର୍କ

ବିଶ୍ୱ ସ୍ତରରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭାଇରସ୍‌ ଉପରେ ଏବେ ସଚେତନତା ସୃଷ୍ଟି କରୁଛି ରୋବୋଟ। ମଣିଷଙ୍କ ଭଳି ରୋବୋଟ ମଧ୍ୟ ମାସ୍କ ପିନ୍ଧିଛି। ଏଭଳି ଦୁଇଟ୍‌ ରୋବୋଟ୍‌ ପ୍ରସ୍ତୁତ କରି କାମରେ ଲଗାଇଛି କେରଳ ଷ୍ଟାର୍ଟଅପ୍‌ ମିଶନ(କେଏସ୍‌ୟୁଏମ୍‌)। ରୋବୋଟ ଦ୍ୱୟ ସାନିଟାଇଜର୍ସ ଓ ମାସ୍କ ବାଣ୍ଟିବା ସହ କରୋନାରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପ୍ରୋଗାମ Asimov Robotics ଦ୍ୱାରା ବିକଶିତ କରାଯାଇଛି।

r2

ଦୁଇଟି ରୋବୋଟ୍‌କୁ ଅଲଗା ଅଲଗା କାମ ମିଳିଛି। ଗୋଟିଏ ରୋବୋଟ୍‌ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ, ସାନିଟାଇଜର ଓ ନାପ୍‌କିନ ବିକୁଥିବା ବେଳେ ଅନ୍ୟଟି ତ୍ୱଚାଜନିତ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ବିଷୟରେ ଜଣାଉଛି।

ଏୟାରପୋର୍ଟରେ ରୋବୋଟ ରଖିବାକୁ ଲକ୍ଷ୍ୟ

Asimov Roboticsର ସିଇଓ ତଥା ଫାଉଣ୍ଡର ଜୟକୃଷ୍ଣନ ଟିଙ୍କ କହିବା ମୁତାବକ, କରୋନା ସଚେତନତା ଅଭିଯାନରେ ସାମିଲ ଥିବା ରୋବୋଟ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି। ସଂସ୍ଥା ଏବେ ଏମିତି ରୋବୋଟକୁ ବିମାନବନ୍ଦର ଏବଂ ସାର୍ବଜନୀନ ସ୍ଥାନରେ ଲଗାଇବା ବିଷୟରେ ଭାବୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.