Below header

କରୋନା ଭୟରେ ନିଜ ୬ ହଜାର କୁକୁଡାଙ୍କୁ ଜିଅନ୍ତା ପୋତିଲେ ଚାଷୀ

କରୋନା ଭାଇରସ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଏହି ଭାଇରସର ଭୟ ଏବେ କୁକୁଡାଙ୍କ ଉପରେ ବି ପଡିଛି। ଚିକେନ ଦାମ ଏତେ ମାତ୍ରାରେ ହ୍ରାସ ପାଇବା ପରେ କୁକୁଡା ବ୍ୟବସାୟୀ ଏବେ ଚିନ୍ତାରେ। କରେନା ଏବେ କୁକୁଡାଙ୍କ ଉପରେ ଦାଉ ସାଧୁଛି। ଚିକେନ କାରଣରୁ କରୋନା ଭାଇରସ ବଢ଼ୁଥିବା ଆଶଙ୍କା ଖବର ଶୁଣିବା ପରେ ଜଣେ ପୋଲଟ୍ରୀ ମାଲିକ ନିଜର ଶହ ଶହ କୁକୁଡାକୁ ଜିଅନ୍ତା ପୋତି ଦେଇଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Chiken virusଘଟଣାଟି ହେଉଛି କର୍ଣ୍ଣାଟକର ବେଲାଗବୀ ଜିଲ୍ଲାର ଗୋକକ ଅଞ୍ଚଳର। ନଜୀର ଅହମ୍ମଦ ମକରନ୍ଦର ନାମକ ଏହି ବ୍ୟକ୍ତି ପୋଲଟ୍ରୀ ଫାର୍ମର ମାଲିକ ଏକ ଟ୍ରାକ୍ଟରରେ ୬ ହଜାର କୁକୁଡାଙ୍କୁ ଲଦି ଏକ ଗାତ ଖୋଳି ଜିଅନ୍ତା ପୋତି ଦେଇଛନ୍ତି। ନଜୀରଙ୍କ କହିବନାଯାୟୀ ବେପାରରେ ଏତେ ମାତ୍ରାରେ କ୍ଷତି ହେବା କାରଣରୁ ସେ ଏଭଳି ନିର୍ଣ୍ଣୟ ନେଇଛନ୍ତି।

video courtesy : Niranjan Kaggere


ସେ ଜଣାଇଛନ୍ତି ଯେ ସେ କୁକୁଡାକୁ ୫୦-୭୦ ଟଙ୍କା କିଲୋରେ ବିକ୍ରି କରୁଥିଲେ। କିନ୍ତୁ ୫-୧୦ ଟଙ୍କା କମ୍‌ ହେବା କାରଣରୁ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡୁଛି। ଯାହାପରେ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ହେଉଛି । ଏହି ଗୁଜବ ଯୋଗୁଁ ଲୋକମାନେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି । ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବଜାରରେ କୁକୁଡ଼ା ମାଂସ ଚାହିଦା ହ୍ରାସ ପାଇଛି ।

kukudaକୁକୁଡା ଫାର୍ମ ମାଳିକ ନିଜ କୁକୁଡାଙ୍କୁ ଜିଅନ୍ତା ପୋତୁଥିବା ସମୟରେ ଏକ ଭିଡିଓ ବନାଇଥିଲେ। ଯାହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଚିକେନ ପ୍ରେମୀମାନେ ଏହି ଭିଡିଓକୁ ଦେଖିଲେ ତାଙ୍କ ମନ ନିଶ୍ଚୟ କଷ୍ଟ ହେବ। କାହିଁକିନା ଏତେ ମାତ୍ରାର କୁକୁଡାକୁ ପୋତି ଦିଆଯାଉଥିବା ଦେଖି ଆପଣ ସହ୍ୟ କରିପାରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.